Categories
ଆଜିର ଖବର ଜାତୀୟ ଖବର

ମାତ୍ର 12 ଖଣ୍ଡ ଭୋଟରେ ହାରିଲେ, ପ୍ରାର୍ଥୀଙ୍କ ଅନୁରୋଧ ପରେ ପୁନଃଗଣତି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ, ମାତ୍ର 12 ଖଣ୍ଡ ଭୋଟରେ ହାରି ଯାଇଛନ୍ତି ବିହାରର ଜଣେ ପ୍ରାର୍ଥୀ। ସେ ହେଉଛନ୍ତି ହିଲସା ନିର୍ବାଚନ ମଣ୍ଡଳିର ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ। ସେ ଜେଡିୟୁ ପ୍ରାର୍ଥୀ କ୍ରୀଷ୍ଣାମୁରାରୀ ସହରାନଙ୍କ ଠାରୁ ମାତ୍ର 12 ଖଣ୍ଡ ଭୋଟରେ ହାରିଛନ୍ତି। କ୍ରୀଷ୍ଣାମୁରାରୀ 61616 ଇଭିଏମ ଭୋଟ ପାଇଥିବା ବେଳେ ଯାଦବ 61603 ଖଣ୍ଡ ଭୋଟ ପାଇଛନ୍ତି।

ତେବେ ପୋଷ୍ଟାଲ ବାଲଟ ଭୋଟରେ ଏପଟସେପଟ ହୋଇଥିବାର ଆରଜିଡି ସନ୍ଦେହ କରିଛି। ସେଥିପାଇଁ ଦଳ ତରଫରୁ ତେଜସ୍ବୀ ଯାଦବ ଏହାର ପୁନଃଗଣତି ପାଇଁ ନିର୍ବାଚନ କମିସନରଙ୍କ ନିକଟରେ ଆବେଦନ କରିଥିଲେ। ତାହାକୁ ଗ୍ରହଣ କରି ନିର୍ବାଚନ କମିଶନର ପୁନଃଗଣତି ପାଇଁ ଅନୁମତି ଦେଇଛନ୍ତି।

2015 ନିର୍ବାଚନରେ ଶକ୍ତି ସିଂ ଯାଦବ 26076 ଖଣ୍ଡ ଭୋଟରେ ଜିତି ସେହି ବିଧାନସଭାରେ ବିଧାୟକ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପ୍ରଚାର ସଭା ଉପରେ ଜନତାଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳିକରି ହତ୍ୟା

ପାଟଣା:ଆଜି ବିହାର ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର କରୁଥିବା ବେଳେ ଜଣେ ନେତାଙ୍କୁ ସଭା ଉପରେ ଗୁଳି କରି ହତ୍ୟା କରାଯାଇଛି। ସେ ହେଉଛନ୍ତି ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିରେ ନେତା ନାରାୟଣ ସିଂ। ସେ ସିଓହର ଜିଲ୍ଲାର ହାଥରସଠାରେ ନିର୍ବାଚନ ପ୍ରଚାର କରୁଥିଲେ। ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନ ସମାଗମରେ ଭାଷଣ ଦେଉଥିଲେ। ଏହି ସମୟରେ ଲୋକଙ୍କ ଭିତରୁ ଗୁଳି ଶଦ୍ଦ ଶୁଭିଥିଲା। କିଛି ମୂହୁର୍ତ୍ତ ମଧ୍ୟରେ ନାରାୟଣ ସିଂ ସେହିଠାରେ ଟଳି ପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ତାଙ୍କ ପ୍ରଚାରରେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବିହାର ନିର୍ବାଚନରେ ସିଂହ ଲଢେଇ, ଗୋଟିଏ ପଟେ ମୋଦୀଙ୍କ ସଭା, ଅନ୍ୟପଟେ ରାହୁଳ ଗାନ୍ଧୀ ଦେବେ ଉଦବୋଧନ

