Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ
ଧର୍ମ

ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ

July 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରିତ, ଭିତରେ ସାପ କି ସୁଡଙ୍ଗ ନାହିଁ

ପୁରୀ: ପୁଣି ଖୋଲାଗଲା ଭିତର ରତ୍ନ ଭଣ୍ଡାର। ଗତଥର ଏହାକୁ ଖୋଲାଯାଇଥିଲେ ମଧ୍ୟ ଭିତରେ କଣ ଥିଲା ତାହା ଦେଖାଯାଇ ନ ଥିଲା। ହେଲେ ଆଜି ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନ ଭଣ୍ଡାରକୁ ଯାଇ ଆଲମାରା ଓ ସିନ୍ଧୁକ ଖୋଲିଥିଲେ। ତା ଭିତରେ କଣ ରହିଥିଲା ତାହା ତଦାରଖ କରିବା ପରେ ସେଗୁଡିକ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରତି କରାଇଛନ୍ତି।

ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ କହିବା ଅନୁସାରେ ଭିତର ରତ୍ନଭଣ୍ଡାରକୁ ସକାଳେ ସମସ୍ତ ସଦସ୍ୟ ପ୍ରବେଶ କରିଥିଲେ। ପ୍ରଥମେ ଆଲମାରୀ ଓ ସିନ୍ଧୁକଗୁଡିକ ଦେଖିବା ପରେ ତାହା ଖୋଲାଯାଇଥିଲା। ଭିତରେ କଣ ରହିଛି ତାହା ଦେଖିବା ପରେ ସେଗୁଡିକର ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରାଯାଇଥିଲା। ଏହି ସ୍ଥାନାନ୍ତରିତ ପାଇଁ ପ୍ରାୟ ସାଢେ ସାତ ଘଣ୍ଟା ଲାଗିଗଲା ବୋଲି ସେ କହିଥିଲେ।

ତେବେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ପରେ କାଠ ସିନ୍ଧୁକ, ଆଲମାରୀ ଏବଂ ଲୁହା ସିନ୍ଧୁକଙ୍କୁ ସେ ଭିତରୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ଏଏସଆଇ ତାହାର ଯାଞ୍ଚ କରି ମରାମତି କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଷ୍ଟିସ ରଥ କହିଥିଲେ। ତେବେ ଭିତରେ ଯେଉଁ ସାପ ରହିବା କଥା କୁହାଯାଉଥିଲା ତାହା ସଂପର୍ଣ୍ଣ ମିଛ। ଭିତରେ କୌଣସି ସାପ ନାହିଁ ବୋଲି ଅନ୍ୟତମ ସଦସ୍ୟ ଡାକ୍ତର ସିବିକେ ମହାନ୍ତି ମଧ୍ୟ କହିଛନ୍ତି।

ସେହିପରି ଭିତରେ ଆଉ ଗୁପ୍ତ ସୁଡଙ୍ଗ ରହିଛି କା ନାହିଁ ସେ ସଂପର୍କରେ କମିଟ ସଦସ୍ୟ କହିଛନ୍ତି ଯେ, ବର୍ତ୍ତମାନ ଖାଲି ଆଖିରେ ତାହା ଦେଖାଯାଇ ନାହିଁ। ତେଣୁ ଆମେ ଭାବୁଛୁ ଯେ ସେପରି କିଛି ଗୁପ୍ତ ସୁଡଙ୍ଗ ନାହିଁ। ତେବେ ଲେଜର ସ୍କାନିଂ କରିବା ପରେ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ ସରକାରଙ୍କ ଏସଓପିରେ କିଛି ଉଲ୍ଲେଖ ନାହିଁ। ସେଥିପାଇଁ ସେ ସଂପର୍କରେ ସରକାରଙ୍କୁ ଅବଗତ କରାଯିବ। ଲେଜର ସ୍କାନିଂ ପାଇଁ ଅନୁମତି ମିଳିଲେ ତାହା ସ୍ପଷ୍ଟ ହେବ ବୋଲି କମିଟ ସଦସ୍ୟ କହିଥିଲେ।

ତେବେ ଭିତର ରତ୍ନ ଭଣ୍ଡାରରେ କଣ କଣ ଜିନିଷ ବା ଅଳଙ୍କାର ରହିଛି ସେ ସଂପର୍କରେ କମିଟ ସଦସ୍ୟମାନେ ମୁହଁ ଖୋଲି ନ ଥିଲେ। ସେମାନେ କହିଥିଲେ ଯେ, କାହା ଘରେ କଣ ସୁନା ଅଳଙ୍କାର ରହିଛି ତାହା ବାହାର ଲୋକଙ୍କୁ ଜଣାନ୍ତି ନାହିଁ। ଠିକ ସେହିପରି ଠାକୁରଙ୍କ କଣ ସୁନା ଜିନିଷ ରହିଛି ତାହା ଅନ୍ୟମାନେ ଜାଣିବା ଆବଶ୍ୟକ ନାହିଁ। ଆମେ ସେ ସଂପର୍କରେ ବାହାରେ କିଛି ପ୍ରକାଶ କରିବୁ ନାହିଁ ବୋଲି ଠାକୁରଙ୍କ ପାଖରେ ଶପଥ କରିଛୁ ବୋଲି ଡାକ୍ତର ସିବିକେ ମହାନ୍ତି କହିଥିଲେ।

RathYatra2024 RatnaBhandar ରତ୍ନ ଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026
Latest News

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.