Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାଭାଇରସକୁ ନେଇ ସୁଦର୍ଶନଙ୍କ ପୁରୀ ବେଳାଭୂମିରେ ବାଲୁକା କଳା, ବିଶ୍ବ ସ୍ତରରେ ପ୍ରସଂଶାର ସୁଅ
ବିଶେଷ ଖବର

କରୋନାଭାଇରସକୁ ନେଇ ସୁଦର୍ଶନଙ୍କ ପୁରୀ ବେଳାଭୂମିରେ ବାଲୁକା କଳା, ବିଶ୍ବ ସ୍ତରରେ ପ୍ରସଂଶାର ସୁଅ

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁବ୍ରତ ନାୟକ

ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି ଭାଇରସରୁ ମୁକ୍ତ କରିବା ପ୍ରସାୟକୁ ସମର୍ଥନ କରୁଛି ବୋଲି ସୁଦର୍ଶନ ଏକ ବାର୍ତ୍ତା ଦେଇଛନ୍ତି। ସେ ବାଲୁକା କଳା ମାଧ୍ୟମରେ କହିଛନ୍ତି ଯେ, ‘ଚୀନ ଆମେ ତୁମ ପଛରେ ଅଛୁ’।

ଏହି ବାଲୁକା କଳାକୁ ସୁଦର୍ଶନ ତାଙ୍କ ଟୁଇଟରେ ଦେବା ପରେ ଭାରତ କାହିଁକି ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଚୀନ ରାଷ୍ଟ୍ରଦୂତ ସନ ୱଇଡଙ୍ଗ ଏହି ଟୁଇଟ ରିପ୍ଲାଇରେ ସୁଦର୍ଶନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ  ଟେଡ୍ରୋସ ଆଧାନୋମ ଗିବ୍ରେୟିସସ୍ ମଧ୍ୟ ରିପ୍ଲାଇରେ ଲେଖିଛନ୍ତି ଯେ, ସୁଦର୍ଶନ ବାଲୁକା କଳା ମଧ୍ୟମରେ ସଚେତନତା କରାଇବା ଏକ ଭିନ୍ନ ପ୍ରକାରର ପ୍ରୟାସ। ଏହା ନିଶ୍ଚିତ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଶେଷରେ ‘ଧନ୍ୟବାଦ ସୁଦର୍ଶନ’ ବୋଲି ଲେଖିଛନ୍ତି।

ସେହିପରି ବହୁ ପ୍ରସଂଶକ ତାଙ୍କ ଟୁଇଟର ରିପ୍ଲାଇରେ ଅଜସ୍ର ପ୍ରସଂଶା କରିବାରେ ଲାଗିଛନ୍ତି। ଜଣେ ପ୍ରସଂଶକ ଲେଖିଛନ୍ତି ଯେ, ଆମେ ସମସ୍ତେ ମାନବ, ଯେ କୌଣସି ମାଧ୍ୟମ ହେଉ ନା କାହିଁକି ଅନ୍ୟକୁ ସାହାର୍ଯ୍ୟ କରିବା ଦରକାର ବୋଲି୍ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, ଏହା ହେଉଛି ଭାରତ, ଆଉ ଅନ୍ୟକୁ ସାହାର୍ଯ୍ୟ କରିବା ଭାରତୀୟଙ୍କ ସଂସ୍କୃତି ବୋଲି କହିଛନ୍ତି। ଅନ୍ୟଜଣେ ମଧ୍ୟ ଏହି ବାଲୁକା କଳାର ସୌନ୍ଦର୍ଯ୍ୟକୁ ପ୍ରସଂଶା କରିବା ସହ ସାମାଜିକ ବାର୍ତ୍ତା ଦେବା ଏକ କଳା ବୋଲି କହିଛନ୍ତି।

ସୁଦର୍ଶନଙ୍କ ଏହି ଟୁଇଟି ପ୍ରବଳ ମାତ୍ରାରେ ପ୍ରତିକ୍ରିୟା ଆସିବାରେ ଲାଗିଛି। ଭାରତରୁ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ବିଶ୍ବ ସ୍ତରୀୟ ନ୍ୟୁଜ୍ କଂପାନୀ ସୁଦର୍ଶନଙ୍କ ଟୁଇଟକୁ ରିଟୁଇଟ ମଧ୍ୟ କରିଛନ୍ତି।

PuriBeach SudershanPattnaik
Share. Facebook Twitter LinkedIn Email WhatsApp Copy Link

Related Posts

ଆସୁଛି ଲଘୁଚାପ, ଶୀତଦିନରେ ହେବ ବର୍ଷା, କଣ ବାତ୍ୟା ହେବ କି???

November 21, 2025

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ପୋରଣ,କହିଲେ..

November 20, 2025

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025

Train Accident Mock Drill: ହିନ୍ଦୋଳ ଷ୍ଟେସନରେ ହେଲା ମିଛିମିଛିକା ଟ୍ରେନ ଦୁର୍ଘଟଣା

November 20, 2025
Latest News

କୋଲକାତାରେ ଭୂମିକମ୍ପ: ଆତଙ୍କିତ ହୋଇ ଘରୁ ବାହାରକୁ ଆସିଲେ ଲୋକେ

November 21, 2025

Rising Star Asia Cup 2025: ଆଜି ସେମିଫାଇନାଲରେ ଭାରତ- ବାଂଲାଦେଶ ଲଢେଇ

November 21, 2025

ମା ଲକ୍ଷ୍ମୀଙ୍କ ଆର୍ଶିବାଦ ହାସଲ କରିବାକୁ ହେଲେ ଘରର ବାସ୍ତୁକୁ କରନ୍ତୁ ଏହି ପ୍ରକାରର

November 21, 2025

ଆସୁଛି ଲଘୁଚାପ, ଶୀତଦିନରେ ହେବ ବର୍ଷା, କଣ ବାତ୍ୟା ହେବ କି???

November 21, 2025

ମହିଳାମାନେ ପୂଜାରେ କାହିଁକି ଭାଙ୍ଗନ୍ତି ନାହିଁ ନଡ଼ିଆ, ଜାଣନ୍ତୁ ଏହାର ବିଶେଷ କାରଣ

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.