Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀମନ୍ଦିର ପୂଜା ନିତିରେ ହେଲା ବଡ ପରିବର୍ତ୍ତନ, ଜାଣନ୍ତୁ କେମିତି ହେଲା ଏଥରର ରଥକାଠ ଅନୁକୂଳ ସହ ଚନ୍ଦନ ଯାତ
ବିଶେଷ ଖବର

ଶ୍ରୀମନ୍ଦିର ପୂଜା ନିତିରେ ହେଲା ବଡ ପରିବର୍ତ୍ତନ, ଜାଣନ୍ତୁ କେମିତି ହେଲା ଏଥରର ରଥକାଠ ଅନୁକୂଳ ସହ ଚନ୍ଦନ ଯାତ

April 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Puri Srimandir Rath Yatra rituals has hold shortcut due Corona

ପୁରୀ, ଇତିହାସ ରଚିଲା ଚଳିତ ଶତାଦ୍ଦୀରେ ଶ୍ରୀମନ୍ଦିରର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନିତି। କରୋନା ପାଇଁ ଚଳିତ ଶତାଦ୍ଦୀର ଶ୍ରୀମନ୍ଦିରର ପୂଜା ନିତିରେ ଘଟିଛି ବଡ ପରିବର୍ତ୍ତନ, ଯାହା କେବେ ହୋଇ ନ ଥିଲା। ଚଳିତ ବର୍ଷ ରଥକାଠ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଦୁଇଟି ନିତି ଶ୍ରୀମନ୍ଦିର ବେଢା ଭିତର ହୋଇଛି। କରୋନା ପାଇଁ ସାମାଜିକ ଦୂରତ୍ବ ରଖାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ଏହି ନିତି କରିବା ପାଇଁ ହେଲେ ବହୁ ସେବକଙ୍କର ଏକତ୍ର ହେବାର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ସବୁ କରିବା ସମ୍ଭବ ନ ଥିବାରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଏହି ଦୁଇ ନିତି ମନ୍ଦିର ଭିତରେ କେବଳ ବିଧି ପାଳନ କରାଯାଇଛି।

ଏଥର କେମିତି ହେଲା ଠାକୁରଙ୍କ ଚନ୍ଦନ ଯାତ୍ରା ନିତି

ସାଧାରଣତଃ ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରେ ଥିବା 10 ଚଳନ୍ତି ପ୍ରତିମା ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରଣୀକୁ ଆସନ୍ତି। ସେଠାରେ ସୁସଜ୍ଜିତ ଥିବା ଏକ ବଡ ନୌକାରେ ଚଳନ୍ତି ଠାକୁର ବିଜେ କରି ସେହି ପୁଷ୍କରଣୀରେ ଚାପ ଖେଳନ୍ତି। ମନ୍ଦିରରୁ ନରେନ୍ଦ୍ର ପୁଷ୍କରଣୀ ଆସିବା ବେଳେ ପ୍ରଭୃ ବାଟରେ ରଥ ନିର୍ମାଣ କାମ ତଦାରଖ କରନ୍ତି। ଏହି ନିତି ପାଇଁ ପ୍ରାୟ ବହୁ ସେବକଙ୍କର ଆବଶ୍ୟକତା ରହିଥାଏ। ହେଲେ ଚଳିତ ବର୍ଷ ସାମାଜିକ ଦୂରତ୍ବ ପାଇଁ ଏହି ନିତିକୁ ମନ୍ଦିର ବେଢାରେ ଥିବା ଜଳକ୍ରୀଡା ମଣ୍ଡପରେ କରାଯାଇଛି।

ଜଳକ୍ରୀଡା ମଣ୍ଡପ ନିକଟରେ ରହିଛି ଏକ କୁଣ୍ଡ ଯେଉଁଠି ଠାକୁରଙ୍କ ଭିତର ଚନ୍ଦନ ନିତି ଅନୁଷ୍ଠିତ ହୋଇଥାଏ। ସେହି କୁଣ୍ଡକୁ ଲାଗି ଆଉ ଦୁଇଟି ଅସ୍ଥାୟୀ କୁଣ୍ଡ ଏବଂ ଏକ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଛି। ପ୍ରତିଦିନ ପରି ଭୋର 5ଟା 20ରେ ଦ୍ବାରଫିଟା ହେବା ପରେ ଦିନ 10ଟାରେ ସକାଳ ଧୂପ ନିତି କରାଗଲା। ଏହାପରେ ମଧ୍ୟାହ୍ନ ଭୋଗ ନିତି ଏବଂ ଜାତଭୋଗ ନିତି ସରିବା ପରେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା।

ଏହା ଶେଷ ହେବାପରେ ମହାଜନ ସେବାୟତମାନେ 10 ଚଳନ୍ତି ପ୍ରତିମାଙ୍କୁ ଜଳକ୍ରୀଡା ମଣ୍ଡପକୁ ନେଲେ। ସେଠାରେ ଥିବା ଅସ୍ଥାୟୀ ସିଂହାସନରେ ବିଜେ କରାଇ ଚନ୍ଦନ ଗାଧୁଆ ଏବଂ ଜଳକ୍ରୀଡା ନିତି ସଂପର୍ଣ୍ଣ କରାଇଲେ। ଏହା ସରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଣ୍ଡୁଅ ଭୋଗ ପୂଜା କରଗଲା। ଏହିପରି ଏହି ଚନ୍ଦନ ଯାତ୍ରା 21 ଦିନ ଧରି ମନ୍ଦିର ଭିତରେ କରାଯିବ।

କେମିତି ହେଲା ଶ୍ରୀମନ୍ଦିରର ରଥକାଠ ଅନୁକୂଳ

ଶ୍ରୀମନ୍ଦିରର ସବୁଠାରୁ ବଡ ନିତି ରଥଯାତ୍ରା ନିତିର ପ୍ରାରମ୍ଭିକ ପର୍ଯ୍ୟାୟ ହେଉଛି ରଥକାଠ ଅନୁକୂଳ। ଏହି ରଥକାଠ ଅନୁକୂଳ ସାଧାରଣତଃ ଅକ୍ଷୟ ତୃତୀୟା ଦିନ ଆରମ୍ଭ କରାଯାଇଥାଏ। ରଥ ନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ରଖିବା ପରେ ସେଠାରେ କୁରାଢୀ ଲଗାଇ ଏହି ଦିନ ରଥ ନିର୍ମାଣ କାମ ଆରମ୍ଭ କରାଯାଇଥାଏ।

ଅକ୍ଷୟ ତୃତୀୟାରୁ ରଥଯାତ୍ରା ପର୍ଯ୍ୟନ୍ତ ଏହି ରଥଖଳା ବେଶ୍ ଚଳଚଞ୍ଚଳ ହୋଇଥାଏ। ଏହି କାର୍ଯ୍ୟରେ ବହୁ ସେବକଙ୍କର ଆବଶ୍ୟକତା ମଧ୍ୟ ରହିଥାଏ। ମୁଖ୍ୟତଃ ମହାରଣା ସେବକ, ରୂପକାର ଓ ଚିତ୍ରକର ସେବକଙ୍କର ପ୍ରମୁଖ ଭୂମିକା ରହିଥାଏ। ହେଲେ ସାମାଜିକ ଦୂରତା ପାଇଁ ଏହି ବଡ ନିତିକୁ ମଧ୍ୟ କାଣ୍ଟଛାଟ କରା ଯାଇଛି। ଯାହାକି ଶ୍ରୀମନ୍ଦିର ଇତିହାସରେ କେବେ ବି ଏପରି ଘଟଣା ଘଟି ନ ଥିଲା ବୋଲି କୁହାଯାଉଛି।

ଚନ୍ଦନ ଯାତ୍ରା ପରି ରଥକାଠ ଅନୁକୂଳ ମଧ୍ୟ ମନ୍ଦିର ଭିତରେ କରାଯାଇଥିଲା। ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିତି ଚାହାଣୀ ମଣ୍ଡପ ନିକଟରେ କରାଯାଇଛି। ସେଠାରେ ମନ୍ଦିର ପ୍ରଶାସନ ତରଫରୁ ଏକ ଅସ୍ଥାୟୀ ଚାଳି ନିର୍ମାଣ କରାଯାଇଛି। ଯାହା ରଥଖଳାରେ ସାଧାରଣଥଃ ଏହି ଚାଳି ନିର୍ମାଣ କରାଯାଇଥାଏ। ଏହି ନିତି ଠିକ୍ ଯାତ ଭୋଗ ସରିବା ପରେ ମଧ୍ୟ ଆରମ୍ଭ ହୋଇଥିଲା।

