Categories
ଜାତୀୟ ଖବର ବିଶେଷ ଖବର

ବିହାର ନିର୍ବାଚନରେ ଏକକ ଦଳ ହିସାବରେ ଆରଜେଡି ପ୍ରଥମ, 2ୟରେ ବିଜେପି, 3ୟରେ ନୀତିଶଙ୍କ ଜେଡିୟୁ

ନୂଆଦିଲ୍ଲୀ, ଯଦି ଏକଜିଟ ପୁଲ୍ ରେଜଲଟକୁ ସମୀକ୍ଷା କରାଯାଏ ତେବେ ବିହାରରେ ନୀତିଶଙ୍କ ଦଳ ଜେଡୟୁକୁ ବଡ ଧକ୍କା ମିଳିବ ବୋଲି କୁହାଯାଇପାରେ। କାରଣ ଏହି ଆକଳନ ଅନୁସାରେ ବିହାରରେ ଏକକ ଦଳ ହିସାବରେ ଆରଜେଡି ଆଗରେ ରହିଛି। ଏହାପରେ ବିଜେପି ଦ୍ବୀତିୟ ଦଳ ଭାବେ ଉଭା ହୋଇଛି। ଏହି ନିର୍ବାଚନରେ ନୀତିଶଙ୍କ ଜେଡୟୁ ତୃତୀୟ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏକକ ଦଳ ହିସାବରେ ଚତୁର୍ଥ ସ୍ଥାନରେ ରହିଛି।

ଯଦି ଟାଇମସ ନାୱୋ ସି ଭୋଟରର ସର୍ଭେ ଅନୁସାରେ ମେଣ୍ଟ ବାଦ, ଏକକ ଭାବେ କେଉଁ ଦଳ କେତେ ଆସନ ହାସଲ କରିବ ତାହା ହେଲା..

ଆରଜେଡି- 81 ରୁ 89

ବିଜେପି- 66 ରୁ 74

ଜେଡିୟୁ-38 ରୁ 46

କଂଗ୍ରେସ- 21 ରୁ 29

ବାମ ଦଳ- 6 ରୁ 13 ଟି ଆସନ ହାସଲ କରିବ ବୋଲି କୁହାଯାଉଛି।

ସେହିପରି ମୁଖ୍ୟମନ୍ତ୍ରୀ ଭାବେ ବିହାରବାସୀ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ଇଣ୍ଡିଆ ଟୁଡେ ମାଇଁ ଆକ୍ସିସ ସର୍ଭେ ଅନୁସାରେ

ତେଜଶ୍ବୀ ଯାଦବ- 44 %

ନୀତିଶ କୁମାର- 35 %

ଚିରାଗ ପାଶୱାନ- 7 %

ବିହାରର ଭୋଟ ପ୍ରତିଶତ ଯଦି ହିସାବକୁ ନିଆଯାଏ ତେବେ ମହାମେଣ୍ଟ ମଧ୍ୟ ସବୁଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ ଚାଣକ୍ୟ ସର୍ଭେ ଅନୁସାରେ

ମହାମେଣ୍ଟ- 44 %  ( ଗତ ନିର୍ବାଚନରେ 29 ପ୍ରତିଶତ ମିଳିଥିଲା)

ଏନଡିଏ-34 % ( ଗତ ନିର୍ବାଚନରେ 44 ପ୍ରତିଶତ ମିଳିଥିଲା)

ଅନ୍ୟାନ୍ୟ- 22 %  ( ଗତ ନିର୍ବାଚନରେ 27 ପ୍ରତିଶତ ଭୋଟ ମିଳିଥିଲା)

Categories
ଜାତୀୟ ଖବର ବିଶେଷ ଖବର

ବିହାର ପଲିଟିକ୍ସ : ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

ପାଟନା : ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।  ପ୍ରଥମ ପର୍ଯ୍ୟାୟରେ 1066 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା ।

ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଗମ୍ଭୀର ଅପରାଧିକ ମାମଲା ରହିଛି । ଆରଜେଡି ପକ୍ଷରୁ ସର୍ବାଧିକ 54 ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ପ୍ରଦାନ କରାଯାଇଛି । 22 ଜଣ ଆରଜେଡି ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି। ସେହିପରି ଚଳିତ ଥର ଏକାକୀ ଲଢୁଥିବା ଏଲଜେପିର 20 ଜଣ ପ୍ରାର୍ଥୀ ବା 49 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଅପରାଧିକ ମାମଲା ରହିଥିବା 13 ଜଣ (45 %), ଜେଡିୟୁ ପକ୍ଷରୁ ଅପରାଧିକ ମାମଲା ରହିଥିବା 10 ଜଣ ପ୍ରାର୍ଥୀ (29%) ଏବଂ କଂଗ୍ରେସ ପକ୍ଷରୁ 9ଜଣ ପ୍ରାର୍ଥୀଙ୍କୁ (43 %) ଟିକଟ ପ୍ରଦାନ କରାଯାଇଛି ।  ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରଏସଏଲପି, ଜନ ଅଧିକାର ପାର୍ଟି, ଏନସିପି, ବିଏସପି ପକ୍ଷରୁ ଯଥାକ୍ରମେ 14, 14, 8 ଏବଂ 5 ଜଣ ଅପରାଧିକ ମାମଲା ରହିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 502 ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପ୍ରଚାର ସଭା ଉପରେ ଜନତାଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳିକରି ହତ୍ୟା

ପାଟଣା:ଆଜି ବିହାର ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର କରୁଥିବା ବେଳେ ଜଣେ ନେତାଙ୍କୁ ସଭା ଉପରେ ଗୁଳି କରି ହତ୍ୟା କରାଯାଇଛି। ସେ ହେଉଛନ୍ତି ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିରେ ନେତା ନାରାୟଣ ସିଂ। ସେ ସିଓହର ଜିଲ୍ଲାର ହାଥରସଠାରେ ନିର୍ବାଚନ ପ୍ରଚାର କରୁଥିଲେ। ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନ ସମାଗମରେ ଭାଷଣ ଦେଉଥିଲେ। ଏହି ସମୟରେ ଲୋକଙ୍କ ଭିତରୁ ଗୁଳି ଶଦ୍ଦ ଶୁଭିଥିଲା। କିଛି ମୂହୁର୍ତ୍ତ ମଧ୍ୟରେ ନାରାୟଣ ସିଂ ସେହିଠାରେ ଟଳି ପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ତାଙ୍କ ପ୍ରଚାରରେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ, ପୁଣିଥରେ ଏନଡିଏ ବିହାର ଶାସନ କ୍ଷମତାକୁ ଆସିବ ବୋଲି ନିର୍ବାଚନ ରାଲିରେ କହିଲେ ଧର୍ମେନ୍ଦ୍ର

ପାଟନା, ବିହାରବାସୀ ପୁଣି ଥରେ ରାଜ୍ୟର କ୍ଷମତା ଏନଡିଏକୁ ଦେବେ। ଏହା ସ୍ପଷ୍ଟଭାବେ ଦେଖାଦେଇଛି। କାରଣ ବିହାରବାସୀ ଲାଲୁ ଶାସନ କଣଥିଲା ଏବଂ ନୀତିଶ ଶାସନ କଣ ତାହା ଜାଣିସାରେଲେଣି। ସେଥିପାଇଁ ବିବାହରେ ଡବଲ ଇଞ୍ଜିନ ରେ ଶାସନ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ବିହାର ଗସ୍ତ କରି ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରରେ କରିଥିଲେ। ସେ ଭାଗଲପୁର, ବାଙ୍କା ଏବଂ ପାଟନାରେ ଏକ ଜନ ସମାବେଶକୁ ଉଦବୋଧନ ଦେଇଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ମୋଦୀ ସରକାରରେ କିପରି ସଫଳତା ମିଳିଛି ତାହାର ହିସାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ: ମାଗଣା କରୋନା ଟିକା ସହ ଭୋଟରଙ୍କୁ ବିଜେପି ଦେଲା 11ଟି ପ୍ରତିଶୃତି, ଜାଣନ୍ତୁ କଣ

