Cyclone Update: ପୁରୀରୁ ଦୀଘା ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଦାନା, ପାଣିପାଗ ବିଭାଗର ଆକଳନ

Published: Oct 21, 2024, 7:05 pm IST

Cyclone Update: ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପସାଗର ଏବଂ ନିମ୍ନ ଆଣ୍ଡାମାନ ସାଗରରେ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ବଙ୍ଗୋବସାଗରର ପୂର୍ବ ମଧ୍ୟ ଭାଗରେ ଏହା ଆଜି ଦିନ ସଦୃଶ୍ୟ ଲଘୁଚାପ ଭାବରେ ଚିହ୍ନିତ ହୋଇଛି। ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ।

ସେହିପରି ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଏହା ବାତ୍ୟାରେ ପରିଣତ ହେବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ।

୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ।

ଏହାଦ୍ବାରା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ।

Related posts