ଭୁବନେଶ୍ବର: ଆସନ୍ତାକାଲି ଶନିବାର ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ଏହିଦିନ ଭାଇ ହାତରେ ଉଭଣୀ ରାକ୍ଷୀ ବାନ୍ଧିଥାଏ। କାରଣ ହେଲା ରାକ୍ଷୀକୁ ସାକ୍ଷୀ ରଖି ଭାଇ ସବୁବେଳେ ଭଉଣୀର ସୁରକ୍ଷା କବଚ ସାଜିବ ବୋଲି କହିଥାଏ। ସେଥିପାଇଁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସୀ ଥାନ୍ତି।
ତେବେ ଚଳିତ ବର୍ଷ ଏହି ରାକ୍ଷୀ ବନ୍ଧନ କେତେବେଳେ ଆରମ୍ଭ ହେଉଛି ଏବଂ ରାକ୍ଷୀ ବାନ୍ଧିବା ପାଇଁ କେତେବେଳେ ଶୁଭ ମୂହୁର୍ତ୍ତ ତାହା ଜାଣିବା ଆବଶ୍ୟକ ରହିଛି। କାରଣ ଶୁଭ ସମୟରେ ଭାଇର ହାତରେ ରାକ୍ଷୀ ବାନ୍ଧିଲେ ତାହା ଶୁଭ ପ୍ରଦ ହୋଇଥାଏ। ବିଭିନ୍ନ ଜ୍ୟୋତିଷଙ୍କ ସହିତ ଆଲୋଚନା ପରେ ଆମେ ରାକ୍ଷୀ ବନ୍ଧନର ଶୁଭ ମୂହୁର୍ତ୍ତ ବାହାର କରିଛୁ। ତାହା ହେଲା….
ରକ୍ଷା ବନ୍ଧନ ୨୦୨୫: ରାକ୍ଷୀ ବନ୍ଧନ ପାଇଁ ଶୁଭ ମୁହୂର୍ତ୍ତ, ସମୟ
ରାକ୍ଷୀ ବନ୍ଧନ ଦିନ– ଶନିବାର, ଅଗଷ୍ଟ ୯ ତାରିଖରେ
ରାକ୍ଷୀ ବନ୍ଧନ ପାଇଁ ଶୁଭ ମୁହୂର୍ତ୍ତ – ସକାଳ ୫:୪୭ ରୁ ଅପରାହ୍ନ ୧:୨୪, ଅଗଷ୍ଟ ୯ ରେ
ଅବଧି – ୭ ଘଣ୍ଟା ୩୭ ମିନିଟ୍
ପୂର୍ଣ୍ଣିମା ତିଥି ଆରମ୍ଭ – ଅଗଷ୍ଟ ୮, ୨୦୨୫ ରେ ଅପରାହ୍ନ ୨:୧୨
ପୂର୍ଣ୍ଣିମା ତିଥି ଶେଷ – ଅଗଷ୍ଟ ୯, ୨୦୨୫ ରେ ଅପରାହ୍ନ ୧:୨୪
୯ ତାରିଖ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଭଦ୍ରାକାଳ ଅବଧି ଶେଷ ହେବ। ବିଶ୍ୱାସ କରାଯାଏ ଯେ ଭଦ୍ରା କାଳରେ ରକ୍ଷା ବନ୍ଧନ ରୀତିନୀତି କରିବା ଉଚିତ୍ ନୁହେଁ। ପୂର୍ଣ୍ଣିମା ତିଥିର ପ୍ରଥମାର୍ଦ୍ଧରେ ଭଦ୍ରାକାଳ ରହୁଛି। ସେଥିପାଇଁ ସୂର୍ଯ୍ୟୋଦୟ ପରେ ରକ୍ଷା ବନ୍ଧନ କାର୍ଯ୍ୟ କରିବା ଉଚିତ।