ପାଟନା, ଆଜି ବିହାର ବିଧାନସଭା ନିର୍ବାଚନର ଗରମ ବେଶ ବୃଦ୍ଧି ପାଇବ। କାରଣ ଆଜି ଦେଶର ଦୁଇ ହେଭିୱେଟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଏନଡିଏ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁରୋଧ କରିବେ। ସେହିପରି ମହାମେଣ୍ଟର ପ୍ରାର୍ଥୀଙ୍କ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଭୋଟ ଭିକ୍ଷା କରିବେ। ଉଭୟ ନେତାଙ୍କ ପାଇଁ ଆଜି ବିହାର ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସ୍ଥାନରେ ରାଲି କରିବେ। ଏଥିରେ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାରଙ୍କ ସହିତ ବହୁ ବଡ ନେତା ଯୋଗଦେବେ। ପୂର୍ବରୁ ବିଜେପିର ବହୁ ହେଭିୱେଟ ନିର୍ବାଚନ ସଭାରେ ଯୋଗ ଦେଇ ସାରିଛନ୍ତି। ସେହିପରି ରାହୁଳ ଗାନ୍ଧୀ ଆଜି ଦୁଇଟି ସଭାରେ ଯୋଗଦେବେ। ସେ ମହାମେଣ୍ଟ ତରଫରୁ ତେଜସ୍ବୀ ଯାଦବଙ୍କ ସହିତ ଏହି ପ୍ରଚାର କରିବେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ, ପୁଣିଥରେ ଏନଡିଏ ବିହାର ଶାସନ କ୍ଷମତାକୁ ଆସିବ ବୋଲି ନିର୍ବାଚନ ରାଲିରେ କହିଲେ ଧର୍ମେନ୍ଦ୍ର

ପାଟନା, ବିହାରବାସୀ ପୁଣି ଥରେ ରାଜ୍ୟର କ୍ଷମତା ଏନଡିଏକୁ ଦେବେ। ଏହା ସ୍ପଷ୍ଟଭାବେ ଦେଖାଦେଇଛି। କାରଣ ବିହାରବାସୀ ଲାଲୁ ଶାସନ କଣଥିଲା ଏବଂ ନୀତିଶ ଶାସନ କଣ ତାହା ଜାଣିସାରେଲେଣି। ସେଥିପାଇଁ ବିବାହରେ ଡବଲ ଇଞ୍ଜିନ ରେ ଶାସନ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ବିହାର ଗସ୍ତ କରି ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରରେ କରିଥିଲେ। ସେ ଭାଗଲପୁର, ବାଙ୍କା ଏବଂ ପାଟନାରେ ଏକ ଜନ ସମାବେଶକୁ ଉଦବୋଧନ ଦେଇଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ମୋଦୀ ସରକାରରେ କିପରି ସଫଳତା ମିଳିଛି ତାହାର ହିସାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ: ମାଗଣା କରୋନା ଟିକା ସହ ଭୋଟରଙ୍କୁ ବିଜେପି ଦେଲା 11ଟି ପ୍ରତିଶୃତି, ଜାଣନ୍ତୁ କଣ

ପାଟନା, ମେଣ୍ଟ ସରକାର କ୍ଷମତାକୁ ଆସିଲେ ବିହାରରେ ସମସ୍ତଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜର ଇସ୍ତାହାରରେ ଏହି ପ୍ରତିଶୃତି ଦେଇଛି। ଏହି ଇସ୍ତାହାରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉନମୋଚନ କରିଛନ୍ତି। ଏଥିରେ ବିଜେପି ଲୋକଙ୍କ ନିକଟରେ 11 ଟି ପ୍ରତିଶୃତି ଦେଇଛି। ସେଗୁଡିକ ହେଲା।

1-ସମସ୍ତଙ୍କ ପାଇଁ ମାଗଣା କରୋନା ଟିକା

2-ତିନି ଲକ୍ଷ ନୂତନ ଶିକ୍ଷକ ନିଯୁକ୍ତି

3-ଆଇଟି କ୍ଷେତ୍ରରେ 5 ଲକ୍ଷରୁ ଅଧିକ ଚାକିରି

4-50,000 କୋଟିରୁ 1 କୋଟି ମହିଳା ଆତ୍ମନିର୍ଭରଶୀଳ ହେବେ

5-ସ୍ୱାସ୍ଥ୍ୟ ବିଭାଗରେ 1 ଲକ୍ଷ ଚାକିରି

6-2024 ସୁଦ୍ଧା ଦରଭଙ୍ଗା ଏମସ୍ କାର୍ଯ୍ୟକ୍ଷମ

7-2022 ସୁଦ୍ଧା 30 ଲକ୍ଷ ଲୋକ ପକ୍କା ଘର ପାଇବେ

8-ହିନ୍ଦୀ ଭାଷାରେ ଡାକ୍ତରୀ, ଇଞ୍ଜିନିୟରିଂ ସହିତ ବୈଷୟିକ ଶିକ୍ଷା

9-ଆସନ୍ତା ଦୁଇ ବର୍ଷରେ 15 ଟି ଦୁଗ୍ଧ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠିତ

