Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆବର୍ଷ ଉପଲକ୍ଷେ ଉନ୍ମୋଚିତ ହେଲା ନୂଆ ମ୍ୟୁଜିକ୍ ଭିଡିଓ ‘ଫେରିଆ’
ଆଜିର ଖବର

ନୂଆବର୍ଷ ଉପଲକ୍ଷେ ଉନ୍ମୋଚିତ ହେଲା ନୂଆ ମ୍ୟୁଜିକ୍ ଭିଡିଓ ‘ଫେରିଆ’

December 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍। ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଆଜି ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର। ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି। ଗୀତ ଲେଖିବା ସହିତ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ କାଶ୍ୟପ। ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି।

ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ।

ନୂଆବର୍ଷ ମ୍ୟୁଜିକ୍ ଭିଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025
Latest News

JioBharat ଦେଶର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍,ମୂଲ୍ୟ ମାତ୍ର ୭୯୯ ଟଙ୍କା, ଜାଣନ୍ତୁ ଏହା କଣ

October 9, 2025

ଜିଓ ପକ୍ଷରୁ ମାଗଣା “ଏଆଇ କ୍ଲାସରୁମ୍” ପାଠ୍ୟକ୍ରମ ଆରମ୍ଭ

October 9, 2025

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

ରାଜସ୍ଥାନରେ ଧର୍ମାନ୍ତରୀକରଣ ଆଇନ ପାସ୍, ଜାଣନ୍ତୁ ଉଲ୍ଲଂଘନ କଲେ କ’ଣ ମିଳିବ ଦଣ୍ଡ?

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.