Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

Big Breaking: ଟୁଇଟର ଲୋଗୋ ଏବଂ ନାମ ହେଲା ପରିବର୍ତ୍ତନ, ଆସିଲା ନୂଆ

Twitter Renamed: ଆଜି ଟୁଇଟର ମାଲିକ ଏଲନ ମସ୍କ ତାଙ୍କର କଂପାନୀ ଟୁଇଟର ଲୋଗୋ ଏବଂ ନାମ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ବର୍ତ୍ତମାନ ଟୁଇଟର.କମ ମାରିଲେ ଆସି ଏକ୍ସ.କମ। ଅର୍ଥାତ ଟୁଇଟର ନାମ ପରିବର୍ତ୍ତନ ହୋଇ ରଖାଯାଇଛି X । ପୂର୍ବରୁ ଏ ନେଇ ଏଲନ ମସ୍କ ନିଜ ଟୁଇଟର ଜରିଆରେ ସୂଚନା ପ୍ରଦାନ କରିଥିଲେ।

ଏଣିଟିକି ବିଶ୍ବସାରା ପ୍ରସାରିତ ହୋଇଥିବା ଟୁଇଟର ନାମଟି ଲୋପ ପାଇବାକୁ ବସିଛି। ଆଉ ତା ପରିବର୍ତ୍ତେ ଆସିଲା ଏକ୍ସ। ଏହି ନୂତନ ଲୋଗୋଟି କଳା ରଂଗର ଇଂରାଜୀ ଅକ୍ଷର ଏକ୍ସ କରାଯାଇଛି। ସେହିପରି ପୂର୍ବରୁ ଟୁଇଟର. କମ ନାମ ପରିବର୍ତ୍ତନ କରାଯାଇ X.COM ରଖାଯାଇଛି। ତେବେ ପୁରୁଣା ଟୁଇଟର ମାରିଲେ ତାହା X.COM କୁ ଅଟୋମେଟିକ ଚାଲିଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟୁଇଟରରେ ଦର୍ଶାଗଲା ଗିଲଗିଟ-ବାଲ୍ଟିସ୍ତାନ ଭାରତର ଅଂଶ: ପାକିସ୍ତାନରେ ଉତ୍ତେଜନା

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଟ୍ୱିଟର ଗିଲଗିଟ୍-ବାଲ୍ଟିସ୍ତାନରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଆକାଉଣ୍ଟକୁ ବ୍ଲକ୍ କରିଛି। ଏହି ଅଞ୍ଚଳର କିଛି ଅଂଶକୁ ଭାରତର ଲୋକେସନରେ ଦେଖାଉଛି। ଏହା ସହିତ ଯେତେବେଳେ ପାକିସ୍ତାନୀ ଉପଭୋକ୍ତାମାନେ ଆପରେ ଲୋକେସନ ବୈଶିଷ୍ଟ୍ୟ ଟର୍ନ୍ ଅନ୍ କରନ୍ତି, ସେହି ଅଞ୍ଚଳରୁ ପଠାଯାଇଥିବା ଟ୍ୱିଟ୍ ଗୁଡିକ ଭାରତର କାଶ୍ମୀରରୁ ଆସୁଥିବା ଦେଖାଯାଏ।

ଟୁଇଟର ସହ ଜଡିତ ଗିଲଗିଟ-ବାଲ୍ଟିସ୍ତାନ ପ୍ରସଙ୍ଗ ସାମ୍ନାକୁ ଆସିଥିଲା ​​ଯେତେବେଳେ ଗିଲଗିଟ-ବାଲ୍ଟିସ୍ତାନର ଅନେକ ଟ୍ୱିଟର ବ୍ୟବହାରକାରୀ ଅଭିଯୋଗ କରିଥିଲେ ଯେ ସେମାନେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ପ୍ରବେଶ କରିପାରୁନାହାନ୍ତି। ଗିଲଗିଟ-ବାଲ୍ଟିସ୍ତାନରେ ଯେତେବେଳେ ଉପଭୋକ୍ତା ସରକାରଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଏକ ବାର୍ତ୍ତା ଦେଖାଯାଇଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ, ଆଇନଗତ କାରଣ ହେତୁ ଏହି ଆକାଉଣ୍ଟକୁ ଭାରତରେ ଅବରୋଧ କରାଯାଇଛି।

ମାର୍ଚ୍ଚ ୨୦୨୩ ମସିହାରେ ପାକିସ୍ତାନ ସରକାରଙ୍କ ସରକାରୀ ଆକାଉଣ୍ଟକୁ ଭାରତରେ ବାରଣ କରାଯାଇଛି। ୨୦୨୨ ମସିହାରେ, ପାକିସ୍ତାନ ସହ ଜଡିତ ଆକାଉଣ୍ଟକୁ ଆଇନଗତ ଅଭିଯୋଗ ଉପରେ ଦୁଇଥର ଅବରୋଧ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାର୍ଯ୍ୟର ଚାପ ଯୋଗୁଁ ଅଫିସରେ ଶୋଇବାକୁ ବାଧ୍ୟ ହେଲେ ଟ୍ୱିଟର କର୍ମଚାରୀ! ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଏଲୋନ୍ ମସ୍କ ଟୁଇଟର କିଣିବା ପରେ କର୍ମଚାରୀମାନଙ୍କର ଏବେ ଚାକିରି ଚାଲିଯିବା ଭୟ ଲାଗି ରହିଛି। ଜଣେ ଟୁଇଟର କର୍ମଚାରୀ ଧାର୍ଯ୍ୟ ସମୟସୀମା ପୂରଣ କରିବା ପାଇଁ ଓଭର ଟାଇମ କାମ କରିବା ପରେ ଅଫିସର ଚଟାଣରେ ଶୋଇଥିବା ତାଙ୍କ ଫଟୋ ସେୟାର କରିଛନ୍ତି। ୫୧ ବର୍ଷିୟ ମସ୍କ ସୋସିଆଲ ମିଡିଆ କମ୍ପାନୀକୁ ୪୪ ବିଲିୟନ ଡଲାର ଚୁକ୍ତିରେ ଗ୍ରହଣ କରିବାର ଏକ ସପ୍ତାହ ପରେ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଟ୍ୱିଟର ସ୍ପେସ୍ ର ପ୍ରଡକ୍ଟ ମ୍ୟାନେଜର ଇଭାନ୍ ଜୋନ୍ସ ଅଫିସ୍ ଚଟାଣରେ ଶୋଇଥିବା ଏକ ଫଟୋ ତାଙ୍କ ମାଲିକଙ୍କୁ ଟ୍ୱିଟ୍ କରିଛନ୍ତି। ଏହି ଫଟୋରେ ଟ୍ୱିଟରରେ ଉତ୍ପାଦ ପରିଚାଳନା ନିର୍ଦ୍ଦେଶକ ଏସ୍ତର କ୍ରାଫୋର୍ଡ ଏକ କମ୍ବଳରେ ଗୁଡ଼ାଇ ହୋଇ ଶୋଇଥିବାର ଦେଖାଯାଇଛି। ଫଟୋ ସେୟାର କରିବା ସମୟରେ ଇଭାନ୍ ଜୋନ୍ସ ଲେଖିଥିଲେ ଯେ, ଯେତେବେଳେ ଆପଣଙ୍କ ଟିମ ୨୪ ଘଣ୍ଟା କାମ କରେ, ବେଳେବେଳେ #SleepWhereYouWork.”

ଏହି ଚିତ୍ର କେବେ ଓ କେଉଁଠାରେ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଜୋନ୍ସଙ୍କ ଟ୍ୱିଟର ବାୟୋ କହିଛି ଯେ ସେ ନ୍ୟୁୟର୍କରେ ଅଛନ୍ତି। କ୍ରାଫୋର୍ଡ କହିଛନ୍ତି ଯେ ସେ ଲସ ଏଞ୍ଜେଲସରେ ଅଛନ୍ତି। ବିଜନେସ୍ ଇନସାଇଡର୍ ଅନୁଯାୟୀ, ଟ୍ୱିଟରରେ କର୍ମଚାରୀମାନେ ଦୀର୍ଘ ଘଣ୍ଟା ଧରି କାର୍ଯ୍ୟ କରିଆସୁଛନ୍ତି କାରଣ ମସ୍କ ଏକ ପ୍ରମୁଖ ପ୍ରକଳ୍ପ ଉପରେ କଡା ସମୟସୀମା ସ୍ଥିର କରିଛି।

ଗତ କିଛି ଦିନ ହେବ ଖବରରେ ଥିବା ଟ୍ୱିଟରର ନୂତନ ଯାଞ୍ଚ ପ୍ରଣାଳୀରେ କାର୍ଯ୍ୟ କରୁଥିବା ଦଳକୁ କୁହାଯାଇଛି ଯେ, ସମୟସୀମା ପୂରଣ କରିବା ପାଇଁ ସେମାନଙ୍କୁ ୨୪/୭ କାର୍ଯ୍ୟ କରିବାକୁ ପଡିପାରେ।

ସିଏନବିସି ଟୁଇଟରରେ ଏପରି କିଛି ରିପୋର୍ଟ କରିଛି ଯେ, ମସ୍କଙ୍କ ସମୟସୀମା ପୂରଣ କରିବା ପାଇଁ ମ୍ୟାନେଜରମାନଙ୍କୁ ସପ୍ତାହରେ ସାତ ଦିନ ୧୨ ଘଣ୍ଟା ଶିଫ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଓଭରଟାଇମ୍ ବେତନ, ଟାଇମ୍ ଅଫ୍ କିମ୍ବା ଚାକିରି ସୁରକ୍ଷା ବିଷୟରେ ଆଲୋଚନା ନକରି ଏହି ନିର୍ଦ୍ଦେଶନାମା ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଟୁଇଟରକୁ ଅଧିଗ୍ରହଣ କରିବା ପରେ ଏହାର ନୂଆ ମାଲିକ ଏଲନ ମସ୍କ କହିଲେ ଏହି କଥା

Elon Mask Twitter: ବହୁ ବାଦବିବାଦ ପରେ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟ ପକ୍ରିୟାରେ ଛନ୍ଦି ହେବା ପରେ ସେ ଏହି ଅଧିଗ୍ରହଣ କରିଛନ୍ତି। ତେବେ ସେ ତୁରନ୍ତ ଏହି କଂପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଆଉ ଦୁଇ ଅଧିକାରୀଙ୍କ ଚାକିରୀରୁ ବହିସ୍କାର କରିଛନ୍ତି।

ଏହି ବହିସ୍କାରରେ ଏଲନ ଉଲ୍ଲେଖ କରିଛନ୍ତି ଯେ, ଏମାନେ ଟୁଇଟର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ପ୍ରଦାନ କରି ନାହାଁନ୍ତି। ଏମାନେ ଟୁଇଟ ବ୍ୟବହାରକାରୀ ଏବଂ ଅଂଶୀଦାରଙ୍କୁ ଠକୁଛନ୍ତି। ସେଥିପାଇଁ ବହିସ୍କାର କରାଯାଇଛି। ତେବେ ସେ ଟୁଇଟର ଅଧିଗ୍ରହଣ କରିବା ପରେ ଏଲନ ତାଙ୍କ ଟୁଇଟର ଆକାଉଣ୍ଟରେ ‘ ଚିଫ୍ ଟୁଇଟ’ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଏଲନଙ୍କ ଏକ ଟୁଇଟ ବର୍ତ୍ତମାନ ଟ୍ରେଣ୍ଡିଂ ହେବାରେ ଲାଗିଛି। ତାହା ହେଲା ଯେ ଏଲନ ଟୁଇଟ କରି ଲେଖିଛନ୍ତି ଯେ,’ the bird is freed‘ ଅର୍ଥାତ ବର୍ତ୍ତମାନ ପକ୍ଷୀ ମୁକ୍ତ ହେଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଟୁଇଟରକୁ ନେଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରୱାଲାଙ୍କ ସହ ତିନି ବରିଷ୍ଠଙ୍କୁ କଲେ ବହିସ୍କାର