10-ମାଛ ଉତ୍ପାଦନରେ ବିହାର ଏକ ନମ୍ବର ରାଜ୍ୟ ହେବ

11-ମକା, ଫଳ, ପନିପରିବା, ଚୁଡା, ମାଖାନ୍, ପାନ, ମସାଲା, ମହୁ, ଔଷଧୀୟ ଉଦ୍ଭିଦ ପାଇଁ ଶୃଙ୍ଖଳା ଯୋଗାଣ

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ: ଜେଡିୟୁ ଏବଂ ବିଜେପି ମେଣ୍ଟ, ହେଲେ ଇସ୍ତାହାର ପ୍ରକାଶ କରିବେ ଅଲଗା

ପାଟନା, ବିହାର ନିର୍ବାଚନର ଏନଡିଏର ବିଜେପି ଏବଂ ଜେଡୟୁ ଏଥର ଅଲଗା ଅଲଗା ଇସ୍ତାହାର ପ୍ରକାଶ କରିବେ। ପ୍ରଥମେ ଜେଡୟୁ କରିସାରିବା ପରେ ବିଜେପି ରାଜ୍ୟ ପାଇଁ ଅଲଗା ଇସ୍ତାହାର ପ୍ରକାଶ କରିବ। ଉଭୟ ଦଳ ଭିନ୍ନ ଭିନ୍ନ ତଥ୍ୟ ଇସ୍ତାହାରରେ ଦେବା ପାଇଁ ଚାହିଁବାରୁ ଏପରି କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଚାରକୁ ଯିବା ପୂର୍ବରୁ ବିଜେପି ତାହାର ଇସ୍ତାହାର ପ୍ରକାଶ କରିବ। ବିଜେପି ବେରୋଜଗାରୀ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ କେତେକ ମୁଦ୍ଦା ରଖିବାକୁ ନିଷ୍ପତି କରିଛି।

 

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୩ ରେ ବିହାର ନିର୍ବାଚନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କରିବେ ୧୨ ଟି ରାଲି

ନୂଆଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଟି ରାଲି କରିବେ। ତାଙ୍କର ପ୍ରଥମ ରାଲି ଅକ୍ଟୋବର ୨୩ ରେ ସାସାରାମରେ ଆୟୋଜିତ ହେବ ଜ୍ଝ ସେହି ଦିନ ସେ ଗୟା ଏବଂ ଭାଗଲପୁରରେ ଆଉ ଦୁଇଟି ସମାବେଶରେ ଉଦବୋଧନ ଦେବେ। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ତିନୋଟି ସମାବେଶ ହେବ, ଯାହା ମାଧ୍ୟମରେ ସେ ୭୧ ଟି ଆସନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିବେ।

ତାଙ୍କର ଅନ୍ୟ ନଅଟି ରାଲି ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ହେବ। ବିହାର ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏନଡିଏ ଦ୍ୱାରା ଏହି ରାଲି ଅନୁଷ୍ଠିତ ହେବ, ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ, କଂଗ୍ରେସରେ ସାମିଲି ହେଲେ ପୂର୍ବତନ ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାସିନୀ

ପାଟନା, ଆଜି ପୂର୍ବତନ ମନ୍ତ୍ରୀ ତଥା ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ ଝିଅ ସୁଭାସିନୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ସାମିଲ ହେଲି ବୋଲି ସୁଭାସିନୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବାପାଙ୍କ ଦେହ ଭଲ ରହୁ ନାହିଁ। ନିର୍ବାଚନ ସମୟ ହୋଇଥିବାରୁ କଂଗ୍ରେସ ଦଳରେ ସାମିଲ ହେବା ଉଚିତ ମନେ କଲି ବୋଲି ସେ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ନିକଟରେ ଏଲଜେଡିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ଏମପି କାଳି ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡେ 1984 ମସିହାରେ ଗୋପାଳଗଂଜ ଆସନରୁ ଏମପି ଥିଲେ। ବର୍ତ୍ତମାନ କଂଗ୍ରେସ ଟିକେଟରୁ ସେ ଗୋପାଳଗଂଜ କୁଚ୍ଛାଲକୋଟା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ସୁଭାସିନୀ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କରୋନା ଭୟ: ବିହାର ନିର୍ବାଚନରେ ଏଥର 52 ହଜାର ମତଦାତା ପୋଷ୍ଟାଲ ଭୋଟ ଦେବେ

