Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ
ଧର୍ମ

ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ

July 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ

ପୁରୀ: ପୁଣି ଖୋଲାଗଲା ଭିତର ରତ୍ନ ଭଣ୍ଡାର। ଗତଥର ଏହାକୁ ଖୋଲାଯାଇଥିଲେ ମଧ୍ୟ ଭିତରେ କଣ ଥିଲା ତାହା ଦେଖାଯାଇ ନ ଥିଲା। ହେଲେ ଆଜି ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନ ଭଣ୍ଡାରକୁ ଯାଇ ଆଲମାରା ଓ ସିନ୍ଧୁକ ଖୋଲିଥିଲେ। ତା ଭିତରେ କଣ ରହିଥିଲା ତାହା ତଦାରଖ କରିବା ପରେ ସେଗୁଡିକ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରତି କରାଇଛନ୍ତି।

ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ କହିବା ଅନୁସାରେ ଭିତର ରତ୍ନଭଣ୍ଡାରକୁ ସକାଳେ ସମସ୍ତ ସଦସ୍ୟ ପ୍ରବେଶ କରିଥିଲେ। ପ୍ରଥମେ ଆଲମାରୀ ଓ ସିନ୍ଧୁକଗୁଡିକ ଦେଖିବା ପରେ ତାହା ଖୋଲାଯାଇଥିଲା। ଭିତରେ କଣ ରହିଛି ତାହା ଦେଖିବା ପରେ ସେଗୁଡିକର ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରାଯାଇଥିଲା। ଏହି ସ୍ଥାନାନ୍ତରିତ ପାଇଁ ପ୍ରାୟ ସାଢେ ସାତ ଘଣ୍ଟା ଲାଗିଗଲା ବୋଲି ସେ କହିଥିଲେ।

ତେବେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ପରେ କାଠ ସିନ୍ଧୁକ, ଆଲମାରୀ ଏବଂ ଲୁହା ସିନ୍ଧୁକଙ୍କୁ ସେ ଭିତରୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ଏଏସଆଇ ତାହାର ଯାଞ୍ଚ କରି ମରାମତି କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଷ୍ଟିସ ରଥ କହିଥିଲେ। ତେବେ ଭିତରେ ଯେଉଁ ସାପ ରହିବା କଥା କୁହାଯାଉଥିଲା ତାହା ସଂପର୍ଣ୍ଣ ମିଛ। ଭିତରେ କୌଣସି ସାପ ନାହିଁ ବୋଲି ଅନ୍ୟତମ ସଦସ୍ୟ ଡାକ୍ତର ସିବିକେ ମହାନ୍ତି ମଧ୍ୟ କହିଛନ୍ତି।

ସେହିପରି ଭିତରେ ଆଉ ଗୁପ୍ତ ସୁଡଙ୍ଗ ରହିଛି କା ନାହିଁ ସେ ସଂପର୍କରେ କମିଟ ସଦସ୍ୟ କହିଛନ୍ତି ଯେ, ବର୍ତ୍ତମାନ ଖାଲି ଆଖିରେ ତାହା ଦେଖାଯାଇ ନାହିଁ। ତେଣୁ ଆମେ ଭାବୁଛୁ ଯେ ସେପରି କିଛି ଗୁପ୍ତ ସୁଡଙ୍ଗ ନାହିଁ। ତେବେ ଲେଜର ସ୍କାନିଂ କରିବା ପରେ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ ସରକାରଙ୍କ ଏସଓପିରେ କିଛି ଉଲ୍ଲେଖ ନାହିଁ। ସେଥିପାଇଁ ସେ ସଂପର୍କରେ ସରକାରଙ୍କୁ ଅବଗତ କରାଯିବ। ଲେଜର ସ୍କାନିଂ ପାଇଁ ଅନୁମତି ମିଳିଲେ ତାହା ସ୍ପଷ୍ଟ ହେବ ବୋଲି କମିଟ ସଦସ୍ୟ କହିଥିଲେ।

ତେବେ ଭିତର ରତ୍ନ ଭଣ୍ଡାରରେ କଣ କଣ ଜିନିଷ ବା ଅଳଙ୍କାର ରହିଛି ସେ ସଂପର୍କରେ କମିଟ ସଦସ୍ୟମାନେ ମୁହଁ ଖୋଲି ନ ଥିଲେ। ସେମାନେ କହିଥିଲେ ଯେ, କାହା ଘରେ କଣ ସୁନା ଅଳଙ୍କାର ରହିଛି ତାହା ବାହାର ଲୋକଙ୍କୁ ଜଣାନ୍ତି ନାହିଁ। ଠିକ ସେହିପରି ଠାକୁରଙ୍କ କଣ ସୁନା ଜିନିଷ ରହିଛି ତାହା ଅନ୍ୟମାନେ ଜାଣିବା ଆବଶ୍ୟକ ନାହିଁ। ଆମେ ସେ ସଂପର୍କରେ ବାହାରେ କିଛି ପ୍ରକାଶ କରିବୁ ନାହିଁ ବୋଲି ଠାକୁରଙ୍କ ପାଖରେ ଶପଥ କରିଛୁ ବୋଲି ଡାକ୍ତର ସିବିକେ ମହାନ୍ତି କହିଥିଲେ।

RathYatra2024 RatnaBhandar ରତ୍ନ ଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026
Latest News

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.