ବଙ୍ଗୋପସାଗରରେ ଲଘୁଚାପ, ପୁଣି ପ୍ରବଳ ବର୍ଷା ସମ୍ଭାବନ

Published: Jun 25, 2023, 7:43 am IST
Rain

ଭୁବନେଶ୍ବର: ଖୁବ ଶିଘ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧିରେଧିରେ ଘନିଭୂତ ହୋଇ ଲଘୁଚାପରେ ପରିଣତ ହେବ।

ଏହାଦ୍ବାରା ଉତ୍ତର ଓଡିଶା ଏବଂ ପଶ୍ଚିମ ବଂଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।  ଆଜିଠାରୁ ତିନିଦିନ ଧରି ହେବାକୁ ଥିବା ଏହି ବର୍ଷାର ପରିମାଣ ସୋମବାରଠାରୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସେଥିପାଇଁ ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ପ୍ରଦାନ କରାଯାଇଛି।

ଯେଉଁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ ସୋଗୁଡିକ ହେଲା କେଉଁଝର, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ କଟକ। ଏହି ଜିଲ୍ଲାର ଦୁଇ ତିନୋଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

Related posts