Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ବାଲୁକା କଳାରେ ବିଶ୍ବବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ, ପୁରୀ ବେଳା ଭୂମିରେ ନିର୍ମାଣ କଲେ ୧୨ ଫୁଟ ଉଚ୍ଚତାର ବାଲୁକାକଳା
ସଂସ୍କୃତି

ବାଲୁକା କଳାରେ ବିଶ୍ବବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ, ପୁରୀ ବେଳା ଭୂମିରେ ନିର୍ମାଣ କଲେ ୧୨ ଫୁଟ ଉଚ୍ଚତାର ବାଲୁକାକଳା

December 31, 2018No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳା ଭୂମିରେ ୨୦୧୯କୁ ନିଜର ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି। ପୁରୀସ୍ଥିତ ମାନସ ସାହୁ ବାଲୁକା କଳା ପାର୍କରେ ସେ ନିର୍ମାଣ କରିଛନ୍ତି  ନୂଆ ବର୍ଷର ଏକ ଭିନ୍ନ କଳାକୃତି। ଏଥିରେ ମାନସ ବିଶ୍ବବାସୀଙ୍କୁ ଶାନ୍ତି ଓ ଭଲପାଇବାର ବାର୍ତ୍ତା ଦେଇଛନ୍ତି। ସେଥିପାଇଁ ସେ ବିଷୟ ରଖିଛନ୍ତି ” ବିଶ୍ବ ସଂହତି “। ଏହି ସ୍ଥାପତ୍ୟରେ ସେ ବିଶ୍ବର ଭିନ୍ ଭିନ୍ନ ପ୍ରସିଦ୍ଧ ସ୍ଥାପତ୍ୟକୁ ସ୍ଥାନିତ କରିଛନ୍ତି। ଏଥିରେ ରହିଛି ଇଟାଲୀର ବକ୍ର ସ୍ତମ୍ଭ, ଲଣ୍ଡନର ବିଗ୍ ବେନ୍, ପ୍ୟାରିସର ଇଫେଲ ଟାୱାର, ରୋମର କୋଲୋସିୟମ, ମସ୍କୋର ସ୍ୟାଣ୍ଡ ଭ୍ୟାଲି କ୍ୟାଥଡ୍ରାଲ ଏବଂ ଭାରତର ତାଜମହଲ ପ୍ରଭୁତି। ଏହି ଭିନ୍ନ ସ୍ଥାପତ୍ୟ ଦେଶ ଦେଶ ମଧ୍ୟରେ ଭାତୃତ୍ୟ ଏବଂ ଭଲପାଇବାର ନିଦର୍ଶନ ଭାବେ ପରିଚିତ ହେବ ବୋଲି ମାନସ କହିଛନ୍ତି। ବିଶ୍ବର ସମସ୍ତ ଦେଶରେ ରହିଛି ଧର୍ମର ଭିନ୍ନତା, ଜାତିର ଭିନ୍ନତା। ତଥାପି ସମସ୍ତେ କିପରି ଏକ ତାହା ଏହି କଳା ମାଧ୍ୟମରେ ପରିପ୍ରକାଶ କରାଯାଇଛି। ଗୋଟିଏ ଫୁଲମାଳରେ ସମସ୍ତେ ଗୁନ୍ଥି ହୋଇ ରହିଛନ୍ତି , ତାହା ହିଁ ଏହି ସ୍ଥାପତ୍ୟରେ ପରିପ୍ରକାଶ ହୋଇଛି। ପ୍ରାୟ ୧୨ ଫୁଟ ଉଚ୍ଚତା ଏବଂ ୧୫ ଫୁଟ ଓସାର ବିଶିଷ୍ଠ ଏହି ବାଲୁକା ସ୍ଥାପତ୍ୟ ନିର୍ମାଣ କରିବାକୁ ମାନସଙ୍କୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା। ଏଥିରେ ମାନସଙ୍କ ଛାତ୍ରଛାତ୍ରୀ ମଧ୍ୟ ସାହାଯ୍ୟ କରିଥିଲେ। ନୂଆବର୍ଷରେ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ବାଲୁକା କଳା ବେଶ୍ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

happynewyear sandart
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026
Latest News

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.