ରଥଯାତ୍ରା ନେଇ ରାଜ୍ୟ ସରକାର ଡାକିଲେ ଜରୁରୀ ବୈଠକ, ସଂଧ୍ୟା 7ଟା 45 ମିନଟରେ ବସିବ ଏହି ବୈଠକ

Published: Jun 18, 2020, 2:26 pm IST

ଭୁବନେଶ୍ବର, ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଦେବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉପରେ ଚଡକ ପଡିଛି। ଏପରି ରାୟ ବର୍ତ୍ତମାନ ସାରା ବିଶ୍ବର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମଙ୍କୁ ଆଘାତ ଦେଇଛି। ଫଳରେ ପରବର୍ତ୍ତି ପଦକ୍ଷେପ କଣ କରାଯିବ ସେ ନେଇ ଆଜି ରାଜ୍ୟ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସଂଧ୍ୟା 7ଟା 45 ମିନଟରେ କରାଯିବ ବୋଲି କୁହାଯାଇଛି।

ପୂର୍ବରୁ ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ବୈଠକ ସହିତ ରଥଯାତ୍ରା ବନ୍ଦ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ବୈଠକରେ ଆଡଭୋକେଟ ଜେନରାଲ, ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଉନ୍ନୟନ କମିଶନର, ଆଇନ ବିଭାଗର ପ୍ରିନସପାଲ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଯୋଗଦେବା ପାଇଁ ଡକା ଯାଇଛି।

Related posts