Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ
ଧର୍ମ

ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

July 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିର ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ: ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଉପରେ ନଜର
ଶ୍ରୀମନ୍ଦିର ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ: ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଉପରେ ନଜର

ପୁରୀ: ଆଜି ଅଣସରର ଷଷ୍ଠ ଦିବସ । ମହାପ୍ରଭୁଙ୍କ ନିକଟରେ ଫୁଲରୀ ତେଲ ଲାଗି ହୋଇଛି । ଏବେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ । ଅଣସର ନୀତି ଅନୁଯାୟୀ ଦଇତାପତି ସେବକମାନେ ମହାପ୍ରଭୁଙ୍କ ନିକଟରେ ପଣା ଓ ଚକଟା ଭୋଗ ଲାଗି କରୁଛନ୍ତି। ଅଣସରର ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଥିବାବେଳେ, ପଞ୍ଚମ ଦିନରେ ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ପାରମ୍ପରିକ ଫୁଲୁରୀ ତେଲ ଲାଗି କରାଯାଇଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ଼ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ସେବା ପାଇଁ ୬ ସେର ଫୁଲୁରୀ ତେଲ ଯୋଗାଇ ଦିଆଯାଇଛି। ଘଣାପେଡ଼ା ରାଶିତେଲରେ ୧୪ ପ୍ରକାରର ସୁଗନ୍ଧିତ ପୁଷ୍ପ, ୭ ପ୍ରକାର ଔଷଧୀୟ ଚେରମୂଳ ସହ କେତକୀ, ହେନା, ଜୁଇ, ମଲ୍ଲୀ ଆଦି ସୁବାସିତ ଦ୍ରବ୍ୟ ମିଶାଇ ଏହି ତେଲ ପ୍ରସ୍ତୁତ କରାଯାଏ। ପ୍ରସ୍ତୁତ ତେଲକୁ ଏକ ପାତ୍ରରେ ରଖି ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମାଟିତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଏହାକୁ ମାଟିତଳୁ ବାହାର କରାଯାଇ ଅଣସର ନୀତିରେ ବ୍ୟବହାର କରାଯାଏ।

ପରମ୍ପରା ଓ ବିଶ୍ୱାସ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବା ପରେ ଜ୍ୱରରୁ ସେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥାନ୍ତି। ଅଣସର ନୀତିର ଏହି ସ୍ୱତନ୍ତ୍ର ପରମ୍ପରାକୁ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଉଛି।

ଅଣସର ନୀତି ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୬ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହେବେ ଆଶ୍ଚର୍ଯ୍ୟ

September 6, 2026

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

September 5, 2026

ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା: ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ

September 5, 2026
Latest News

ରାଶିଫଳ: ସେପ୍ଟେମ୍ବର ୬ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହେବେ ଆଶ୍ଚର୍ଯ୍ୟ

September 6, 2026

ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

September 5, 2026

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.