
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଶ୍ୱ ନାଟ୍ୟ ଦିବସ ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତ ଭବନ ପରିସରରେ ଓଡ଼ିଶା ନାଟକ ସମାରୋହ ସମିତି ଦ୍ୱାରା ପ୍ରସ୍ତୁତ ନାଟକ “ଗାନ୍ଧୀଙ୍କ ଓଡ଼ିଶା” ଆଜି ମଞ୍ଚସ୍ଥ ହେବ।
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ଗଂଜାମ ମିଳିତ ଆନୁକୂଲ୍ୟରେ ଏହା ମଞ୍ଚସ୍ଥ ହେବ। ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ କଟକ ରେଳଷ୍ଟେସନରେ ପ୍ରଥମେ ଗାନ୍ଧିଜୀ ଓଡ଼ିଶା ଆଗମନ କରି ଓଡ଼ିଶାରେ ଶାନ୍ତି, ମୈତ୍ରୀ ବାର୍ତ୍ତା ପ୍ରଚାର କରିବା ସହିତ ଓଡ଼ିଶାରେ ଅରଟ ଅଭିଯାନର ଆରମ୍ଭ କରିଥିଲେ। ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଓଡ଼ିଶାର କୁଟୀରଶିଳ୍ପ ବିକାଶ କ୍ଷେତ୍ରରେ ଡ଼ାକରା ଦେଇଥିଲେ।
ସେହି ସମସ୍ତ ଘଟଣାବଳୀକୁ ଆଧାର କରି ଏକ ଭିନ୍ନଶୈଳୀରେ ରୂପକ ନାଟକ “ଗାନ୍ଧିଙ୍କ ଓଡ଼ିଶା”କୁ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ପାଢ଼ୀ, ସହ ନିର୍ଦ୍ଦେଶନାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାୀ ରବି ନାରାୟଣ ବେହେରା ରହିଛନ୍ତି।