ନୂଆଦିଲ୍ଲୀ: ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ। ଆଜି ଭାରତୀୟ ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ବିହାର ବିଧାନସଭା ନିର୍ବାଚନ ନଭେମ୍ବର 6 ଏବଂ 11 ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବିଧାନସଭା ଭୋଟ ଗଣତି ନଭେମ୍ବର 14 ରେ ହେବ ବୋଲି କୁହାଯାଇଛି।
ବିହାର ନିର୍ବାଚନ ସମସ୍ତ ନିର୍ବାଚନଠାରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେଥିପାଇଁ ବିହାର ନିର୍ବାଚନ ପାଇଁ ମୋଟ 8.5 ଲକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି।