Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ
ଧର୍ମ

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'Saria' paddy arrives at Samalei Temple for Nuakhai.
'Saria' paddy arrives at Samalei Temple for Nuakhai.

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୧୫ ତାରିଖରେ ନୂଆଁଖାଇ ପାଳନ କରାଯିବାକୁ ଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ, ନୂଆ ଧାନକୁ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିବା ପରେ ନବାନ୍ନ ଭକ୍ଷଣ କରାଯାଇଥାଏ। ଏହି ପାବନ ପର୍ବ ନିମନ୍ତେ ମା’ ସମଲେଶ୍ୱରୀଙ୍କ ପାଇଁ ସମ୍ବଲପୁର ସହର ଉପକଣ୍ଠ ବଲବସପୁର ଗ୍ରାମର ସୁବାସ ବେହେରାଙ୍କ ଘରୁ ନୂଆ ସାରିଆ ଧାନ ଆସି ମନ୍ଦିରରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁବାସ ବେହେରାଙ୍କ ପରିବାର ମା’ ସମଲେଶ୍ୱରୀଙ୍କ ନବାନ୍ନ ଲାଗି ସ୍ୱତନ୍ତ୍ର ଜମିରେ ନିଷ୍ଠାର ସହ ଏହି ସରିଆ ଧାନ ଚାଷ କରିଥିଲେ। ପରିବାରର ସଦସ୍ୟମାନେ ନିଜେ ସମଲେଇ ମନ୍ଦିରକୁ ଆସି ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ଏହି ଧାନ ହସ୍ତାନ୍ତର କରିଛନ୍ତି।

ବିଗତ ୧୫ ବର୍ଷ ଧରି ସୁବାସଙ୍କ ପରିବାର ଏହି ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି। ଯେଉଁ ଜମିରେ ଅଧିକ ପାଣି ଜମି ରହେ ନାହିଁ, ସେଠାରେ ଏହି ସରିଆ ଧାନ ଚାଷ କରାଯାଇଥାଏ। ମାତ୍ର ୨ ମାସ ବା ୬୦ ଦିନରେ ଅମଳ ହେଉଥିବାରୁ ଏହାକୁ ଷାଠିଏ ଧାନ ମଧ୍ୟ କୁହାଯାଏ। ଧାନ ଗଛ ସମ୍ପୂର୍ଣ୍ଣ ପାଚିବା ପୂର୍ବରୁ କ୍ଷେତରୁ କାଟି ଅଣାଯାଏ ଏବଂ କୌଣସି ପଶୁପକ୍ଷୀ ଯେପରି ଏହାକୁ ସ୍ପର୍ଶ ନ କରନ୍ତି, ସେଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଏ। ନୂଆଁଖାଇ ଦିନ ଏହି ପବିତ୍ର ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବ। ଏହି ଅନନ୍ୟ ପରମ୍ପରା ସହ ସମ୍ବଲପୁରବାସୀଙ୍କ ଗଭୀର ଧାର୍ମିକ ଓ ସାଂସ୍କୃତିକ ଭାବାବେଗ ଜଡ଼ିତ ରହିଛି। ପର୍ବ ପାଇଁ ମନ୍ଦିର ପରିସରକୁ ସଜାଯିବା ସହ ରଙ୍ଗକାମ ଜାରି ରହିଛି। ମା’ଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପୂଜକମାନଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଉଛି।

ସମଲେଇ ମନ୍ଦିର ସରିଆ ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026
Latest News

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.