Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ
ନିର୍ବାଚନ ଖବର

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CM in Nuapada
CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

CM in Nuapada: ନୂଆପଡା ଉପନିର୍ବାଚନର ବିଜେପି ମଙ୍ଗ ଆଜି ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କୋମନା ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା। କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ଜୟ ଢୋଲକିଆଙ୍କୁ ନବୀନ କହିଥିବା ବେଇମାନ ର ଅର୍ଥ ବୁଝାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କୁ କିଏ ସ୍କ୍ରିପ୍ଟ ଲେଖିକି ଦେଇଥିଲା, ସେ ବୋଧହୁଏ କିଛି ଜାଣି ନାହାଁନ୍ତି। ବିଜେପୁର ଉପନିର୍ବାଚନରେ ନବୀନ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇଯାଇଥିଲେ। କାକଟପୁରରେ ବିଜେପି ପ୍ରାର୍ଥୀଙ୍କୁ ନବୀନ ନେଇଯାଇଥିଲେ। ନର୍ଲା ବିଧାନସଭାରେ କଂଗ୍ରେସର ବିରୋଧୀ ଦଳର ନେତାଙ୍କୁ ନେଇଯାଇଥିଲେ। ଏହା କଣ ବେଇମାନୀ ନୁହେଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ।

ସେତିକି ନୁହେଁ ଦୀଲ୍ଲିପ ରାୟ, ବିଜୟ ମହାପାତ୍ର, ନଳିନୀ ମହାନ୍ତି ପରି ନେତାଙ୍କୁ କିଏ ବେଇମାନୀ କରିଥିଲା ବୋଲି ଭରପୁର ଜନସମାବେସକୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଜବାବ ନୂଆପଡାବାସୀ ନିଶ୍ଚିତ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ବିଜେଡି ବଡ ଦଳ ବୋଲି ନିଜକୁ ପ୍ରଚାର କରୁଛି। ହେଲେ ନୂଆପଡାରୁ କଣ ତାଙ୍କୁ ପ୍ରାର୍ଥୀ ମିଳିଲା ନାହିଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ବିଜେଡିର ପ୍ରାର୍ଥୀ ନ ମିଳିବାରୁ ବରଗଡରୁ ଜଣଙ୍କୁ ଆଣି ଏଠାରେ ପ୍ରାର୍ଥୀ କରିଛନ୍ତି।ଏଠାରେ କଣ ସେମାନଙ୍କୁ ଯୋଗ୍ୟ ପ୍ରାର୍ଥୀ ମିଳିଲା ନାହିଁ କି, ଏଠାକାର ନେତା କଣ ଏତେ ଅଯୋଗ୍ୟ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ଉପନିର୍ବାଚନରେ ନୂଆପଡାବାସୀ ଉଚିତ ଜବାବ ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହିତ କହିଛନ୍ତି।

BJP Ads
CM in Nuapada Nuapada Byelection ନୂଆପଡା ଉପନିର୍ବାଚନ ନୂଆପଡା ଉପନିର୍ବାଚନ ପ୍ରଚାର
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ​​ବାମପନ୍ଥୀ ଦଳ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025
Jindal Ads
BJP Ads
Latest News

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.