ପାଟନା, ବିହାର ହେବାକୁ ଥିବା ବିଧାନସଭା ନିର୍ବାଚରେ ଏଥର 52 ହଜାର ଭୋଟର ପୋଷ୍ଟାଲ ଭୋଟ ଦେବେ ବୋଲି ସ୍ବୀକୃତ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ଏମାନେ ପୋଷ୍ଟାଲ ଭୋଟ ପାଇଁ ରାଜି ହୋଇଛନ୍ତି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ବର୍ତ୍ତମାନ କରୋନା ସଂକ୍ରାମଣ ସମୟରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ବରିଷ୍ଠ ଭୋଟରଙ୍କ ଏକ ତାଲିକା କରାଯାଇଥିଲା। ସେହି ତାଲିକା ହିସାବରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଘରେ ରହି ପୋଷ୍ଟାଲ ଭୋଟ ଦେବେ ବୋଲି ରାଜି ହୋଇଛନ୍ତି। ବରିଷ୍ଠ ନାଗରିକଙ୍କ ସହିତ ଭିନ୍ନକ୍ଷମ ଭୋଟରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବୁଥଗୁଡିକରେ କିପରି ଭଡ ନ ହେବ ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ନିର୍ବାଚନ ପ୍ରଚାରରେ ବାହାରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର, ଆଜିଠାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର ଆରମ୍ଭ କରିବେ। ଏହି ଦୁଇ ଦିନରେ ନୀତୀଶ କୁମାର ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ୩୫ ଟି ବିଧାନସଭା ଆସନରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ନୀତୀଶ କୁମାର ଏକ ଭର୍ଚୁଆଲ ରାଲି କରିବେ ଯେଉଁଥିରେ ସେ ୬ଟି ଜିଲ୍ଲାର ୧୧ ଟି ଆସନରେ ଭୋଟରଙ୍କ ସହ ଯୋଗାଯୋଗ କରିବେ।

ସେହିପରି ଅକ୍ଟୋବର ୧୩ରୁ ନୀତୀଶ କୁମାର ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ସଭାକୁ ଯିବେ। ଜନତା ଦଳ ୟୁନାଇଟେଡ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ଦୁଇ ଦିନ ମଧ୍ୟରେ ୩୫ ଟି ବିଧାନସଭା ନିର୍ବାଚନରେ ​​ଏକ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନୀତୀଶ କୁମାରଙ୍କ ମିଳିତ ଏନଡିଏ ରାଲି ଅନୁଷ୍ଠିତ ହେବ। ବର୍ତ୍ତମାନ ନିର୍ବାଚନୀ ହାୱା ସମ୍ପୂର୍ଣ୍ଣ ଏନଡିଏ ସପକ୍ଷରେ ଅଛି। ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଆଗକୁ ବଢୁଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କଲା 21 ଜଣିଆ ପ୍ରାର୍ଥୀ ତାଲିକା, ଜାଣନ୍ତୁ ସେମାନେ କିଏ ସେ

ପାଟନା, ବିହାରରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ 21 ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। କଂଗ୍ରେସ ଆରଜେଡି , ସିପିଆଇ ଏମଏଲ ଏବଂ ସିପିଆଇ ସମେତ ବାମପନ୍ଥୀ ଦଳ ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ଜାଣନ୍ତୁ କେଉଁ ବିଧାନସଭା ପାଇଁ କିଏ ହେଲେ ପ୍ରାର୍ଥୀ।
Congress releases first list of 21 candidates for Bihar polls

Categories
ଆଜିର ଖବର ଜାତୀୟ ଖବର

ବାଜିଲା ବିହାର ନିର୍ବାଚନ ବିଗୁଲ୍‌  : ଅକ୍ଟୋବର 28ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିହାର ନିର୍ବାଚନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର 71ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର 10 ତାରିଖରେ ନିର୍ବାଚନ ପରିଣାମ ଆସିବ ବୋଲି ସୂଚନା ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 7 ତାରିଖରେ ଅନୁଷ୍ଠିତ ହେବ।

