ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ନେଇ ଆଲୋଚନା

Published: Feb 19, 2020, 11:38 am IST

ଭୁବନେଶ୍ୱର, ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସବଜୋନ୍‌ର ମୁଖ୍ୟ ସଂଚାଳିକା ବିକେ ଲିନା, ସମ୍ମାନୀୟ ଅତିଥି ଭାବେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ, ସେକ୍ ତାହାର, ଲୟର୍ସ ଗୃପ ଆବାହକ ଲିଙ୍ଗରାଜ ସାହୁ, ସମାଜସେବୀ ନିଳମଣି ମିଶ୍ର, ଅଶୋକ କୁମାର ମହାରଣା, ବ୍ରହ୍ମ କୁମାର ସୁଧାକର ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମକୁମାରୀ ଲିନା ଏହି ଅବସରରେ ପ୍ରବଚନ ପ୍ରଦାନ କର କହିଥିଲେ ଯେ, ଆଲ୍ଲା, ଗଡ଼୍‌, ଈଶ୍ୱର ସର୍ବଶକ୍ତିମାନ ସେ ହିଁ ଶିବ, ତାଙ୍କ ଆର୍ଶୀବାଦ ପାଇ ଜଣେ ମହାନ ବ୍ୟକ୍ତି ହୋଇ ପାରିବ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନୀତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Related posts