Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ, ଏହି ବେଶରେ କଣ ଲଗାଯାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
ଜାତୀୟ ଖବର

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ, ଏହି ବେଶରେ କଣ ଲଗାଯାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

November 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ, ଏହି ବେଶରେ କଣ ଲଗାଯାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ ପରେ ଏହି ବେଶ ପଡିଛି। ଫଳରେ ଏହା ଦେଖିବା ପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିଲା। ହେଲେ କରୋନା ପାଇଁ ସେ ସବୁ ବନ୍ଦ କରି ଦିଆଯାଇଛି। ୨୫ ବର୍ଷ ତଳେ ପଡୁଥିଲେ ମଧ୍ୟ ଭକ୍ତମାନେ ତାହା ଦର୍ଶନ କରିବାରୁ ବଞ୍ଚିତ ହେବେ। ମନ୍ଦିର ପ୍ରଶାସନ ତରଫରୁ କରୋନା ସଂକ୍ରାମଣ ପାଇଁ ଏହି ବେଶ ଦେଖିବାକୁ ବାରଣ କରାଯାଇଛି।

ଏହି ନାଗାର୍ଜୁନ ବେଶ କଣ

ନାଗାର୍ଜ୍ଜୁନ ବେଶ ହେଉଛି ଶ୍ରୀ ଜୀୟୁଙ୍କ ଏକ ବିରଳ ବେଶ। ଏଥିରେ  ଠାକୁର ବୀର ବା ଯୋଦ୍ଧା ବେଶର ସଜେଇ ହୁଅନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ଠାକୁରଙ୍କୁ ସଜା ଯାଇଥାଏ।  ପ୍ରଭୁ ବଳଭଦ୍ର ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ପଛରେ ଧନୁତୀର ରଖାଯାଇଥାଏ। ମୁଣ୍ଡରେ ଏକ ହାଣ୍ଡିଆ ମୁକୁଟ ପିନ୍ଧାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ। ସୁନାର ମୁକୁଟ ସହିତ ଏକ ଆକର୍ଷଣୀୟ ବେଶ କରାଯାଇଥାଏ। ଏହା ଏକ ବିରଳ ତଥା ବହୁ ବର୍ଷ ପରେ ହେଉଥିବାରୁ ସବୁ ଭକ୍ତ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। 

ନାଗାର୍ଜ୍ଜୁନ ବେଶ କେବେ ହୋଇଥାଏ

ଶ୍ରୀଜୀୟୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ହେଲା ବେଶ୍ ବିରଳ ବେଶ। କାରଣ ତିନିଠାକୁରଙ୍କ ଯେତେ ସବୁ ବେଶ ଅଛି ତାହା ବର୍ଷରେ ଥରେ ପଡିଥାଏ। ହେଲେ ନାଗାର୍ଜୁନ ବେଶ କେତେବେଳେ ପଡିବ ତାହା କହିହେବ ନାହିଁ। ମୁଖ୍ୟତଃ ଯେଉଁ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚଦିନ ନ ହୋଇ ଛଅ ଦିନ ହେବ ସେହି ଦିନ ଏହି ବେଶ କରାଯାଇଥାଏ। ଅର୍ଥାତ ପଞ୍ଚୁକ ପାଞ୍ଚଦିନ ସହିତ ଗୋଟିଏ ମଳ ତିଥି ରହିଥାଏ। ଫଳରେ ସେହି ବର୍ଷ ପଞ୍ଚୁକ ଛଅଦିନ ହୋଇଥାଏ। ଏହି ମଳ ଦ୍ବାଦଶୀରେ ପ୍ରଭୃଙ୍କ ନାଗାର୍ଜୁନ ବେଶ କରାଯାଇଥାଏ।ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ମଳ ଦ୍ବାଦଶୀ ପଡୁଥିବାରୁ ଏହି ନାଗାର୍ଜ୍ଜୁନ ବେଶ କରାଯାଉଛି।

ପୂର୍ବେ ନାଗାର୍ଜୁନ ବେଶ କେବେ ହୋଇଥିଲା

ପ୍ରକୃତରେ ନାଗାର୍ଜ୍ଜୁନ ବେଶର ପ୍ରାଚୀନତା ସଂପର୍କରେ କୌଣସି ଲିଖିତ ତଥ୍ୟ ନାହିଁ। ଏପରିକି ଶ୍ରୀମନ୍ଦିର ରେକର୍ଡରେ ମଧ୍ୟ ଏହାର ପ୍ରାଚୀନତା ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ସେହିପିର ଶ୍ରୀମନ୍ଦିର ସତ୍ବଲିପିରେ ସମସ୍ତ ବେଶ କଥା ଉଲ୍ଲେଖ ଥିବା ବେଳେ ନାଗାର୍ଜ୍ଜୁନ ବେଶ ଉପରେ କୌଣସି ତଥ୍ୟ ନାହିଁ। ତେବେ ଶ୍ରୀମନ୍ଦିର ରେକର୍ଡ ଅନୁସାରେ କେବଳ 1966 ମସିହାରେ ଶ୍ରୀଜୀୟୁଙ୍କର ନାଗାର୍ଜ୍ଜୁନ ବେଶ ହୋଇଥିଲା। ତା ପୂର୍ବରୁ କେବେ ହୋଇଥିଲା ତାହାର କୌଣସି ତଥ୍ୟ ଲିପିବଦ୍ଧ ହୋଇ ନାହିଁ। ସେହି ରେକର୍ଡ ଅନୁସାରେ କେବଳ 54 ବର୍ଷର ଇତିହାସ ରହିଛି। ବିଗତ ବର୍ଷରେ ହୋଇଥିବା ନାଗାର୍ଜ୍ଜୁନ ବେଶ ନିମ୍ନ ତାରିଖ ଅନୁସାରେ ଅନୁଷ୍ଠିତ ହୋଇଥିଲା।

