ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବରୁ ପାଳିତ ହେଉଥିବା ପବିତ୍ର ‘ଧନତେରାସ୍’ ବା ଧନ୍ୱନ୍ତରୀ ତ୍ରୟୋଦଶୀ ହିନ୍ଦୁ ଧର୍ମରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ଶୁଭ ପର୍ବ ଅଟେ। ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସମୁଦ୍ର ମନ୍ଥନ ସମୟରେ ଦେବବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ, ଯିଏକି ମାନବ ସମାଜକୁ ଆୟୁର୍ବେଦ ଜ୍ଞାନ ପ୍ରଦାନ କରିଥିଲେ। ଏହି ପର୍ବରେ ଧନର ଦେବତା କୁବେର, ମା’ ଲକ୍ଷ୍ମୀ ଏବଂ ଭଗବାନ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରାଯିବା ସହିତ ସୁନା, ରୁପା, ବାସନ ଏବଂ ଝାଡ଼ୁ ଆଦି ବିଭିନ୍ନ ସାମଗ୍ରୀ କିଣିବାର ବିଶେଷ ପରମ୍ପରା ରହିଛି। ଅନ୍ୟ ଏକ ମାନ୍ୟତାନୁସାରେ, ଏହିଦିନ ଯମରାଜାଙ୍କଠାରୁ ରାଜା ହିମଙ୍କ ପୁତ୍ରଙ୍କୁ ତାଙ୍କ ପତ୍ନୀ ରକ୍ଷା କରିଥିଲେ। ସେହିପରି ସନ୍ଧ୍ୟାରେ ଧନ୍ୱନ୍ତରୀଙ୍କୁ ଦୀପଦାନ କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ୱାରା ଯମରାଜ ଖୁସି ହୁଅନ୍ତି ଏବଂ ଅକାଳ ମୃତ୍ୟୁରୁ ରକ୍ଷା ମିଳେ।
ପ୍ରାଚୀନକାଳରୁ ହିଁ ଧନତେରାସରେ କିଛି ନା କିଛି କିଣିବାର ପରମ୍ପରା ରହିଛି। ଏହିଦିନ କିଣାଯାଉଥିବା ଜିନିଷ ନଷ୍ଟ ହେଉ ନ ଥିବା ବିଶ୍ୱାସ ଅଛି। ଅନେକ ଲୋକ ଏହି ଦିନରେ ସୁନା, ରୁପା ଆଦି କିଣିଥାନ୍ତି। କିଛି ଲୋକ ଝାଡୁ ନିହାତି ଏହିଦିନ କିଣନ୍ତି। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ରୂପ ଭାବେ ବିବେଚନା କରାଯାଏ। ଏହା ସୁଖ ସହିତ ଖରାପ ଶକ୍ତି ନାଶ କରୁଥିବା ବିଶ୍ୱାସ ଅଛି। ମା’ ଲକ୍ଷ୍ମୀ ସମୃଦ୍ଧି ପ୍ରଦାନ କରନ୍ତି।
ଏହିଦିନ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ଦ୍ୱାରା ଘର ଧନଧାନ୍ୟରେ ଭରପୂର ହୋଇଥାଏ। ଏହା ସହିତ ଦକ୍ଷିଣାବର୍ତ୍ତୀ ଶଙ୍ଖ, ରୁଦ୍ରାକ୍ଷ, ଧାର୍ମିକ ପୁସ୍ତକ ଓ ପଦ୍ମମାଳା କିଣିବା ଶୁଭ। ସେହିପରି ଏହିଦିନ ବାସନ କିଣିବା ମଧ୍ୟ ଶୁଭ। ବାସନରେ କିଛି ଶସ୍ୟ, ନଚେତ୍ ଟଙ୍କା ଭରି ଆଣିବା ଦ୍ୱାରା ଘର ସବୁବେଳେ ଧନଧାନ୍ୟରେ ଭରି ରହିଥାଏ ବୋଲି ଏହା ଦର୍ଶାଏ। ଅନ୍ୟପକ୍ଷରେ ଷ୍ଟିଲ୍, ଆଲୁମିନିୟମ, ପ୍ଲାଷ୍ଟିକ୍, କାଚ ବାସନ କିଣିବା ଅଶୁଭ ହୋଇଥାଏ।
ଧନତେରାସରେ ଝାଡୁ କିଣନ୍ତୁ
କୁହାଯାଏ ଧନତେରାସ ଦିନ ଧନ ଦେବତା କୁବେର ଓ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମାନ୍ୟତା ରହିଛି ଧନତେରାସରେ ସୁନା ଓ ରୁପା କିଣିଲେ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଘର ପରିବାର ସୁଖ ଶାନ୍ତିରେ ରହିଥାନ୍ତି। କେବଳ ସୁନା ରୁପା ନୁହେଁ ଏହିଦିନ ନୂଆ ଝାଡୁ କିଣି ଘରକୁ ଆଣନ୍ତୁ। ମାତା ଲକ୍ଷ୍ମୀ ସନ୍ତୁଷ୍ଟ ରହିବେ। ପୌରାଣିକ ମାନ୍ୟତା ଧନତେରାସ ଦିନ ଝାଡୁ କିଣି ଘରକୁ ଆଣିବା ଅନୁସାରେ ଖୁବ୍ ଶୁଭ। ମତ୍ସ୍ୟ ପୁରୁଣାରେ ଝାଡୁକୁ ମାତା ଲକ୍ଷ୍ମୀ ଭାବେ ବିବେଚନା କରାଯାଏ। ଏହି ଦିନ ଝାଡ଼ୁ କିଣିବା ଦ୍ୱାରା ସୁଖ-ଶାନ୍ତି ଓ ଧନ ବୃଦ୍ଧି ଘଟିଥାଏ। ଝାଡୁ ଘରର ଅଳିଆ ସଫା କରିବା ସହିତ ଘରର ଦାରିଦ୍ର୍ୟତାକୁ ମଧ୍ୟ ଦୂର କରିଥାଏ। ଧନତେରାସ ଦିନ ଝାଡ଼ୁ କିଣି ଘରକୁ ଆଣିବା ଦ୍ୱାରା ମାତା ଲକ୍ଷ୍ମୀ ଘରକୁ ଛାଡି ଯାଆନ୍ତି ନାହିଁ। ମାନ୍ୟତା ରହିଛି ଯେ, ଏହି ଦିନ ଘରକୁ ଝାଡୁ କିଣି ଆଣିବା ଦ୍ୱାରା ପୁରୁଣା କରଜରୁ ମୁକ୍ତି ମିଳିଥାଏ ଓ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ସୁନା, ରୁପା ସହିତ ଗାଡ଼ି ଓ ପୋଷାକ କିଣନ୍ତୁ ଖୁବ୍ ଶୁଭ।