ବିହାରର 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ତାରିଖକୁ ଶେଷ ହେବାକୁ ଯାଉଛି । 2015 ମସିହାରେ ନିତିଶ କୁମାରଙ୍କ ଜେଡିୟୁ ପାର୍ଟି ଓ ଆରଜେଡି ପାର୍ଟି ନିର୍ବାଚନ ଲଢିଥିଲେ । ମାତ୍ର ଦୁଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା । ଏହା ପରେ ଜେଡିୟୁ ଏବଂ ଭାଜପା ମିଶି ବିହାରରେ ସରକାର ତିଆରି କରିଥିଲେ । ଚଳିତ ଥର ମଧ୍ୟ ବିହାରରେ ଜେଡିୟୁ ଏବଂ ଭାଜାପା ମିଶି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋସିଆଲ ମିଡିଆରେ ଜମିବ ବିହାର ବିଧାନସଭା ନିର୍ବାଚନ ପ୍ରଚାର, ଫାଇଦା ଉଠାଇବାକୁ ବିରୋଧୀଙ୍କୁ ପଛରେ ପକାଇଛି ବିଜେପି

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ସୋସିଆଲ ମିଡିଆରେ ହିଁ ଜୋରଦାର ହେବ। କରୋନା ସଂକ୍ରମଣ ଯଦି ଜାରି ରହେ, ତେବେ ସବୁ ଦଳ ସୋସିଆଲ ମିଡିଆ ଜରିଆରେ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ରାଜ୍ୟରେ ହେଉଥିବା ସୋସିଆଲ ମିଡିଆ ପ୍ରଚାରରେ ବିଜେପି ଅନ୍ୟ ସବୁ ଦଳଠାରୁ ଆଗରେ ରହିଛି। ଅବଶ୍ୟ ଜନତା ଦଳ (ସଂଯୁକ୍ତ) ବି ବିଜେପି ଭଳି ସୋସିଆଲ ମିଡିଆର ବ୍ୟବହାର କରୁଛି ଏବଂ ଭର୍ଚୁଆଲ ରାଲି ଆୟୋଜନ କରୁଛି।

ଦେଶବ୍ୟାପୀ ୬୦ଟି ଭର୍ଚୁଆଲ ରାଲି ସଫଳତାର ସହ ଆୟୋଜନ କରିବା ପରେ ବିଜେପି ଏବେ ବିହାର ଉପରେ ଫୋକସ୍ କରିଛି। ଏଥିପାଇଁ କେବଳ ବିହାରରେ ୯ ହଜାର ୫୦୦ ଆଇଟି ସେଲ୍ ମୁଖ୍ୟ ନିଯୁକ୍ତ କରିଛି। ଏମାନେ ସମସ୍ତେ ଆସନ୍ତା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର କରିବେ।

ଏହାବାଦ୍ ବିଜେପି ନିର୍ବାଚନ ମଣ୍ଡଳୀର ପ୍ରତିଟି ବୁଥ୍ ପାଇଁ ହ୍ବାଟସ ଆପ୍ ଗୃପ୍ ଗଠନ କରିବାକୁ ଯାଉଛି। ଗତ ଦୁଇ ମାସରେ ଏପରି ୫୦ ହଜାର ହ୍ବାଟସ ଆପ୍ ଗୃପ୍ ସୃଷ୍ଟି କରି ସାରିଲାଣି, ଆହୁରି ୭୨ ହଜାର ଗୃପ୍ କରିବାକୁ ଉଦ୍ୟମ ଚଳାଇଛି। ଏହିସବୁ ଗୃପ୍ ଜରିଆରେ ଦଳ ବରିଷ୍ଠ ନେତାମାନଙ୍କ ଭିଡିଓ କ୍ଲିପ, ଭାଷଣ ଭୋଟରଙ୍କ ପାଖରେ ପହଞ୍ଚାଇବ। ସମସ୍ତ ଆଇଟି ସେଲ୍ ମୁଖିଆ ଦଳର ଜାତୀୟ ଆଇଟି ସେଲ୍ ଅଧିନରେ ପରିଚାଳିତ ହେବେ। ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଭର୍ଚୁଆଳ ରାଲି ଆୟୋଜନ କରାଯିବ, ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ଉଦବୋଧନ ଦେବେ।(ଏଜେନସି)