Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଛଡାଇନେଲା ଜୀବିକା: ବଲିଉଡ କୋରିଓଗ୍ରାଫର ଏବେ ରାସ୍ତା କଡରେ ବିକୁଛନ୍ତି ଚା’
ଆଜିର ଖବର

କରୋନା ଛଡାଇନେଲା ଜୀବିକା: ବଲିଉଡ କୋରିଓଗ୍ରାଫର ଏବେ ରାସ୍ତା କଡରେ ବିକୁଛନ୍ତି ଚା’

August 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ଗଞ୍ଜାମ/ବେଗୁନିଆପଡା: କରୋନା ମହାମାରୀ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଜୀବନ ଛଡାଇ ନେଉଥିବାବେଳେ ଜୀବିକା ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇଛି। କରୋନା ମାଡରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି। ଜୀବନ ଓ ଭୋକ ମଧ୍ୟରେ ମଣିଷ ଅଣନିଃଶ୍ବାସୀ ହୋଇପଡିଛି। କରୋନ ସଂକଟରେ ଅନେକ ଚାକିରି ହରାଇ ବେରୋଜଗାର ହୋଇ ପଡିଥିବାବେଳେ କେହି କେହି ନିଜ ବୃତ୍ତିକୁ ଛାଡି ପେଟ ଭୋକ ମେଣ୍ଟାଇବା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ବି ପଛଉ ନାହାନ୍ତି। ତେବେ ଫିଲ୍ମ ଜଗତ ଉପରେ କରୋନା ମାଡ ବିଶେଷ ଭାବରେ ଅନୁଭୂତ ହେଉଛି। ଗତ ୫ ମାସ ଧରି ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଜାରି ରହିଥିବାବେଳେ ଫିଲ୍ମ, ଧାରାବାହିକ ଆଦି ଶୁଟିଂ ବନ୍ଦ ରହିଛି। ଏପରି ସମୟରେ ଫିଲ୍ମ ଜଗତକୁ ନେଇ ବଞ୍ଚୁଥିବା ମଣିଷମାନଙ୍କ ଅବସ୍ଥା ବାର ଅଣା ଦି’କଡା ହୋଇଯାଇଛି।

ବହୁ ଛୋଟ ଛୋଟ କଳାକାର ଫିଲ୍ମ ଯୋଗୁଁ ନିଜ ଗୁଜୁରାଣ ମେଣ୍ଟାଉଥିବାବେଳେ ଗତ ୫ ମାସ ଧରି ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ ହୋଇଯିବା ଯୋଗୁଁ ସେମାନେ ଏବେ ଛୋଟ ମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏମିତି ଜଣେ କଳାକାରଙ୍କ କାହାଣୀ ସାମ୍ନାକୁ ଆସିଛି। କରୋନା ଯୋଗୁଁ ଜଣେ ବଲିଉଡ୍‌ କୋରିଓଗ୍ରାଫ୍‌ର ରାସ୍ତା କଡରେ ଚା’ ବିକିବାକୁ ବାଧ୍ୟ ହୋଇଛନ୍ତି।

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ପି.ନୁଆଗାଁ ଗ୍ରାମର ସାଉଲିଙ୍ଗ ପଢିଆଳି। ବଲିଉଡ,ଓଲିଉଡ଼ ଜଗତର ଜଣେ ଦକ୍ଷ କୋରିଓଗ୍ରାଫର। ମୁମ୍ବାଇ ମାୟା ନଗରୀର ଅଭିନେତା ଅଭିନେତ୍ରୀ ମାନଙ୍କ ଗହଣରେ ଦିନ କାଟୁ ଥିବା ସାଉଲିଙ୍ଗ ଆଜି ପାଲଟି ଯାଇଛନ୍ତି ଜଣେ ଚା ଦୋକାନୀ। ଶୁଣିବାକୁ କଥାଟି ଆଶ୍ଚର୍ଯ୍ୟ ଯେମିତି ହେଲେ କଥାଟି ସତ। କରୋନା କଟକଣା ତାଙ୍କଠାରୁ ଛଡାଇ ନେଇଛି ଜୀବିକା ଆଉ ପରିସ୍ଥିତିରେ ପଡି ସେ ବିକୁଛନ୍ତି ଚା। ନିଜ ଗାଁ ନିକଟ ରାସ୍ତା କଡରେ ଚାଳ ଛପର କୁଡ଼ିଆ ଟିଏ କରି ମାଟି ହାଣ୍ଡିର ଚା ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖିଥିବା ସାଉଲିଙ୍ଗ ସଭିଙ୍କ ମହଲରେ ଗୁରୁ ରୂପେ ପରିଚିତ। ବାପା ଚାଲିଯିବା ପରେ ଗୁଜୁରାଟରେ ଜଣେ ନୃତ୍ୟ ଗୁରୁଙ୍କ ଘରେ ବାସନ ଧୋଇ ଝାଡୁ କରି ନୃତ୍ୟ ଶିକ୍ଷା କରିଥିଲେ। ପରେ ସମୟ ଚକ୍ରରେ ଅହମ୍ମଦାବାଦର ଦୀପକ ରାଜପୁତ ନାମକ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ଫିଲ୍ମ ଜଗତରେ ପାଦ ଥାପିଥିଲେ।

ବଲିଉଡ ଫିଲ୍ମ କମାଣ୍ଡ -୨(ହରେ କ୍ରିଷ୍ଣା… ହରେ ରାମ… )ସଙ୍ଗୀତରେ କୋରିଓଗ୍ରାଫର କରିଥିଲେ ସାଉଲିଙ୍ଗ। ଏହାପରେ ଆଉ ପଛକୁ ଫେରିନଥିଲେ ସେ। ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢି ଚାଲି ଥିଲେ ସେ। ଏହାପରେ ଓଡ଼ିଆ ସିନେମା ଜଗା ହାତରେ ପଘା,ବିନ୍ଦାସ ଏବଂ ସୁନ୍ଦରଗଡ଼ର ସଲମାନ ଖାନର ସଙ୍ଗୀତରେ ସେ କୋରିଓଗ୍ରାଫର ଦେଇଥିଲେ। ସେହିପରି ଯାତ୍ରା ପାର୍ଟି ଓ ବିଭିନ୍ନ ଆଲବମରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ହେଲେ କରୋନା କଟକଣା ବଦଳାଇ ଦେଇଛି ତାଙ୍କ ଦୁନିଆ।

ଲକଡାଉନ ପରେ ଗୁଜୁରାଟରୁ ଫେରିଛନ୍ତି ପାଖରେ ନାହିଁ କାମ ।ଅର୍ଥ ଅଭାବ ହେତୁ କିଛି ଦିନ ହେବ ଚା ଦୋକାନ ଟିଏ ଖୋଲିଛନ୍ତି। ଦିନକରେ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ପାଖରେ ଆଶ୍ରୟ ନେଇଥିବା ଜଣେ ବ୍ୟକ୍ତିକୁ ଦିନକୁ ୫୦ ଟଙ୍କା ମଧ୍ୟ ଦେଉଛନ୍ତି। ପରିବାର କହିଲେ ଘରେ ମା ଙ୍କ ସହ ପତ୍ନୀ ଓ ଦୁଇ ପୁଅ। ସବୁ କିଛି ଭଗବାନଙ୍କ ଭରସାରେ ଛାଡିଦେଇଛନ୍ତି ସାଉଲିଙ୍ଗ। ପରିବାର ଚଳାଇବାକୁ କିଛିବି କରିବାକୁ ହେବ ବୋଲି କହିଛନ୍ତି ସେ।

Bollywood corona Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.