ପାଟନା, ମେଣ୍ଟ ସରକାର କ୍ଷମତାକୁ ଆସିଲେ ବିହାରରେ ସମସ୍ତଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜର ଇସ୍ତାହାରରେ ଏହି ପ୍ରତିଶୃତି ଦେଇଛି। ଏହି ଇସ୍ତାହାରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉନମୋଚନ କରିଛନ୍ତି। ଏଥିରେ ବିଜେପି ଲୋକଙ୍କ ନିକଟରେ 11 ଟି ପ୍ରତିଶୃତି ଦେଇଛି। ସେଗୁଡିକ ହେଲା।

1-ସମସ୍ତଙ୍କ ପାଇଁ ମାଗଣା କରୋନା ଟିକା

2-ତିନି ଲକ୍ଷ ନୂତନ ଶିକ୍ଷକ ନିଯୁକ୍ତି

3-ଆଇଟି କ୍ଷେତ୍ରରେ 5 ଲକ୍ଷରୁ ଅଧିକ ଚାକିରି

4-50,000 କୋଟିରୁ 1 କୋଟି ମହିଳା ଆତ୍ମନିର୍ଭରଶୀଳ ହେବେ

5-ସ୍ୱାସ୍ଥ୍ୟ ବିଭାଗରେ 1 ଲକ୍ଷ ଚାକିରି

6-2024 ସୁଦ୍ଧା ଦରଭଙ୍ଗା ଏମସ୍ କାର୍ଯ୍ୟକ୍ଷମ

7-2022 ସୁଦ୍ଧା 30 ଲକ୍ଷ ଲୋକ ପକ୍କା ଘର ପାଇବେ

8-ହିନ୍ଦୀ ଭାଷାରେ ଡାକ୍ତରୀ, ଇଞ୍ଜିନିୟରିଂ ସହିତ ବୈଷୟିକ ଶିକ୍ଷା

9-ଆସନ୍ତା ଦୁଇ ବର୍ଷରେ 15 ଟି ଦୁଗ୍ଧ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠିତ

10-ମାଛ ଉତ୍ପାଦନରେ ବିହାର ଏକ ନମ୍ବର ରାଜ୍ୟ ହେବ

11-ମକା, ଫଳ, ପନିପରିବା, ଚୁଡା, ମାଖାନ୍, ପାନ, ମସାଲା, ମହୁ, ଔଷଧୀୟ ଉଦ୍ଭିଦ ପାଇଁ ଶୃଙ୍ଖଳା ଯୋଗାଣ

Categories
ଆଜିର ଖବର ଜାତୀୟ ଖବର

ଲାଲୁଙ୍କ ସମୟରେ ବିହାରରେ ଏକ ନୂଆ ଅଭିଧାନ ଥିଲା, ତାହା ହେଲା ‘କ’ ଫର କ୍ରାଇମ, ‘ଖ’ ଫର ଖତରା…ବିଜେପି

ପାଟନା, ବିହାର ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ଦଳଗୁଡ଼ିକ ପରସ୍ପରର ଦୁର୍ବଳତାକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ 15 ବର୍ଷର ଶାସନ ବିଷୟରେ ଟୁଇଟ୍ କରାଯାଇଛି। ବିଜେପି ତରଫରୁ କୁହାଯାଇଛି ଯେ 1990 ରୁ 2005 ମଧ୍ୟରେ ଲାଲୁରାଜ ଚାଲିଥିଲା । ସେତେବେଳେ ଲାଲୁଙ୍କ ଏକ ନୂଆ ଅଭିଧାନ ଥିଲା। ସେହି ଅଭିଧାନରେ ଲେଖାଥିଲା

‘କ’ ଫର କ୍ରାଇମ   ‘ଖ’ ଫର ଖତରା     ‘ଗ’ ଫର ଗୁଳି

ସେହିପରି ବିଜେପି, ଆରଜେଡି ର ନାମକୁ ମଧ୍ୟ ସମାଲୋଚନା କରି କହିଛି ଆରଜେଡି ଫୁଲଫର୍ମ ହେଲା

‘ଆର’ ଫର ରଂଗରାଜ   ‘ଜେ’ଫର ଜଙ୍ଗଲରାଜ   ‘ଡି’ଫର ଦାଦାଗିରି

ଏହାକୁ ନେଇ ବିହାର ବିଜେପି କର୍ମିଙ୍କ ଭିତରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି।