Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ କବିତାରେ ଜନ ଗଣ ମନର ମହାଗାୟକ ରାହତ ଇନ୍ଦୋରୀ
ବିଶେଷ ଖବର

ଭାରତୀୟ କବିତାରେ ଜନ ଗଣ ମନର ମହାଗାୟକ ରାହତ ଇନ୍ଦୋରୀ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ଯୁରୋ

ସଭିକା ଖୁନ ହୈ ସାମିଲ ୟହାଁ କି ମିଟ୍ଟି ମେ
କିସିକେ ବାପ କା ହିନ୍ଦୁସ୍ତାନ ଥୋଡି ହୈ॥

ଭାରତ ବା ହିନ୍ଦୁସ୍ତାନ କୌଣସି ଜାତି କି ଧର୍ମର ନୁହେଁ, ଏ ମାଟି ପ୍ରତ୍ଯେକ ଭାରତୀୟର। ସମକାଳୀନ ଉର୍ଦ୍ଦୁ କବିତାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିବା ଓ ଲୋକ ଜୀବନର ସ୍ଵରକୁ ନିଜ କବିତାରେ ଅଧିକ ପ୍ରଖର କରିଥିବା ମହାନ କବି ରାହତ ଇନ୍ଦୋରୀ ଆଜି ମୃତ୍ୟୁ ବରଣ କରିଛନ୍ତି। ଗତ କାଲି ରାହତ ଇନ୍ଦୋରୀ କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଥିଲା। ଭାରତୀୟ ଉର୍ଦ୍ଦୁ କବିତାରେ ସେ ଥିଲେ ସର୍ବାଧିକ ଜନପ୍ରିୟ ଲୋକକବି। ତାଙ୍କ କବିତାରେ ଭାରତୀୟ ଜୀବନର ଅନନ୍ୟ ଚିତ୍ର ଓ ଚରିତ୍ର ଭରି ରହିଥିଲା।

ଲୋକପ୍ରିୟ ଗଜଲ୍‌ ଲେଖକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାହତ ଇନ୍ଦୋରୀ ୧୪ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି। ଏହା ସହିତ ସେ ୭ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଗତକାଲି କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଇନ୍ଦୋର ସ୍ଥିତ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୧୯୫୦ ମସିହା ଜାନୁଆରୀ ୧ ତାରିଖରେ ରାହତ୍‌ ଇନ୍ଦୋରୀ ଇନ୍ଦୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ନାମ ରାହତ୍‌ କ୍ୟୁରେସି ଥିବାବେଳେ ପରବର୍ତ୍ତୀ ସମୟରେ ସେ ରାହତ୍‌ ଇନ୍ଦୋରୀ ନାମରେ ପରିଚିତି ହାସଲ କରିଥିଲେ । ଭୋପାଳ ସ୍ଥିତ ବର୍କତଉଲ୍ଲା ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥବାବେଳେ ୧୯୭୫ରେ ରାଜା ଭୋଜ ବିଶ୍ୱ ବିଦ୍ୟାଳୟରୁ ଉର୍ଦ୍ଦୁରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ତାଙ୍କର ବହୁ ପ୍ରସିଦ୍ଧ କବିତାର ଧାଡି ଭାରତୀୟ ଜନମାନସରେ ପ୍ରଚୁର ଛାପ ଛାଡି ଯାଇଛି। ତାଙ୍କ ଜାତୀୟତାବୋଧ, ଏକତାର ସ୍ଵର ଓ ମାନବିକତାର ତୀବ୍ର ଆବେଦନ ରହିଥିଲା। କ୍ଷମତା ପ୍ରତି ତୀବ୍ର କଟାକ୍ଷ ତାଙ୍କ କବିତାର ଆଉ ଏକ ବିଶେଷ ଲକ୍ଷଣ। ସୀମା ବିବାଦକୁ ନେଇ ତାଙ୍କର ତୀବ୍ର କଟାକ୍ଷ –

ସରହଦୋ ପର ବହୁତ ତନାବ ହୈ କ୍ଯା

ପତା ତୋ କରୋ କୋଇ ଚୂନାବ ହୈ କ୍ଯା।

ମୁନ୍ନାଭାଇ ଏମବିବିଏସ, ମିଶନ କାଶ୍ମୀର ଭଳି ସିନେମାର ଲୋକପ୍ରିୟ ଗୀତିକାର ଭାବରେ ତାଙ୍କର ଆଉ ଏକ ପରିଚୟ ରହିଥିଲା। ରାହତ ଇନ୍ଦୋରୀଙ୍କ ବିୟୋଗରେ ଭାରତୀୟ କବିତା ନିଜ ସମୟର ସବୁଠୁ ଲୋକପ୍ରିୟ ସ୍ବରଟିକୁ ଆଜି ହରାଇ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026
Latest News

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.