Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ କବିତାରେ ଜନ ଗଣ ମନର ମହାଗାୟକ ରାହତ ଇନ୍ଦୋରୀ
ବିଶେଷ ଖବର

ଭାରତୀୟ କବିତାରେ ଜନ ଗଣ ମନର ମହାଗାୟକ ରାହତ ଇନ୍ଦୋରୀ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ଯୁରୋ

ସଭିକା ଖୁନ ହୈ ସାମିଲ ୟହାଁ କି ମିଟ୍ଟି ମେ
କିସିକେ ବାପ କା ହିନ୍ଦୁସ୍ତାନ ଥୋଡି ହୈ॥

ଭାରତ ବା ହିନ୍ଦୁସ୍ତାନ କୌଣସି ଜାତି କି ଧର୍ମର ନୁହେଁ, ଏ ମାଟି ପ୍ରତ୍ଯେକ ଭାରତୀୟର। ସମକାଳୀନ ଉର୍ଦ୍ଦୁ କବିତାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିବା ଓ ଲୋକ ଜୀବନର ସ୍ଵରକୁ ନିଜ କବିତାରେ ଅଧିକ ପ୍ରଖର କରିଥିବା ମହାନ କବି ରାହତ ଇନ୍ଦୋରୀ ଆଜି ମୃତ୍ୟୁ ବରଣ କରିଛନ୍ତି। ଗତ କାଲି ରାହତ ଇନ୍ଦୋରୀ କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଥିଲା। ଭାରତୀୟ ଉର୍ଦ୍ଦୁ କବିତାରେ ସେ ଥିଲେ ସର୍ବାଧିକ ଜନପ୍ରିୟ ଲୋକକବି। ତାଙ୍କ କବିତାରେ ଭାରତୀୟ ଜୀବନର ଅନନ୍ୟ ଚିତ୍ର ଓ ଚରିତ୍ର ଭରି ରହିଥିଲା।

ଲୋକପ୍ରିୟ ଗଜଲ୍‌ ଲେଖକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାହତ ଇନ୍ଦୋରୀ ୧୪ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି। ଏହା ସହିତ ସେ ୭ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଗତକାଲି କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଇନ୍ଦୋର ସ୍ଥିତ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୧୯୫୦ ମସିହା ଜାନୁଆରୀ ୧ ତାରିଖରେ ରାହତ୍‌ ଇନ୍ଦୋରୀ ଇନ୍ଦୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ନାମ ରାହତ୍‌ କ୍ୟୁରେସି ଥିବାବେଳେ ପରବର୍ତ୍ତୀ ସମୟରେ ସେ ରାହତ୍‌ ଇନ୍ଦୋରୀ ନାମରେ ପରିଚିତି ହାସଲ କରିଥିଲେ । ଭୋପାଳ ସ୍ଥିତ ବର୍କତଉଲ୍ଲା ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥବାବେଳେ ୧୯୭୫ରେ ରାଜା ଭୋଜ ବିଶ୍ୱ ବିଦ୍ୟାଳୟରୁ ଉର୍ଦ୍ଦୁରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ତାଙ୍କର ବହୁ ପ୍ରସିଦ୍ଧ କବିତାର ଧାଡି ଭାରତୀୟ ଜନମାନସରେ ପ୍ରଚୁର ଛାପ ଛାଡି ଯାଇଛି। ତାଙ୍କ ଜାତୀୟତାବୋଧ, ଏକତାର ସ୍ଵର ଓ ମାନବିକତାର ତୀବ୍ର ଆବେଦନ ରହିଥିଲା। କ୍ଷମତା ପ୍ରତି ତୀବ୍ର କଟାକ୍ଷ ତାଙ୍କ କବିତାର ଆଉ ଏକ ବିଶେଷ ଲକ୍ଷଣ। ସୀମା ବିବାଦକୁ ନେଇ ତାଙ୍କର ତୀବ୍ର କଟାକ୍ଷ –

ସରହଦୋ ପର ବହୁତ ତନାବ ହୈ କ୍ଯା

ପତା ତୋ କରୋ କୋଇ ଚୂନାବ ହୈ କ୍ଯା।

ମୁନ୍ନାଭାଇ ଏମବିବିଏସ, ମିଶନ କାଶ୍ମୀର ଭଳି ସିନେମାର ଲୋକପ୍ରିୟ ଗୀତିକାର ଭାବରେ ତାଙ୍କର ଆଉ ଏକ ପରିଚୟ ରହିଥିଲା। ରାହତ ଇନ୍ଦୋରୀଙ୍କ ବିୟୋଗରେ ଭାରତୀୟ କବିତା ନିଜ ସମୟର ସବୁଠୁ ଲୋକପ୍ରିୟ ସ୍ବରଟିକୁ ଆଜି ହରାଇ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତ-ବ୍ରିଟେନ ମିଳିତ ବିବୃତ୍ତି

October 10, 2025

ଟ୍ରମ୍ପଙ୍କ “ଶାନ୍ତି ଯୋଜନା” ପ୍ରଚାର ବିଫଳ!: ଗାଜା ଉପରେ ବୋମା ପକାଇଲା ଇସ୍ରାଏଲ, ୩୦ ମୃତ

October 10, 2025
Latest News

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.