ବିହାର ନିର୍ବାଚନ ପ୍ରଚାର ସଭା ଉପରେ ଜନତାଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳିକରି ହତ୍ୟା

Published: Oct 24, 2020, 11:41 pm IST

ପାଟଣା:ଆଜି ବିହାର ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର କରୁଥିବା ବେଳେ ଜଣେ ନେତାଙ୍କୁ ସଭା ଉପରେ ଗୁଳି କରି ହତ୍ୟା କରାଯାଇଛି। ସେ ହେଉଛନ୍ତି ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିରେ ନେତା ନାରାୟଣ ସିଂ। ସେ ସିଓହର ଜିଲ୍ଲାର ହାଥରସଠାରେ ନିର୍ବାଚନ ପ୍ରଚାର କରୁଥିଲେ। ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନ ସମାଗମରେ ଭାଷଣ ଦେଉଥିଲେ। ଏହି ସମୟରେ ଲୋକଙ୍କ ଭିତରୁ ଗୁଳି ଶଦ୍ଦ ଶୁଭିଥିଲା। କିଛି ମୂହୁର୍ତ୍ତ ମଧ୍ୟରେ ନାରାୟଣ ସିଂ ସେହିଠାରେ ଟଳି ପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ତାଙ୍କ ପ୍ରଚାରରେ ସାମିଲ ଥିଲେ।

Related posts