Elon Musk Twitter: ଟୁଇଟର ଅଧିଗ୍ରହଣ କରିବା ପରେ ବିଶ୍ବର ବଡ ଧନି ବ୍ୟକ୍ତି ଏଲନ ମସ୍କ ତାଙ୍କର ଅପରେସନ ଆରମ୍ଭ କରିଦେଇଛନ୍ତି। ଏଲନ ଟୁଇଟର ଅଧିଗ୍ରହଣ କରୁ କରୁ ସେ ଏହାର ସିଇଓ ପରାଗ ଅଗ୍ରୱାଲାଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି। କେବଳ ସେତିକି ନୁହେଁ ସେ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବହିସ୍କାର କରି ଦେଇଛନ୍ତି।

ବିଦେଶ ମିଡିଆ ରିପୋର୍ଟ ଅନୁସାରେ ସିଇଓ ପରାଗ ଅଗ୍ରୱାଲାଙ୍କ ସହିତ ସିଏଫଓ ନେଡ ସିଗାଲ ଏବଂ ଲିଗାଲ ଆଫାୟାରସ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ଏଲନ୍ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ମସ୍କ କହିଛନ୍ତି ଯେ, ଏମାନେ ଟୁଇଟରର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ଉପସ୍ଥାପିତ କରିପାରୁ ନାହାଁନ୍ତି। ଯାହା ଟୁଇଟର ବ୍ୟବହାରକାରୀ ଏବଂ ଅଂଶୀଦାରୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେଥିପାଇଁ ଏମାନଙ୍କୁ ବହିସ୍କାର କରାଯାଇଛି ବୋଲି ଏଲନ୍ ଦର୍ଶାଇଛନ୍ତି।

ଇଲଟ୍ରିକ କାର ଟେସଲା ନିର୍ମାଣ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଏଲନ୍ ମସ୍କ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବେ ସେ ଟୁଇଟରକୁ ଅଧିଗ୍ରହଣ କରିବା ନେଇ ଘୋଷଣା କରିବା ଏବଂ ପରେ ସେଥିରୁ ନିବୃତ ରହି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ସେ କୋର୍ଟକୁ ଭିଡି ହୋଇଯାଇଥିଲେ। ଏହି ନ୍ୟାୟିକ ପକ୍ରିୟାରେ ଛନ୍ଦି ହେବା ପରେ ଏବେ ଏଲନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି।

ଏହି ଅଧିଗ୍ରହଣ ବେଳେ ସାନ ଫ୍ରାନସିସକୋ ଅଫିସରେ ନିଜେ ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଡିଲ ଫାଇନାଲ କରିଥିଲେ। ଏହା ଶେଷ ହେବା ପରେ ପରାଗଙ୍କୁ ସୁରକ୍ଷା କର୍ମି ଅଫିସରୁ ବାହାରିଯିବା ପାଇଁ କହିଥିଲେ। ଯାହାକୁ ନେଇ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି। ପୂର୍ବରୁ ପରାଗ ଏଲନଙ୍କ ସହିତ ବହୁ ଆଲୋଚନା କରି ଏହି ଡିଲ ଫାଇନାଲ କରିଥିଲେ। ଏହା ସରିବା ପରେ ତାଙ୍କୁ ବହିସ୍କାର କରିବା ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂ ହେବାରେ ଲାଗିଛି।

ବିଦେଶୀ ଗଣମାଧ୍ୟମ ଅନୁସାରେ କେବଳ ଏହି ତିନି ବରିଷ୍ଠ ଅଧିକାରୀ ନୁହଁନ୍ତି, ଆହୁରି ବହୁ ଅଧିକାରୀଙ୍କୁ ମସ୍କ ବହିସ୍କାର କରିବେ ବୋଲି ସମ୍ଭାବନା ରହିଛି। ଏହାର ସଂଖ୍ୟା ପ୍ରାୟ 7500 ହେବ ବୋଲି ଆକଳନ କରାଯାଇଛି। ସେପଟେ ସେ ଟୁଇଟରକୁ ଅଧିଗ୍ରହଣ କରିବା ପରେ ମସ୍କ ତାଙ୍କ ଟୁଇଟର ଆକାଉଣ୍ଟରେ ‘ଟୁଇଟ ମୁଖ୍ୟ’ ବୋଲି ଲେଖିଛନ୍ତି। ତେବେ ସେ ପଇସା ପାଇଁ ନୁହେଁ, ମାନବିକତାକୁ ସାହାଯ୍ୟ କରିବା ପାଇଁ ଟୁଇଟରକୁ ଅଧିଗ୍ରହଣ କରିଛି ବୋଲି ମସ୍କ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ଆକାଉଣ୍ଟ ଖୋଲିଲେ ନାଇଜେରିଆ ସରକାର

