Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଓଡିଶାରେ ୪ଟି ସରକାର ଚାଲିଛି, ଏମିତି କାହିଁକି କହିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ
ନିର୍ବାଚନ ଖବର

ଓଡିଶାରେ ୪ଟି ସରକାର ଚାଲିଛି, ଏମିତି କାହିଁକି କହିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ

October 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ୪ଟି ସରକାର ଚାଲିଛି, ଏମିତି କାହିଁକି କହିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଭିନ୍ନ ସମୟରେ ମଞ୍ଜ କଥା କହି ଚର୍ଚ୍ଚାକୁ ଆସିଥାନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ଏଥର ସେହିପରି କିଛି ବିଜେପି ସରକାର ଭିତିରି କଥା କହି ଆଜି ବେଶ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ସେ ଆଜି ରେଢାଖୋଲରେ ଚାଲିଥିବା ପଦଯାତ୍ରା କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଯାହା କହିଛନ୍ତି ତାହା ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି।

ସେହି ସଭାରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ୪ଟି ସରକାର ଚାଲିଛି। ଗୋଟିଏ ହେଲା ମୋହନ ମାଝୀ ସରକାର, ଆଉ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଓଡିଶାରେ ଦୁଇ ଜଣ ଆଉ ଜଣେ ଦିଲ୍ଲୀରେ ଅଛନ୍ତି। ସେମାନେ ମୋର ଭଲ ବନ୍ଧୁ, ସେଥିପାଇଁ ସେମାନଙ୍କ ନାମ ମୁଁ କହିବି ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ କିଛି ନିଷ୍ପତି ନେବା ପୂର୍ବରୁ ଏହି ତିନିଜଣଙ୍କୁ ନ ପଚାରି କିଛି କରିପାରୁ ନାହାଁନ୍ତି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ଓଡିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେ ଯାହା ନିଷ୍ପତି ନେଉଥିଲେ ଆମେ ମାନୁଥିଲୁ। ହେଲେ ଏବେ ସେହି ଯୁଗ ଆଉ ନାହିଁ। ସେମାନଙ୍କୁ ଲୋକମାନେ ଭୋଟ ଦେଇ ଅଧିକ ସଂଖ୍ୟା ଦେଇଛନ୍ତି ସତ ହେଲେ ବିଜେଡି ସବୁଠାରୁ ଅଧିକା ଭୋଟ ପାଇଛି। କେଉଁଠାରେ ଆମ ବିଧାୟକ ୨୫ ହଜାର ଭୋଟରେ ଜିତିଛନ୍ତି ତ ଆଉ କେଉଁଠି ଅଳ୍ପ ଭୋଟରେ ହାରିଛନ୍ତି। ହେଲେ ଲୋକେ ବିଜେଡିକୁ ସର୍ବାଧିକ ଭୋଟ ଦେଇଛନ୍ତି।

ସେମାନେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାରେ ଦେବେ ବୋଲି କହି ଶେଷରେ ଠକି ଦେଲେ। ସେହିପରି ମାଗଣା ବିଜୁଳି ଦେବେ ବୋଲି କହି ଲୋକଙ୍କୁ ଠକି ଛନ୍ତି। ଏ ପର୍ଯ୍ୟନ୍ତ ତାହା କରିପାରିଲେ ନାହିଁ। ଏବେ କହୁଛନ୍ତି କଣନା ସୌରଶକ୍ତି ଲଗାଇଲେ ମାଗଣା ବିଜୁଳି ମିଳବ। ହେଲେ ତାହା ଲଗାଇବା ପାଇଁ ଟଙ୍କା କିଏ ଦେବ। ଏହା କେବଳ ଟାଟା କଂପାନୀକୁ ପୋଷିବା ପାଇଁ ବିଜେପିର ଏକ ଷଢଯନ୍ତ୍ର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ତେବେ ପ୍ରସନ୍ନ ଆଚାର୍ଯ୍ୟଙ୍କ ୪ଟି ସରକାର ଚାଲିଛି ବୟାନକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଛି। ଫଳରେ ଓଡିଶା ସରକାରରେ ଆଉ ତିନି ଜଣ କିଏ ବୋଲି ଖୋଜାଖୋଜି ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ଯିଏ ଅଛନ୍ତି ସେ କିଏ? ସେହିପରି ଓଡିଶାରେ ଆଉ ଦୁଇଜଣ କିଏ କିଏ ସେ ନେଇ ଅନେକ ବିଭିନ୍ନ ନେତାଙ୍କ ନାମ ଚର୍ଚ୍ଚା କରିବାରେ ଲାଗିଛନ୍ତି। ତେବେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏପରି ବୟାନ ଉପରେ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ବିଜେପି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.