
କୋଲକାତା, ବର୍ତ୍ତମାନ ସିନେମା ହଲ, ପ୍ରେକ୍ଷାଳୟ, ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ଯାତ୍ରା, ମ୍ୟାଜିକ ସୋ ଏବଂ ସର୍କସ ପ୍ରଦର୍ଶନ ହେବ। ଅକ୍ଟୋବର ଏକ ତାରିଖରୁ ଏହା ଲାଗୁ ହେବ ବୋଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟୁଇଟ କରି ଜଣାଇଛନ୍ତି। ତେବେ ଏଥିରେ ସେ ଏକ କଟକଣା ଜାରୀ କରିଛନ୍ତି। ତାହା ହେଲା ସର୍ବାଧିକ 50 ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ।
ସାଧାରଣ ଜୀବନଜୀବିକା ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କୋଭିଡ19 ଯୋଗୁଁ ରାଜ୍ୟର ସମସ୍ତ ସିନେମା ହଲ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ବର୍ତ୍ତମାନ ପୂଜା ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଜଣାପଡିଛି।