Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଢେଙ୍କାନାଳ ରାଜନୀତିରେ ନୂଆ ମୋଡ, ବିଜେଡିରେ ସାମିଲ ହେଲେ ଯୁବ ଉଦ୍ୟୋଗପତି ଅବିନାଶ ସାମଲ
ନିର୍ବାଚନ ଖବର

ଢେଙ୍କାନାଳ ରାଜନୀତିରେ ନୂଆ ମୋଡ, ବିଜେଡିରେ ସାମିଲ ହେଲେ ଯୁବ ଉଦ୍ୟୋଗପତି ଅବିନାଶ ସାମଲ

February 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ
ଢେଙ୍କାନାଳ ରାଜନୀତିରେ ନୂଆ ମୋଡ, ବିଜେଡିରେ ସାମିଲ ହେଲେ ଯୁବ ଉଦ୍ୟୋଗପତି ଅବିନାଶ ସାମଲ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ। ତାଙ୍କ ବାପା ଗଂଗାଧର ସାମଲ ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି। ତାଙ୍କ ଦାଦା ସୁଧୀର ସାମଲ ହେଉଛନ୍ତି ବର୍ତ୍ତମାନ ଢେଙ୍କାନାଳ ବିଜେଡି ବିଧାୟକ।

ଆଜି ଶଙ୍ଖଭବନରେ ସାଂସଦ ମାନସ ମଙ୍ଗରାଜ, ବିଧାୟକ ସୁଧୀର ସାମଲ ଏବଂ ବିଜେଡି ନେତା ପ୍ରିୟବ୍ରତ ମାଝିଙ୍କ ଉପସ୍ଥିତିରେ ଅବିନାଶ ଦଳରେ ସାମିଲ ହୋଇଛନ୍ତି। ଏ ନେଇ ଅବିନାଶ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯେପରି ଜନହିତକର କାମ କରି ଚାଲିଛନ୍ତି ସେଥିରେ ଉତ୍ସାହିତ ହୋଇ ଦଳରେ ସାମିଲ ହୋଇଛି। ତାଙ୍କ ଦାଦା ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପୁତୁରାଙ୍କ ରାଜନୀତି ପ୍ରବେଶକୁ ସ୍ବାଗତ କରିଛନ୍ତି।

ଅବିନାଶ ବିଜେଡିରେ ଯୋଗଦେବା ପରେ ଢେଙ୍କାନାଳ ରାଜନୀତିରେ ବେଶ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଅବିନାଶ ଏବଂ ତାଙ୍କ ବାପାଙ୍କର ଜିଲ୍ଲାରେ ଯେପରି ପ୍ରତିପତି ରହିଛି ସେଥିରେ ସେ ନିଶ୍ଚିତ ଟିକେଟ ପାଇବେ ବୋଲି ଅନୁମାନ କରାଯାଇଛି। ତେବେ ସେ ବିଧାୟକ ଭାବେ ଲଢିବେ କି ସାଂସଦ ପ୍ରାର୍ଥୀ ହେବେ ସେ ନେଇ ଚାଲିଛି କଲ୍ପନା ଜଳ୍ପନା।

ଅନ୍ୟପଟେ ବିଜେଡି ପାଇଁ ଢେଙ୍କାନାଳ ଜିଲ୍ଲା ଏକ ଅଡୁଆ ପରିସ୍ଥିତିରେ ରହିଛି। କାରଣ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କର ଆଉ ଜିଲ୍ଲାରେ ଲୋକପ୍ରିୟତା ନାହିଁ। ଗତ ନିର୍ବାଚନରେ ତଥାଗତ ଶତପଥୀ ଛିଡା ହେବାକୁ ମନା କରିବା ପରେ ଦଳ ମହେଶଙ୍କ ଉପରେ ବାଧ୍ୟବାଧକତାରେ ଭରସା କରିଥିଲା। ହେଲେ ବର୍ତ୍ତମାନ ତାଙ୍କର ସ୍ଥିତି ଭଲ ନାହିଁ। ଢେଙ୍କାନାଳ ଲୋସକସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ଚିନ୍ତାରେ ଅଛି।

ସେହିପରି ଢେଙ୍କାନାଳ ବିଧାନସଭାରେ ମଧ୍ୟ ଦଳ ବିଧାୟକ ସୁଧୀର ସାମଲଙ୍କ ଉପରେ ଖୁସି ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀରେ ସେ ଯେପରି ସକ୍ରିୟ ହେବା କଥା ତାହା ହୋଇପାରୁ ନାହାଁନ୍ତି। ଲୋକସଂପର୍କରୁ ସେ ଦୂରେଇ ଯାଉଥିବାର ଦଳ ଅନୁଭବ କରିସାରିଲାଣି। ଅନ୍ୟପଟେ ସୁଧୀର କେତେକ ବିବାଦୀୟ ପରିସ୍ଥିତିରେ ଛନ୍ଧି ହୋଇ ରହିଛନ୍ତି ଯାହା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। ତେଣୁ ଦଳ ଏଥର ସୁଧୀରଙ୍କ ଉପରେ ଭରସା କରିବ କି ନାହିଁ ଦ୍ବନ୍ଦରେ ଅଛି।

ଏପରି ପରିସ୍ଥିତିରେ ଅବିନାଶଙ୍କ ଆର୍ବିଭାବ ଉଭୟ ମହେଶ ଏବଂ ସୁଧୀରଙ୍କ ପାଇଁ ନିଶ୍ଚିତ ଅଡୁଆ ସୃଷ୍ଟି କରିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି ଅବିନାଶଙ୍କୁ ବିଧାୟକ ହେଉ କିମ୍ବା ସାଂସଦ, ଯୁବ ଚେହେରା ଭାବେ ଟିକେଟ ଦେବା ନିଶ୍ଚିତ। ଫଳରେ ଦଳ ଯଦି ଗୋଟିଏ ପରିବାରରୁ ଜଣେ ନୀତିକୁ ଲାଗୁ କରିବ ତେବେ ଏପରି ପରିସ୍ଥିତିରେ ସୁଧୀର ଏଥର ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ ହୋଇପାରନ୍ତି।

dhenkanal ଢେଙ୍କାନାଳ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଦେଶବ୍ୟାପୀ ଲକଡାଉନ୍ ହେବ କି?: ଜାଣନ୍ତୁ କ’ଣ କହିଲେ ଭାରତ ସରକାରର ମନ୍ତ୍ରୀ ହରଦୀପ ପୁରୀ?

March 27, 2026
Latest News

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.