ନୂଆଦିଲ୍ଲୀ, ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବା ପରେ ନାଇଜେରିଆ ସରକାର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆର ଏହି ପଦକ୍ଷେପକୁ ‘କୁ’ ର ସହ ପ୍ରତିଷ୍ଠାତା ଅପ୍ରମୟ ରାଧାକୃଷ୍ଣଙ୍କ କହିଛନ୍ତି – @kooindia ରେ ନାଇଜେରିଆ ସରକାରଙ୍କ ସରକାରୀ ଆକାଉଣ୍ଟ ଖୋଲିଥିବାରୁ ତାହାକୁ ସ୍ବାଗତ କରୁଛୁ।

ବିଚ୍ଛିନ୍ନତାବାଦୀଙ୍କୁ ଦଣ୍ଡିତ କରିବାକୁ ଧମକ ଦେଇ ରାଷ୍ଟ୍ରପତି ମହମ୍ମଦୁ ବୁଖାରୀଙ୍କ ଟ୍ୱିଟକୁ ଟ୍ବିଟର ହଟାଇ ଦେବା ପରେ ବିବାଦ ଆରମ୍ଭ ହୋଇଛି। ଏହା ପରେ ନାଇଜେରିଆ ଏହି ସୋସିଆଲ ମିଡିଆ କମ୍ପାନୀକୁ ଜୁନ୍ 5 ତାରିଖରେ ନିଷିଧ ଘୋଷଣା କରିଛନ୍ତି।

1967-70 ମସିହାର ଗୃହଯୁଦ୍ଧ ବିଷୟରେ ରାଷ୍ଟ୍ରପତି ବଖାରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ। ଏହା ଦ୍ବାରା ସାଂପ୍ରଦାୟିକବାଦ ନାମରେ ଟୁଇଟର ବୁଖାରୀଙ୍କ ଟ୍ବିଟରକୁ ଡିଲିଟ କରିଦେଇଛି।

ଟୁଇଟରର ବିକଳ୍ପ ଭାବେ ଭାରତୀୟ ‘କୁ’ ଆଫ୍ରିକୀୟ ଦେଶରେ ସଂପ୍ରସାରଣ କରିବାକୁ ଯୋଜନା ଚାଲିଛି। ରାଧାକୃଷ୍ଣ ଟ୍ୱିଟରରେ କହିଛନ୍ତି ଯେ ‘କୁ’ ରେ ସ୍ଥାନୀୟ ଭାଷା ବ୍ୟବହାର କରିବାକୁ ମଧ୍ୟ ଚିନ୍ତା କରାଯାଉଛି।

ଭାରତରେ ସୋସିଆଲ ମିଡିଆ କମ୍ପାନୀର ନୂତନ ନିୟମକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଅନେକ କେନ୍ଦ୍ର ମନ୍ତ୍ରୀ ‘କୁ’ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ‘କୁ’ ହେଉଛି ସୋସିଆଲ ମିଡିଆ କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ଯାହାକି ନୂତନ ନିୟମ ମାନିବାକୁ ଘୋଷଣା କରିଛି।

ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଟ୍ୱିଟର ମଧ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି ଏବଂ ଅନୁପାଳନ ଅଧିକାରୀ ନିଯୁକ୍ତ କରିବା ଭଳି ଇଚ୍ଛାକୃତ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାକୁ ଏକ ସପ୍ତାହ ସମୟ ମାଗିଛି। ଏହା ଭିତରେ ଧିରେ ଧିରେ ‘କୁ’ ର ଗ୍ରାହକ ସଂଖ୍ୟା ବଢିବାରେ ଲାଗିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

BIG BREAKING: ଟୁଇଟରକୁ ବ୍ୟାନ କରିବା ପାଇଁ ନିଷ୍ପତି କଲେ ଏହି ଦେଶର ରାଷ୍ଟ୍ରପତି

Twitter Banned : ଭାରତରେ ଟୁଇଟର ଏବଂ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ସେପଟେ ନାଇଜେରିଆ ସରକାର ଏହାକୁ  ନିଷିଧ କରିଦେଇଛନ୍ତି। ରବିବାର ଦିନ ଏ ନେଇ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରୀ ଘୋଷଣା କରିଛନ୍ତି। ତେବେ ଏହି ସେବା ଅସ୍ଥାୟୀ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କୁହାଯାଇଛି।

ପୂର୍ବରୁ ନାଜେରିଆ ରାଷ୍ଟ୍ରପତି ଏବଂ ଟୁଇଟର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। କାରଣ ନାଇଜେରିଆ ରାଷ୍ଟ୍ରପତିଙ୍କ ଏକ ମେସେଜକୁ ଟୁଇଟର ଡିଲିଟ କରିଦେଇଥିଲା। ଏହାର କାରଣରେ ଟୁଇଟର ତରଫରୁ କୁହାଯାଇଥିଲା ଯେ ଏହା ଏକ ଗୋଷ୍ଠୀ ବିରୋଧରେ ଯାଉଛି।

ତେବେ ରାଷ୍ଟ୍ରପତିଙ୍କ ଅଫିସରୁ ଟୁଇଟରକୁ କୁହାଯାଇଥିଲା ଯେ ଯେଉଁ ଗୋଷ୍ଠୀ କଥା କୁହାଯାଉଛି ସେହି ଗୋଷ୍ଠୀ ନାଇଜେରିଆ ସରକାରଙ୍କ ବିରୋଧରେ ଯୁଦ୍ଧ କରୁଛି। ସେମାନଙ୍କ ଯୋଗୁଁ ନାଇଜେରିଆରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ସେମାନେ ଏହି ଦେଶଦ୍ରୋହ କାର୍ଯ୍ୟ କରୁଛନ୍ତି। ତେବେ ଟୁଇଟର ଏ କଥା ଗ୍ରହଣ ନ କରିବାରୁ ଆଜି ସରକାରଙ୍କ ତରଫରୁ ନାଇଜେରିଆରେ ଟୁଇଟର ବ୍ୟାନ ପାଇଁ ନିଷ୍ପତି ନେଇଛନ୍ତି।

ତେବେ ଗତକାଲି ଶନିବାର ଦିନ ନାଇଜେରିଆର ଟୁଇଟର ବ୍ୟବହାରକାରୀମାନେ ଏହାକୁ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏପରିକି ଦିନତମାମ ଟୁଇଟର ଖୋଲି ନ ଥିଲା କି ସେଥିରେ କିଛି ପୋଷ୍ଟିଂ କରାଯାଇ ପାରୁ ନ ଥିଲେ। ତେବେ ରବିବାରଦିନ ନାଇଜେରିଆ ସରକାର ଏହାକୁ ବ୍ୟାନ କରାଯାଇଛି ବୋଲି ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟୁଇଟରକୁ କେନ୍ଦ୍ର ଦେଲା ଅନ୍ତିମ ଚେତାବନୀ: ନୂଆ ନିୟମ ଲାଗୁ ନକଲେ, ପରିଣାମ ପାଇଁ ରୁହ ପ୍ରସ୍ତୁତ

ନୂଆଦିଲ୍ଲୀ: ଟୁଇଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ବିବାଦ କମିବାରେ ନାଁ ନେଉନାହିଁ। ନୂଆ ଡିଜିଟାଲ ନିୟମ ତୁରନ୍ତ ଲାଗୁ କରିବା ଲାଗି ଟୁଇଟରକୁ କେନ୍ଦ୍ର ସରକାର କହିଛି। ନଚେତ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଟୁଇଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଥିଲା। କିଛି ସମୟ ପରେ ପୁନଶ୍ଚ ବ୍ଲୁ ଟିକ୍ କୁ ଫେରାଇଦେଇଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ତିନି ଜଣ ବଡ ନେତାଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଛି। ଯାହାଫଳରେ କେନ୍ଦ୍ର ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢି ଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସରକାର ଚେତାବନୀ ଦେବା ପରେ ସଂଘ ନେତାମାନଙ୍କର ବ୍ଲୁ ଟିକ୍ କୁ ଟୁଇଟର ପୁନଶ୍ଚ ଫେରାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଟୁଇଟର ପରେ ଇନଷ୍ଟାଗ୍ରାମ ନେଲା କାର୍ଯ୍ୟାନୁଷ୍ଠାନ: କଙ୍ଗନା କହିଲେ ଏଥିରେ ମଧ୍ୟ ଅଛନ୍ତି କରୋନାପ୍ରେମୀ

ନୂଆଦିଲ୍ଲୀ: କିଛି ଦିନ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଔତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ କଙ୍ଗନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଅଭିନେତ୍ରୀ କଙ୍ଗନାଙ୍କର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଏହାକୁ ନେଇ ଇନଷ୍ଟାଗ୍ରାମ ଉପରେ କଙ୍ଗନା ଏକ ବ୍ୟଙ୍ଗାତ୍ମକ ଷ୍ଟୋରି ସେୟାର କରିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଏହି ଷ୍ଟୋରି ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିବା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାସହ କରୋନାକୁ ଖୁବଶୀଘ୍ର ହରାଇଦେବେ ବୋଲି ସେ ଏହି ପୋଷ୍ଟରେ ଲେଖିଥିଲେ। ହେଲେ କଙ୍ଗନାଙ୍କର ଏହି ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି।

ଫଳରେ ଏହାକୁ ନେଇ କଙ୍ଗନା ଲେଖିଛନ୍ତି ଯେ, କରୋନା ଉପରେ ଲେଖିଥିବା ମୋର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଯେଉଁଥିରେ ମୁଁ କରୋନାକୁ ହରାଇଦେବି ବୋଲି କହିଥିଲି। କାରଣ ଏଥିରେ ବହୁତ ଲୋକଙ୍କୁ ଆଘାତ ଲାଗିଛି। ଏହାସହିତ ସେ ଆହୁରି ଲେଖିଛନ୍ତି ଯେ, ଟ୍ବିଟର ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟଙ୍କ ଉପରେ ସହାନୁଭୁତି ଦେଖାଉଛି। ହେଲେ ଏଥିରେ ତ କରୋନାପ୍ରେମୀ କ୍ଲବ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଇନଷ୍ଟାଗ୍ରାମ ପୂର୍ବରୁ ଟ୍ବିଟର ମଧ୍ୟ କଙ୍ଗନାଙ୍କ ଆକାଉଣ୍ଟକୁ ରଦ୍ଦ କରିଦେଇଥିଲା। ସେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କିଛି ବିବାଦୀୟ ପୋଷ୍ଟ କରିଥିବା ନେଇ ଅଭିଯୋଗ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

କୃଷି ଆନ୍ଦୋଳନ ସମୟରେ ବ୍ୟବହୃତ ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କଲା ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଏହି ଆକାଉଣ୍ଟଗୁଡିକ ଉପରେ ନକଲି ଏବଂ ଉତ୍ତେଜିତ କାରିବା ଭଳି ଟୁଇଟିସ୍ ଏବଂ ହାସଟ୍ୟାଗ କରିବା ଅଭିଯୋଗ ହୋଇଛି। କୃଷି ଆନ୍ଦୋଳନରେ  #ModiPlanningFarmerGenocide ନାମରେ ହାସଟ୍ୟାଗ ଚଲା ଯାଇଥିଲା। ଏହି ହାସଟ୍ୟାଗର ଅର୍ଥ ଥିଲା, “ମୋଦୀ ସରକାର କୃଷକମାନକର ଜନସଂହାରର ପ୍ରସ୍ତୁତ କରୁଛି”। ଗୃହ ମନ୍ତ୍ରାଳୟ ଏବଂ ସୁରକ୍ଷା ଏଜେନ୍ସିଙ୍କ ସୂଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏହା ଆନ୍ଦୋଳନ ସମୟରେ ବହୁ ସମସ୍ୟା ସୃଷ୍ଟି କରିବ ଏବଂ ଦେଶର ସୁରକ୍ଷା ପାଇଁ ବିପଦ ଅଛି। ଏହି ଆକାଉଣ୍ଟରୁ ଜାନୁୟାରୀ ୩୦ରେ ଭ୍ରମ ଏବଂ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଟୁଇଟସ କରାଯାଉଥିଲା।