Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଶଙ୍ଖ ଭବନରେ ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ଜରୁରୀ ବୈଠକ, କାରଣ କଣ କୁହାଯାଉ ନାହିଁ
ନିର୍ବାଚନ ଖବର

ଶଙ୍ଖ ଭବନରେ ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ଜରୁରୀ ବୈଠକ, କାରଣ କଣ କୁହାଯାଉ ନାହିଁ

September 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶଙ୍ଖ ଭବନରେ ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ଜରୁରୀ ବୈଠକ, କାରଣ କଣ କୁହାଯାଉ ନାହିଁ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ଦଳର ପରବର୍ତ୍ତି ରଣନୀତି ନେଇ କର୍ମୀମାନେ ଆଶଙ୍କାରେ ଅଛନ୍ତି। ନବୀନ ବିଭିନ୍ନ ସମୟରେ ଶଙ୍ଖ ଭବନରେ ଜିଲ୍ଲା ସ୍ତରୀୟ ବୈଠକ କରୁଥିଲେ ମଧ୍ୟ ତାହା ତ୍ରୁଣମୂଳ ସ୍ତରରେ ଯେପରି ପ୍ରଭାବ ପକାଇବା କଥା ତାହା ହେଉ ନାହିଁ। ଏପରିକି ବିଜେଡି ବିରୋଧୀ ଦଳ ଭାବେ ଯେପରି ଆକ୍ରମଣାତ୍ମକ ହେବା କଥା ତାହା ମଧ୍ୟ ହୋଇପାରୁ ନାହିଁ।

ଏଥିସହିତ ଶଙ୍ଖ ଭବନରେ ବସୁଥିବା ବିଭିନ୍ନ ଜିଲ୍ଲା ସ୍ତରୀୟ ବୈଠକରେ ନେତାମାନେ ସେମାନଙ୍କର ଅସନ୍ତୋଷ ଝାଡିବାରେ ଲାଗିଛନ୍ତି। ନିଜ ନିଜ ଭିତରେ ଗୋଡଟଣା ଏବଂ ଭୁଲ ନିର୍ବାଚନ ପରିଚାଳନା ନେଇ ସମସ୍ତେ ମତ ରଖୁଛନ୍ତି। ହେଲେ ସେହି ଅସନ୍ତୋଷକୁ ନେଇ ସଭାପତି ନବୀନ ପଟ୍ଟନାୟକ କଣ ପଦକ୍ଷେପ ଗ୍ରହଣ କରିବେ କିଛି ଜଣାପଡି ନାହିଁ।

ବର୍ତ୍ତମାନ ନିର୍ବାଚନ ସରିବାର ତିନିମାସ ବିତିଯାଇଥିଲେ ମଧ୍ୟ ବିଜେଡି ଯେପରି ସକ୍ରିୟ ହେବା କଥା ତାହା ହୋଇପାରୁ ନାହିଁ। ବର୍ତ୍ତମାନ ଦଳରେ ନବୀନ ପଟ୍ଟନାୟକ ପରେ ଅନ୍ୟ କିଏ ମଙ୍ଗ ଧରିବ ସେ ନେଇ କିଛି ନିଷ୍ପତି ମଧ୍ୟ ହୋଇପାରୁ ନାହିଁ। ନିକଟରେ ଦଳ ଏକ କମିଟ ଗଠନ କରିଥିଲେ ମଧ୍ୟ ସେ କମିଟ ଏ ପର୍ଯ୍ୟନ୍ତ କିଛି ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହିଁ। ଫଳରେ ବିଜେଡି ବର୍ତ୍ତମାନ ଝୁଲା ଅବସ୍ଥାରେ ରହିଛି।

ଏପରି ପରିସ୍ଥିତିରେ ଦଳ ଆସନ୍ତା ୨୭ ତାରିଖରେ ଶଙ୍ଖ ଭବନରେ ଏକ ବଡ ବୈଠକ ଡାକିଛି। ଏଥିରେ ଦଳର ସବୁ ବରିଷ୍ଠ ନେତା, ସବୁ କମିଟ ସଦସ୍ୟଙ୍କ ସହିତ ଜିଲ୍ଲା ସଭାପତି ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି। ହେଲେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଠ ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ବୈଠକରେ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜାଯିବ ବୋଲି କୁହାଯାଉଛି।

BJD ବିଜୁ ଜନତା ଦଳ ବିଜେଡି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.