Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ
ନିର୍ବାଚନ ଖବର

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CM in Nuapada
CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

CM in Nuapada: ନୂଆପଡା ଉପନିର୍ବାଚନର ବିଜେପି ମଙ୍ଗ ଆଜି ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କୋମନା ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା। କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ଜୟ ଢୋଲକିଆଙ୍କୁ ନବୀନ କହିଥିବା ବେଇମାନ ର ଅର୍ଥ ବୁଝାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କୁ କିଏ ସ୍କ୍ରିପ୍ଟ ଲେଖିକି ଦେଇଥିଲା, ସେ ବୋଧହୁଏ କିଛି ଜାଣି ନାହାଁନ୍ତି। ବିଜେପୁର ଉପନିର୍ବାଚନରେ ନବୀନ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇଯାଇଥିଲେ। କାକଟପୁରରେ ବିଜେପି ପ୍ରାର୍ଥୀଙ୍କୁ ନବୀନ ନେଇଯାଇଥିଲେ। ନର୍ଲା ବିଧାନସଭାରେ କଂଗ୍ରେସର ବିରୋଧୀ ଦଳର ନେତାଙ୍କୁ ନେଇଯାଇଥିଲେ। ଏହା କଣ ବେଇମାନୀ ନୁହେଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ।

ସେତିକି ନୁହେଁ ଦୀଲ୍ଲିପ ରାୟ, ବିଜୟ ମହାପାତ୍ର, ନଳିନୀ ମହାନ୍ତି ପରି ନେତାଙ୍କୁ କିଏ ବେଇମାନୀ କରିଥିଲା ବୋଲି ଭରପୁର ଜନସମାବେସକୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଜବାବ ନୂଆପଡାବାସୀ ନିଶ୍ଚିତ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ବିଜେଡି ବଡ ଦଳ ବୋଲି ନିଜକୁ ପ୍ରଚାର କରୁଛି। ହେଲେ ନୂଆପଡାରୁ କଣ ତାଙ୍କୁ ପ୍ରାର୍ଥୀ ମିଳିଲା ନାହିଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ବିଜେଡିର ପ୍ରାର୍ଥୀ ନ ମିଳିବାରୁ ବରଗଡରୁ ଜଣଙ୍କୁ ଆଣି ଏଠାରେ ପ୍ରାର୍ଥୀ କରିଛନ୍ତି।ଏଠାରେ କଣ ସେମାନଙ୍କୁ ଯୋଗ୍ୟ ପ୍ରାର୍ଥୀ ମିଳିଲା ନାହିଁ କି, ଏଠାକାର ନେତା କଣ ଏତେ ଅଯୋଗ୍ୟ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ଉପନିର୍ବାଚନରେ ନୂଆପଡାବାସୀ ଉଚିତ ଜବାବ ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହିତ କହିଛନ୍ତି।

CM in Nuapada Nuapada Byelection ନୂଆପଡା ଉପନିର୍ବାଚନ ନୂଆପଡା ଉପନିର୍ବାଚନ ପ୍ରଚାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.