Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନୂଆପଡା ଉପନିର୍ବାଚନକୁ ନେଇ ବିଜେଡିର ବଡ ଅଭିଯୋଗ, ୬୩ଟି ବୁଥରେ ଭୋଟ ଯାଞ୍ଚ ପାଇଁ ଦାବୀ
ନିର୍ବାଚନ ଖବର

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡିର ବଡ ଅଭିଯୋଗ, ୬୩ଟି ବୁଥରେ ଭୋଟ ଯାଞ୍ଚ ପାଇଁ ଦାବୀ

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନକୁ ନେଇ ବିଜେଡିର ବଡ ଅଭିଯୋଗ, ୬୩ଟି ବୁଥରେ ଭୋଟ ଯାଞ୍ଚ ପାଇଁ ଦାବୀ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏହାର ତାତି ଏ ପର୍ଯ୍ୟନ୍ତ ହ୍ରାସ ପାଇ ନାହିଁ। ଦିନକୁ ଦିନକ ଏହି ନିର୍ବାଚନ ତାତି ବଢିବାରେ ଲାଗିଛି। ତେବେ ବିଜେଡି ଏ ନେଇ ଏକ ବଡ ଅଭିଯୋଗ କରିଛି। ତାହା ହେଲା ଯେ, ଦଳ ତରଫରୁ ୬୩ ଟି ବୁଥରେ ପୁନଃଯାଞ୍ଚ କରିବାକୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବ। ଗତକାଲି ଦଳର ରାଜନୈତିକ ବ୍ୟାପାର କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏ ନେଇ ପିଏସି କମିଟର ସଦସ୍ୟା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ନୂଆପଡାରେ ଶାସନ ଦଳର ସିଧା ହସ୍ତକ୍ଷେପରେ ଭୋଟ ଟ୍ୟାମ୍ପରିଂ କରାଯାଇଛି। ଏ ନେଇ ଦଳ ତରଫରୁ ବୁଥ ସ୍ତରୀୟ ହିସାବ କରାଯାଇଥିଲା। ଏଥିରୁ ଜଣାପଡିଲା ଯେ, ସେହି ନିର୍ବାଚନରେ ୬୩ ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ଭୋଟ ଗଣତି ହୋଇଛି। ଏହି ବୁଥଗୁଡିକରେ କେତେକ ସ୍ଥାନରେ ଭୋଟ ଗ୍ରହଣ ଠାରୁ ଭୋଟ ଗଣତି ମଧ୍ୟ ଅଧିକ ହୋଇଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ବୁଥଗୁଡିକରେ ଭୋଟ ଟ୍ୟାମ୍ପରିଂ କରାଯାଇଛି। ନଚେତ ଏତେ ପରିମାଣରେ ଭୋଟ ଗଣତି କିପରି ହେଲା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଏଥିରେ ଶାସକ ଦଳର ପୂର୍ଣ୍ଣ ସଂପୃକ୍ତି ରହିଛି। ସେମାନେ କଳା ଟଙ୍କା, ଶାସନ କଳ, ଟେକନୋଲୋଜିର ଅପବ୍ୟବହାର କରି ଏହି ଭୋଟରେ ଜାଲିୟାତି କରିଛନ୍ତି। ଏ ନେଇ ଦଳ ତରଫରୁ ବ୍ୟାପକ ଅନୁଧ୍ୟାନ କରାଯାଉଛି। ଏହାପରେ ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ଦାଖଲ କରାଯିବ ବୋଲି ପ୍ରମିଳା କହିଛନ୍ତି।

G20 Summit Johannesburg: Modi Meets South African President on Sidelines  (Click Here To Read)

ନୂଆପଡା ଉପନିର୍ବାଚନ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ
Share. Facebook Twitter LinkedIn Email WhatsApp Copy Link

Related Posts

IIT Bhubaneswar: ଆଇଆଇଟି ଭୁବନେଶ୍ୱରରେ ଅତ୍ୟାଧୁନିକ ସନ୍ତରଣାଗାର ଉଦଘାଟିତ

November 23, 2025

ପୁଣି ବାତ୍ୟା ଆଶଙ୍କା, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେଉଛି ଘନିଭୂତ

November 23, 2025

ଦିଲ୍ଲୀରୁ ସକାଳୁ ସକାଳୁ ଫେରି ସିଧା ଲୋକସେବା ଭବନରେ କାମ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

November 23, 2025

ଆଜି ସନ୍ଧ୍ୟା ୬:୩୦ରୁ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ଗ୍ରାଣ୍ଡ ଫିନାଲେ 

November 23, 2025
Latest News

କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ

November 23, 2025

ଭାରତ-ବାଂଲାଦେଶ ସୀମାରୁ ଫେରିଲେ ସାତ ଅବୈଧ ଅନୁପ୍ରବେଶକାରୀ

November 23, 2025

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡିର ବଡ ଅଭିଯୋଗ, ୬୩ଟି ବୁଥରେ ଭୋଟ ଯାଞ୍ଚ ପାଇଁ ଦାବୀ

November 23, 2025

ବଜାରକୁ ଖୁବ୍ ଶୀଘ୍ର ଆସିବ ତିନୋଟି ଶକ୍ତିଶାଳୀ ଇ-ସ୍କୁଟର: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 23, 2025

IIT Bhubaneswar: ଆଇଆଇଟି ଭୁବନେଶ୍ୱରରେ ଅତ୍ୟାଧୁନିକ ସନ୍ତରଣାଗାର ଉଦଘାଟିତ

November 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.