Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଭୁବନେଶ୍ବରରେ ପାଳିତ ହେଲା ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ
ଧର୍ମ

ଭୁବନେଶ୍ବରରେ ପାଳିତ ହେଲା ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ

September 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ପାଳିତ ହେଲା ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ

ଭୁବନେଶ୍ୱର: ସହରରେ ରହୁଥିଲେ ମଧ୍ୟ ଗାଁର ମଧୁର ଅନୁଭୂତି ଓ ସମୃଦ୍ଧ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଁ ଶ୍ରୀ ଭାଗବତାୟ ନମଃ ଧ୍ୱନିରେ ଝଙ୍କୃତ ହୋଇଥିଲା ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଡି. ଏନ. ଅକ୍ସି ପାର୍କର ମୁକ୍ତାକାଶ ମଞ୍ଚ ପରିସର।

ଅବସର ଥିଲା ଭାଦ୍ରବ ପୂର୍ଣ୍ଣିମାରେ ପାଳନ କରାଯାଉଥିବା, ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ। ପୁରୋହିତଙ୍କ ମନ୍ତ୍ର ଧ୍ୱନି ସତେ ଯେପରି ଉପସ୍ଥିତ ସମସ୍ତଙ୍କ ମନ ଏବଂ ହୃଦୟକୁ କରୁଥିଲା ଆନମନା ଓ ଫେରାଇ ନେଇଥିଲା ଗାଁ ପରିବେଶକୁ। ଧର୍ମ ଏବଂ ସଂସ୍କୃତିର ଆତ୍ମା ପବିତ୍ର ଶ୍ରୀମଦ ଭାଗବତଙ୍କ ଜନ୍ମ ମହୋତ୍ସବ ଅବସରରେ, ସମସ୍ତ ଭକ୍ତଙ୍କ ମନରେ ଥିଲା ଅସୁମାରୀ ଭକ୍ତିର ଆନନ୍ଦ।

ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଶ୍ରୀଭାଗବତ ମହାପୁରାଣକୁ ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସମସ୍ତ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଆହୁତୀ ପ୍ରଦାନ କରାଯାଇ ହୋମଯଜ୍ଞ ସମ୍ପନ୍ନ ହୋଇଥିଲା। ପରିଶେଷରେ ଭୋଗନୈବେଦ୍ୟ ଅର୍ପଣ, ଆଳତୀ ଏବଂ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।

ଏହାପରେ ଭାଗବତ ପଠନ ସଂକୀର୍ତ୍ତନ ମାଧ୍ୟମରେ କରାଯାଇଥିଲା। ପୂଜା ତଥା ମହୋତ୍ସବରେ କର୍ତ୍ତା ଭାବେ ସୁବ୍ରତା ପାଟ୍ଟଯୋଶୀ ସେବା ପ୍ରଦାନ କରିଥିବା ବେଳେ ଏହି ପରମ୍ପରାର ପୁନଃରୁଦ୍ଧାର ଲାଗି ପଦକ୍ଷେପ ନେଇଥିଲେ ଭାଗବତ ଗୋଷ୍ଠୀର ଆବାହକ ଉମେଶ ଚନ୍ଦ୍ର ମହାପାତ୍ର, ବାନାମ୍ବର ମିଶ୍ର, ସଂଗ୍ରାମ ମହାପାତ୍ର ଓ ଗିରିଶ ଚନ୍ଦ୍ର ମିଶ୍ର ପ୍ରମୁଖ। ପୂଜା କାର୍ଯ୍ୟରେ ଶ୍ରୀମନ୍ତିକା ମିଶ୍ର , ଅଞ୍ଜଳି ପାତ୍ର ଏବଂ ଉପସ୍ଥିତ ଅନ୍ୟ ଭକ୍ତଗଣ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026
Latest News

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.