# ୨୬ ନଭେମ୍ବର ୧୯୬୬
# ୧୬ ନଭେମ୍ବର ୧୯୬୭
# ୩ ନଭେମ୍ବର ୧୯୬୮
# ଏହାପରେ ୨୭ ବର୍ଷ ପରେ ଅର୍ଥାତ ୨୬ ନଭେମ୍ବର ୧୯୯୩ ମସିହାରେ ପଡିଥିଲା
# ଗତ ନାଗାର୍ଜ୍ଜୁନ ବେଶ ହୋଇଥିଲା ୧୬ ନଭେମ୍ବର ୧୯୯୪ ମସିହାରେ

ଅର୍ଥାତ ଏଥର ନାଗାର୍ଜ୍ଜୁନ ବେଶ ୨୫ ବର୍ଷ ପରେ ଅନୁଷ୍ଠିତ ହେଲା।

ନାଗାର୍ଜ୍ଜୁନ ବେଶରେ କଣ ଲଗାଯାଏ, କିଏ କରେ

ସାଧାରଣତଃ ନାଗାର୍ଜ୍ଜୁନ ବେଶରେ ତିନିଠାକୁରଙ୍କୁ ବୀର ବେଶରେ ସଜ୍ଜିତ କରାଯାଇଥାଏ। ଏଥିରେ ସୋଲ, କନା, ଜରୀ, ବେତରେ ତିଆରି ହାଣ୍ଡିଆ, ଢେଣୁ, ନିଶଦାଢୀ, ସୋଲର ଛୁରୀ, କଟୁରୀ, ବାଘଛାଲ, ସିଙ୍ଗଡା, କଲିଫି, ସ୍ବର୍ଣ୍ଣ, ଶ୍ରୀଭୂଜ, ଶ୍ରୀପୟର, ବାଘନଖିମାଳି, ହରିଡା ମାଳି ପ୍ରଭୃତି ବ୍ୟବହାର କରାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ।

ଏହି ବେଶକୁ ପୂର୍ବରୁ ପୁରୀ ହରଚଣ୍ଡୀ ସାହିର ଶ୍ରୀମନ୍ଦିର ସେବାୟତ ଜଗନ୍ନାଥ ଖୁଣ୍ଟିଆଙ୍କ ପରିବାର କରିଆସୁଥିଲେ। ହେଲେ ୧୯୯୩ ମସିହାରେ ଏମାନେ କରିବାକୁ ଅରାଜି ହେବାରୁ ଦୋଳମଣ୍ଡପ ସାହିର ଦଇତାପତି ପରିବାରର ତିଳୋତମା ଦାସମହାପାତ୍ର ଏହି ବେଶ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ହେଲେ ୧୯୯୪ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶର ଦାୟିତ୍ବ ନେଇ ବେଶ ଯାକଜମକରେ କରିଆସୁଛି। ସେହିପରି ମନ୍ଦିର ଭିତରେ ତିନି ଠାକୁରଙ୍କୁ ଏହି ବେଶ ଯେଉଁମାନେ କରିଥାନ୍ତି ସେମାନେ ହେଲେ  ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପପାଳକ ସେବକ। ଏଥିସହିତ ଖୁଣ୍ଟିଆ ଏବଂ ମେକାପ ସେବକ ମଧ୍ୟ ସାହାର୍ଯ୍ୟ କରିଥାନ୍ତି।

ପ୍ରତିବର୍ଷ ଏହି କାର୍ତ୍ତିକ ମାସରେ ତିନି ଠାକୁରଙ୍କ ବହୁ ବେଶ କରାଯାଇଥାଏ। ସେଥି ମଧ୍ୟରେ କାର୍ତ୍ତିକ ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ, ଦ୍ବାଦଶୀରେ ବାଙ୍କଚୂଡା ବେଶ, ତ୍ରୟୋଦଶୀରେ ତ୍ରିବୀକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ରାଜବେଶ କରାଯାଇଥାଏ। ହେଲେ କାର୍ତ୍ତିକ ମାସର ଏହି ନାଗର୍ଜ୍ଜୁନ ବେଶ ହେଉଛି ସବୁଠୁ ବିରଳ ।

ନାଗାର୍ଜ୍ଜୁନ ବେଶ ପୁରୀ ଶ୍ରୀମନ୍ଦିର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.