Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା
ଧର୍ମ

ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା

October 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
The Significance and Traditions of the Holy Month of Kartika

କାର୍ତ୍ତିକ ଏକ ପବିତ୍ର ମାସ। ଚାରି ପବିତ୍ର ମାସ ମଧ୍ୟରୁ ଏହା ଗୋଟିଏ। ଅନ୍ୟ ତିନି ମାସ ହେଉଛି- ଆଷାଢ଼, ମାଘ ଓ ବୈଶାଖ। ଏହି ଚାରିମାସକୁ ସଂକ୍ଷେପରେ ଏକ ସୂତ୍ରରେ ସୂଚିତ କରି କୁହାଯାଇଛି ‘ଆକାମାବୈ’।

କାର୍ତ୍ତିକ ମାସର ମାହାତ୍ମ୍ୟ ବ୍ୟାସଦେବ ବିରଚିତ ‘ପଦ୍ମପୁରାଣ’ରେ ବର୍ଣ୍ଣିତ ହୋଇଛି। ଏହା ‘ଅଷ୍ଟାଦଶ ପୁରାଣ’ର ଅନ୍ତର୍ଗତ ‘ପଦ୍ମପୁରାଣ’ର ଉତ୍ତର ଖଣ୍ଡ ଆଧାରରେ ମହାଦେବ ଦାସ ନବାକ୍ଷରୀ ଓଡ଼ିଆରେ ଲେଖିଛନ୍ତି ‘କାର୍ତ୍ତିକ ମାହାତ୍ମ୍ୟ। ସୁତମୁନି ଅନ୍ୟ ମୁନିମାନଙ୍କୁ ଏହା କହିଛନ୍ତି। ବର୍ଣ୍ଣିତ ଅଛି- “ଏମନ୍ତେ ମୁନିଙ୍କର ପାଶେ। ସୁତ କହନ୍ତି ମନ ତୋଷେ। ବୋଲନ୍ତି ଶୁଣ ବୁଧଗଣେ /ଯେ ଧର୍ମ ପଙ୍କଜ ପୁରାଣେ।। ଉତ୍ତରଖଣ୍ଡେ ଯେଉଁ ବାଣୀ/ବ୍ୟାସଙ୍କ ମୁଖୁଁ ଅଛି ଶୁଣି।” ଏଥିରେ କାର୍ତ୍ତିକ ମାସର ମହାବ୍ରତ ସକଳ ଧର୍ମରେ ସାର ଏବଂ ଏହି ବ୍ରତ କଲେ ଭାବଗ୍ରାହୀ ତୋଷ ହୁଅନ୍ତି ବୋଲି କୁହାଯାଇଛି। ଏହା ମଧ୍ୟ କୁହାଯାଇଛି- ଏହି ବ୍ରତ କଲେ ବିଷ୍ଣୁଙ୍କ ସହିତ ବେଦପତି ବ୍ରହ୍ମା ଏବଂ ଶିବଙ୍କ ସହିତ ଦିଗପାଳମାନେ ସନ୍ତୁଷ୍ଟ ହୁଅନ୍ତି। ସକଳ ପାପ ନାଶ ହୋଇ ମୁକ୍ତି ମିଳେ। ସକଳ ରୋଗ ମଧ୍ୟ ଦୂର ହୁଏ।