ପୂଜାପଣ୍ଡା ସାମନ୍ତ ତିନୋଟି ଆଜ୍ଞାମାଳ ଧରି ଗରୁଡଙ୍କ ପାଖରୁ ସାତ ପାହଚ ଦେଇ ଆନନ୍ଦ ବଜାର ପଟେ ଚାହାଣୀ ମଣ୍ଡପକୁ ଯାଇଥିଲେ। ସେଠାରେ ପୂର୍ବରୁ ତିନି ରଥ ପାଇଁ ତିନୋଟି 12 ଫୁଟିଆ ଧଉରା କାଠକୁ ପୂଜା ଅର୍ଚ୍ଚନା କରାଯାଇ ରଖାଯାଇଥିଲା। ସେହି ତିନୋଟି କାଠ ଉପରେ ଏହି ତିନୋଟି ଆଜ୍ଞାମାଳ ପ୍ରଦାନ କରାଯାଇଥିଲା।

ସେହି ସ୍ଥାନରେ ଭୋଇ ସର୍ଦ୍ଦାର, ବିଶ୍ବକର୍ମା ମହାରଣା, ରୂପକାର, ଚିତ୍ରକର ସେବାୟତଙ୍କୁ ଶାଢୀ ପିନ୍ଧାଯାଇ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ଏହାପରେ ତିନୋଟି କାଠକୁ ମହାରଣା ସେବକମାନେ ତିନୋଟି କୁରାଢୀ ଛୁଆଁଇ କାମ ଆରମ୍ଭ କରିଥିଲେ।

ବର୍ତ୍ତମାନ ମନ୍ଦିର ଭିତରେ ଚନ୍ଦନଯାତ୍ରା 21 ଦିନ ପର୍ଯ୍ୟନ୍ତ ଏହିପରି ଚାଲିବ। ହେଲେ ମେ 3 ତାରିଖରେ ଲକ ଡାଉନ ଖୋଲିବା ପରେ ରଥଯାତ୍ରା ପାଇଁ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ଚଳିତ ବର୍ଷ ଭକ୍ତମାନେ ରଥରେ ତିନିଠାକୁରଙ୍କୁ ଦର୍ଶନ କରିପାରିବେ କି ନାହିଁ ତାହା ସେହି ନିଷ୍ପତି ପରେ ଜଣାପଡିବ।

PuriRathYatra
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହକି ବିଶ୍ୱକପରେ ଭାରତ-ପାକିସ୍ତାନ ମହା ମୁକାବିଲା: ଜାଣନ୍ତୁ ସେମିଫାଇନାଲ ସମୀକରଣ

August 19, 2026

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ହାଇକୋର୍ଟକୁ ମିଳିବେ ଆଉ ୪ ନୂଆ ବିଚାରପତି; କଲେଜିୟମର ସୁପାରିସ୍

August 19, 2026

NEET-JEE ମାଗଣା କୋଚିଂ: ଅକ୍ଟୋବର ୨ ରୁ ଆରମ୍ଭ ହେବ ଯୋଜନା!

August 19, 2026
Latest News

ଗାଲେ ଟେଷ୍ଟ ଜିତିଲା ଭାରତ: ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

August 19, 2026

ହକି ବିଶ୍ୱକପରେ ଭୟଙ୍କର ଦୁର୍ଘଟଣା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଆରୁ ଛାଡ଼ିଲେ ଭାରତୀୟ ଖେଳାଳି

August 19, 2026

କ୍ରେଡିଟ୍ କାର୍ଡରେ ମାତ୍ର ୪୬ ପଇସା କମିବାରୁ ୧୨୦୦ ଟଙ୍କା ଜରିମାନା: ବିଜେପି ନେତାଙ୍କ ଅଭିଯୋଗ

August 19, 2026

ଏଆଇ ଚମକାଇଲା ଏହି ଦେଶର ଭାଗ୍ୟ!: ପ୍ରତ୍ୟେକ ନାଗରିକଙ୍କୁ ମିଳିବ ନଗଦ ୨୬ ହଜାର ଟଙ୍କା

August 19, 2026

ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.