ଦୀର୍ଘ ଆଠମାସ ପରେ ଖୋଲିବ ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର, ପ୍ରଥମ ଦିନରେ ହଜାରେ ଭକ୍ତ

Published: Nov 15, 2020, 5:01 pm IST

ମୁମ୍ବାଇ, ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଆସନ୍ତାକାଲି ଖୋଲିବ। ଏନେଇ ମନ୍ଦିର କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି। କରୋନା ପାଇଁ ଏହି ମନ୍ଦିର ସହିତ ମହାରାଷ୍ଟ୍ରର  ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା। ହେଲେ ରାଜ୍ୟ ସରକାର ସୋମବାରଠାରୁ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ସିଦ୍ଧି ବିନାୟକ ମନ୍ଦିର ତରଫରୁ ପ୍ରସ୍ତୁତି କରାଯାଇଛି। କାରଣ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାର ହଜାର ଭକ୍ତ ଆସିଥାନ୍ତି।

ତେବେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିବା ସହିତ କେତକ କଟକଣା ମଧ୍ୟ ଜାରୀ କରିଛନ୍ତି। ସେଗୁଡିକ ହେଲା ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ, ଶାରୀରିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏତେ ଦିନ ପରେ ମନ୍ଦିର ଖୋଲୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବା ପାଇଁ ପ୍ରଥମ ଦିନରେ ଏକ ହଜାର ଭକ୍ତ ପଂଜିକୃତ କରିଥିବା ଜଣାପଡିଛି।

Related posts