‘କାର୍ତ୍ତିକ ମାହାତ୍ମ୍ୟ’ ଅନୁସାରେ, ସ୍ୱୟଂ ଶ୍ରୀକୃଷ୍ଣ ପ୍ରିୟତମା ପତ୍ନୀ ସତ୍ୟଭାମାଙ୍କ ଆଗ୍ରହ ଫଳରେ ତାଙ୍କୁ କାର୍ତ୍ତିକ ମାସର ବ୍ରତ କଥା କହିଛନ୍ତି। ପୂର୍ବକାଳରେ ପୃଥୁ ରାଜାଙ୍କ ପ୍ରଶ୍ନରେ ଦେବର୍ଷି ନାରଦ ତାଙ୍କୁ ଏହା କହିଥିଲେ। ଏହି କାର୍ତ୍ତିକ ମାସର ବ୍ରତ ସହିତ ଶଙ୍ଖାସୁରର ବେଦହରଣ ଏବଂ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ବେଦଉଦ୍ଧାର କରିବା ପ୍ରସଙ୍ଗ ଜଡ଼ିତ। ‘କାର୍ତ୍ତିକ ମାହାତ୍ମ୍ୟ’ରେ ବଣ୍ଠିତ ଅଛି- କଳ୍ପାନ୍ତ ପରର କୃତଯୁଗରେ ସିନ୍ଧୁସୁତ ଶଙ୍ଖାସୁର ତ୍ରିଲୋକ ଜିଣି ବେଦ, ଶାସ୍ତ୍ର ଆଦି ହରଣ କରି ନେଇ ସିନ୍ଧୁ ଜଳରେ ଲୁଚାଇ ରଖିଥିଲା। ଫଳରେ ଦେବଗଣ ଯଜ୍ଞଭାଗ ନପାଇ ଦୁଃଖରେ ଥିଲେ। ବ୍ରହ୍ମାଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ ମତ୍ସ୍ୟାବତାର ଗ୍ରହଣ କଲେ ଏବଂ ଶଙ୍ଖାସୁରର ନିଧନ କରି ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ପରାମର୍ଶରେ ଦେବଗଣ କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ, ତୁଳସୀ ସେବନ ଏବଂ ନିରାମିଷ ଭୋଜନକରି କାର୍ତ୍ତିକ ବ୍ରତ ପାଳନ କରିବା ଫଳରେ, ଭଗବାନ ବିଷ୍ଣୁଙ୍କର ସେହି ମତ୍ସ୍ୟବତାର ସମ୍ଭବ ହେବା ସହିତ ଦେବଗଣଙ୍କର ଦୁରିତ ନାଶ ହୋଇଥିଲା।

କାର୍ତ୍ତିକ ସୋମବାର:
କାର୍ତ୍ତିକକୁ ଧର୍ମର ମାସ କୁହାଯାଏ। ଏହି ମାସର ପ୍ରତ୍ୟେକଟି ସୋମବାର ଶିବଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଯଦି ନିଷ୍ଠାର ସହିତ ଶିବଙ୍କୁ ସ୍ମରଣ କରାଯାଏ ତେବେ ଜୀବନର ସକଳ କଷ୍ଟ ଓ ସଙ୍କଟ ଦୂର ହୋଇଥାଏ। ମହାଦେବଙ୍କୁ ସନ୍ତୁଷ୍ଟ କରିବା ଲାଗି କାର୍ତ୍ତିକ ସୋମବାରରେ ସକାଳୁ ସ୍ନାନ କରି ଚନ୍ଦନ, ବେଲପତ୍ର, ଦୁଦୁରା ଓ ଶର୍ମି ପତ୍ର ଅର୍ପଣ କରନ୍ତୁ । ରୁଦ୍ରାଭିଷେକ କରନ୍ତୁ, ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଘିଅ ଅଭିଷେକ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

ରାଧାଦାମୋଦର ବେଶ
ସେହିପରି କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। କାର୍ତିକ ମାସରେ ବିଷ୍ଣୁଙ୍କର ନାମ ‘ଦାମୋଦର ହୋଇଥିବାରୁ ଏହି ବେଶର ନାମକରଣ ଏପରି ହୋଇଛି। କାର୍ତିକ ମାସରେ ମଙ୍ଗଳ ଆରତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ହୋଇଥାଏ। ବାଳଭୋଗ ପର୍ଯ୍ୟନ୍ତ ଏହି ବେଶରେ ଶ୍ରୀଜିଉମାନେ ରହନ୍ତି। ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଏ। କାର୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।

ଧର୍ମ ମାସ କାର୍ତ୍ତିକ ରାଧାଦାମୋଦର ବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

October 26, 2026

ସାବଧାନ!!!, ଆଜି ଅକ୍ଟୋବର ୨୫ ତାରିଖ ଏହି ସାତୋଟି ରାଶି ହେବେ ପ୍ରଭାବିତ

October 25, 2026

ଶନିବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟଜନକ ଖବର, ଜାଣିଲେ ଖୁସି ହେବେ

October 24, 2026

ଅକ୍ଟୋବର ୨୩ ତାରିଖ: ଶୁକ୍ରବାରର ରାଶିଫଳ, ଜାଣନ୍ତୁ ଆଜି କିଏ ହେବେ ଉପକୃତ କାହାକୁ ମିଳିବ କ୍ଷତି

October 23, 2026
Latest News

ପଞ୍ଜାବରେ ପୁଣି ଫୁଟିଲା ଗୁଳି, ମୋଗାରେ ୪ ଜଣ ଆହତ; ଭଗବନ୍ତ ମାନ ସରକାରଙ୍କୁ ଘେରିଲେ ବିରୋଧୀ

October 26, 2026

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.