ରାଜ୍ୟସଭା ନିର୍ବାଚନ: କ୍ରସ୍ ଭୋଟ୍ କରିବେ କି?, ଅଖିଳେଶଙ୍କ ବୈଠକରେ ଯୋଗ ଦେଲେ ନାହିଁ ୬-୭ ଏସପି ବିଧାୟକ

Published: Feb 26, 2024, 6:42 pm IST

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଯେଉଁଠାରେ ପ୍ରଥମେ ଜୟନ୍ତ ଚୌଧୁରୀ ଅଖିଳେଶଙ୍କୁ ଛାଡି ଚାଲିଗଲେ। ଏଥି ସହିତ ପଲ୍ଲଭି ପଟେଲ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ। ଏହି ସମୟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ୧୦ ଜଣ ସମାଜବାଦୀ ପାର୍ଟି ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଏସପି ଆଜି ଏକ ବୈଠକ ଡାକିଛି। ଯେଉଁଥିରେ ୬-୭ ବିଧାୟକ ଉପସ୍ଥିତ ନଥିଲେ। ସୂଚନାନୁସାରେ, ଏହି ବିଧାୟକମାନେ କ୍ରସ୍ ଭୋଟିଂ କରିପାରନ୍ତି।

ୟୁପିର ୧୦ ଟି ରାଜ୍ୟସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଜେପି ୭ ଟି ଆସନରେ ଏବଂ ଏସପି ୩ ଟି ଆସନରେ ପ୍ରାର୍ଥୀ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସସଞ୍ଜୟ ସେଠଙ୍କ ରୂପରେ ଅଷ୍ଟମ ପ୍ରାର୍ଥୀ ଓହ୍ଲାଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ରାଜ୍ୟସଭା ନିର୍ବାଚନରେ ​​ଏସପି ଜୟା ବଚ୍ଚନ, ଆଲୋକ ରଂଜନ ଏବଂ ରାମଜୀ ସୁମନଙ୍କୁ ପ୍ରାର୍ଥୀ କରିଛି।

ତେବେ ଏସପି ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ଯୋଗ ଦେଇ ନଥିବା ବିଧାୟକମାନେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି। କିନ୍ତୁ ବିଜେପି ଦାବି କରିଛି ଯେ, ଅନେକ ବିଧାୟକ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି। ବିଜେପି ରାଜ୍ୟ ସଭାପତି ଗଣମାଧ୍ୟମରେ ଦାବି କରିସାରିଛନ୍ତି ଯେ, ଅନେକ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି ଏବଂ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି।

Related posts