Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରତ୍ନାକର ଚଇନି ଓ ରାଜହଂସର ନାୟକ
ବିଶେଷ ଖବର

ରତ୍ନାକର ଚଇନି ଓ ରାଜହଂସର ନାୟକ

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ ଭଲ ଓ ଖରାପ ଭିତରେ ରହିଥିବା ନୈତିକତାର ରେଖା ଲିଭାଇଥିବା ସେ ନାଟକଟି ଅନେକ ସମୟରେ ମୋତେ ଆଚ୍ଛନ୍ନ କରିଛି। ନିଜକୁ ନାୟକ ମନେ କରି ସ୍ଵପ୍ନ ଦେଖିବାର କଳା ହୁଏତ ସେ ନାଟକରୁ ମୁଁ ଓ ମୋ ପରି ଆହୁରି ଅନେକ ଶିଖିଛୁ। ତେବେ ଯେଉଁ ରତ୍ନାକର ଚଇନିଙ୍କୁ ମୁଁ “ରାଜହଂସ”ର  ନାଟ୍ୟକାର ଭାବେ ଜାଣିଥିଲି, ତାଙ୍କ ସହ ପରବର୍ତ୍ତୀ ଜୀବନରେ ବୈଚାରିକ ପ୍ରତିପକ୍ଷ ଭାବରେ ଠିଆ ହେବାକୁ ପଡିବ, ଏକଥା ହୁଏତ ମୁଁ କଳ୍ପନା ବି କରି ନଥିଲି। ରତ୍ନାକର ସାରଙ୍କ ସହ ପ୍ରଥମ ଦେଖା ହେଲାବେଳେ ମୁଁ ଜାଣି ସାରିଥିଲି ଯେ ଆମର ମାର୍ଗ ଭିନ୍ନ। ବିଚାର ଓ ଚିନ୍ତନରେ ସେ ଥିଲେ ଦକ୍ଷିଣପନ୍ଥୀ ଓ ସ୍ଵାଭାବିକ ଭାବରେ ମୋର ବିଚାର ତାଙ୍କର ବିରୋଧୀ। ଅଥଚ ପ୍ରଥମ ଦେଖାରେ ତାଙ୍କର ସ୍ନେହ କେବେବି ଭୁଲି ହେବନାହିଁ।

ବୈଚାରିକ ବିରୋଧ ସତ୍ତ୍ୱେ ଓଡିଶାର ଦୁଇଜଣ ଦକ୍ଷିଣପନ୍ଥୀ ଲେଖକଙ୍କ ସହିତ ମୋର ଗଭୀର ସମ୍ପର୍କ ରହିଥିଲା। ଜଣେ ଡକ୍ଟର ଉମେଶ ପତ୍ରୀ, ସାର କିଛି ବର୍ଷ ଆଗରୁ ଆମଠୁ ବିଦାୟ ନେଇ ସାରିଥିଲେ। ଆର ଜଣକ ଡକ୍ଟର ରତ୍ନାକର ଚଇନି, ଆଜି ୭୫ ବର୍ଷ ବୟସରେ ସେ ବି ଚାଲିଗଲେ। ବୈଚାରିକ ବିରୋଧ ଯେ ବ୍ୟକ୍ତିଗତ ସଂପର୍କକୁ ଛୁଇଁ ପାରେନାହିଁ, ଏ କଥା ଏ ଦୁହିଙ୍କ ପାଖରୁ ମୁଁ ଶିଖିଛି।

ଆଜି ବି ମନେ ଅଛି, ୨୦୦୭-୦୮ର କନ୍ଧମାଳ ଦଙ୍ଗା ସମୟରେ ରତ୍ନାକର ସାର ଥିଲେ ଓଡିଶାରେ ବିଶ୍ଵ ହିନ୍ଦୁ ପରିଷଦର ଛାମୁଆ ନେତା। ଅନେକ ଟେଲିଭିଜନ ବିତର୍କରେ ତାଙ୍କର ବିଚାର ଓ ବକ୍ତବ୍ୟକୁ ମୁଁ ତୀବ୍ର ବିରୋଧ କରିଛି। ସାରଙ୍କୁ ସମାଲୋଚନା କରି ଅନେକ ଲେଖା ଲେଖିଛି। ବୈଚାରିକ ଭାବରେ ଆଜି ମଧ୍ୟ ସାରଙ୍କୁ ମୁଁ ଅସ୍ଵୀକାର କରେ। ହେଲେ ଲେଖକ ଓ ମଣିଷ ଭାବରେ ତାଙ୍କ ଆଗରେ ବିନମ୍ରତାର ସହ ବାରମ୍ବାର ଠିଆ ହୋଇଛି ଓ ଆଜି ବି ତାଙ୍କ ସ୍ମୃତି ଆଗରେ ମୁଁ ମଥାନତ କରୁଛି।

୨୦୦୯ ଜାନୁଆରୀରେ ସାର ଥା’ନ୍ତି ଉତ୍କଳ ସାହିତ୍ୟ ସମାଜର ସଭାପତି। ସେତେବେଳେ ମୋତେ ଆମନ୍ତ୍ରଣ ଆସିଲା ସାହିତ୍ୟ ସମାଜର ଯୁବ ଉତ୍ସବରେ ମୁଖ୍ୟବକ୍ତା ହୋଇ ଯୋଗଦାନ କରିବାକୁ। ସେତେବେଳେ ସାରଙ୍କ ସହିତ ଅନେକ ବାର କଥା କଟାକଟି ହୋଇ ସାରିଛି। ତା ସତ୍ତ୍ୱେ ଏ ନିମନ୍ତ୍ରଣ। ଫୋନ କରି କହିଲେ, କେଦାର! ନିଶ୍ଚୟ ଆସିବ। ସଭାକୁ ଗଲି। ମୋ ସାଙ୍ଗେ ଅତିଥି ଥାନ୍ତି, ସମ୍ମାନନୀୟ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀ। ସେଦିନ ସ୍ଵାଗତ କଲାବେଳେ ମୋ ବିଷୟରେ ରତ୍ନାକର ସାରଙ୍କର କିଛି ବାକ୍ୟ, ଆଜି ବି ଭୁଲିନାଇଁ। ବୈଚାରିକ ବିରୋଧ ବାହାରେ ଜୀବନ ଯେ କେତେ ବଡ,  କେତେ ବିଶାଳ, ତା ବୋଧେ ସେ ମୋତେ ସେଦିନ ବୁଝାଇ ଦେଇଥିଲେ।

ଗତ କିଛି ବର୍ଷ ଭିତରେ ସାରଙ୍କ ସହ ଆଉ ବିଶେଷ ଦେଖା ହୋଇନି। ହେଲେ ଓଡିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ କଥା କଦାପି ଭୁଲି ହୋଇନାହିଁ। ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ଓଡିଶାର ରହସ୍ୟବାଦୀ କାବ୍ୟ ପରମ୍ପରା ସମ୍ପର୍କରେ ତାଙ୍କର ଗଭୀର ଅନୁଶୀଳନ ରହିଥିଲା। ମାଳିକା ସାହିତ୍ୟର ଜଣେ ମର୍ମଜ୍ଞ ଆଲୋଚକ ଏବଂ ଓଡିଆ ନବନାଟ୍ୟ ଆଂଦୋଳନର ଅନ୍ୟତମ ମହାନାୟକ ଭାବେ ଡକ୍ଟର ରତ୍ନାକର ଚଇନି ସ୍ମରଣୀୟ ହୋଇ ରହିବେ।

ରତ୍ନାକର ଚଇନି
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.