Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟୁଇଟର ପରେ ଇନଷ୍ଟାଗ୍ରାମ ନେଲା କାର୍ଯ୍ୟାନୁଷ୍ଠାନ: କଙ୍ଗନା କହିଲେ ଏଥିରେ ମଧ୍ୟ ଅଛନ୍ତି କରୋନାପ୍ରେମୀ
ଆଜିର ଖବର

ଟୁଇଟର ପରେ ଇନଷ୍ଟାଗ୍ରାମ ନେଲା କାର୍ଯ୍ୟାନୁଷ୍ଠାନ: କଙ୍ଗନା କହିଲେ ଏଥିରେ ମଧ୍ୟ ଅଛନ୍ତି କରୋନାପ୍ରେମୀ

May 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଛି ଦିନ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଔତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ କଙ୍ଗନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଅଭିନେତ୍ରୀ କଙ୍ଗନାଙ୍କର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଏହାକୁ ନେଇ ଇନଷ୍ଟାଗ୍ରାମ ଉପରେ କଙ୍ଗନା ଏକ ବ୍ୟଙ୍ଗାତ୍ମକ ଷ୍ଟୋରି ସେୟାର କରିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଏହି ଷ୍ଟୋରି ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିବା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାସହ କରୋନାକୁ ଖୁବଶୀଘ୍ର ହରାଇଦେବେ ବୋଲି ସେ ଏହି ପୋଷ୍ଟରେ ଲେଖିଥିଲେ। ହେଲେ କଙ୍ଗନାଙ୍କର ଏହି ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି।

ଫଳରେ ଏହାକୁ ନେଇ କଙ୍ଗନା ଲେଖିଛନ୍ତି ଯେ, କରୋନା ଉପରେ ଲେଖିଥିବା ମୋର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଯେଉଁଥିରେ ମୁଁ କରୋନାକୁ ହରାଇଦେବି ବୋଲି କହିଥିଲି। କାରଣ ଏଥିରେ ବହୁତ ଲୋକଙ୍କୁ ଆଘାତ ଲାଗିଛି। ଏହାସହିତ ସେ ଆହୁରି ଲେଖିଛନ୍ତି ଯେ, ଟ୍ବିଟର ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟଙ୍କ ଉପରେ ସହାନୁଭୁତି ଦେଖାଉଛି। ହେଲେ ଏଥିରେ ତ କରୋନାପ୍ରେମୀ କ୍ଲବ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଇନଷ୍ଟାଗ୍ରାମ ପୂର୍ବରୁ ଟ୍ବିଟର ମଧ୍ୟ କଙ୍ଗନାଙ୍କ ଆକାଉଣ୍ଟକୁ ରଦ୍ଦ କରିଦେଇଥିଲା। ସେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କିଛି ବିବାଦୀୟ ପୋଷ୍ଟ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଇନଷ୍ଟାଗ୍ରାମ ଟୁଇଟର ବଲିଉଡ ଅଭିନେତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Latest News

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.