ଟୁଇଟରକୁ ନେଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରୱାଲାଙ୍କ ସହ ତିନି ବରିଷ୍ଠଙ୍କୁ କଲେ ବହିସ୍କାର

Published: Oct 28, 2022, 9:44 am IST
Elon Musk Twitter: ଟୁଇଟର ଅଧିଗ୍ରହଣ କରିବା ପରେ ବିଶ୍ବର ବଡ ଧନି ବ୍ୟକ୍ତି ଏଲନ ମସ୍କ ତାଙ୍କର ଅପରେସନ ଆରମ୍ଭ କରିଦେଇଛନ୍ତି। ଏଲନ ଟୁଇଟର ଅଧିଗ୍ରହଣ କରୁ କରୁ ସେ ଏହାର ସିଇଓ ପରାଗ ଅଗ୍ରୱାଲାଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି। କେବଳ ସେତିକି ନୁହେଁ ସେ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବହିସ୍କାର କରି ଦେଇଛନ୍ତି।

ବିଦେଶ ମିଡିଆ ରିପୋର୍ଟ ଅନୁସାରେ ସିଇଓ ପରାଗ ଅଗ୍ରୱାଲାଙ୍କ ସହିତ ସିଏଫଓ ନେଡ ସିଗାଲ ଏବଂ ଲିଗାଲ ଆଫାୟାରସ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ଏଲନ୍ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ମସ୍କ କହିଛନ୍ତି ଯେ, ଏମାନେ ଟୁଇଟରର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ଉପସ୍ଥାପିତ କରିପାରୁ ନାହାଁନ୍ତି। ଯାହା ଟୁଇଟର ବ୍ୟବହାରକାରୀ ଏବଂ ଅଂଶୀଦାରୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେଥିପାଇଁ ଏମାନଙ୍କୁ ବହିସ୍କାର କରାଯାଇଛି ବୋଲି ଏଲନ୍ ଦର୍ଶାଇଛନ୍ତି।

ଇଲଟ୍ରିକ କାର ଟେସଲା ନିର୍ମାଣ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଏଲନ୍ ମସ୍କ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବେ ସେ ଟୁଇଟରକୁ ଅଧିଗ୍ରହଣ କରିବା ନେଇ ଘୋଷଣା କରିବା ଏବଂ ପରେ ସେଥିରୁ ନିବୃତ ରହି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ସେ କୋର୍ଟକୁ ଭିଡି ହୋଇଯାଇଥିଲେ। ଏହି ନ୍ୟାୟିକ ପକ୍ରିୟାରେ ଛନ୍ଦି ହେବା ପରେ ଏବେ ଏଲନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି।

ଏହି ଅଧିଗ୍ରହଣ ବେଳେ ସାନ ଫ୍ରାନସିସକୋ ଅଫିସରେ ନିଜେ ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଡିଲ ଫାଇନାଲ କରିଥିଲେ। ଏହା ଶେଷ ହେବା ପରେ ପରାଗଙ୍କୁ ସୁରକ୍ଷା କର୍ମି ଅଫିସରୁ ବାହାରିଯିବା ପାଇଁ କହିଥିଲେ। ଯାହାକୁ ନେଇ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି। ପୂର୍ବରୁ ପରାଗ ଏଲନଙ୍କ ସହିତ ବହୁ ଆଲୋଚନା କରି ଏହି ଡିଲ ଫାଇନାଲ କରିଥିଲେ। ଏହା ସରିବା ପରେ ତାଙ୍କୁ ବହିସ୍କାର କରିବା ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂ ହେବାରେ ଲାଗିଛି।

ବିଦେଶୀ ଗଣମାଧ୍ୟମ ଅନୁସାରେ କେବଳ ଏହି ତିନି ବରିଷ୍ଠ ଅଧିକାରୀ ନୁହଁନ୍ତି, ଆହୁରି ବହୁ ଅଧିକାରୀଙ୍କୁ ମସ୍କ ବହିସ୍କାର କରିବେ ବୋଲି ସମ୍ଭାବନା ରହିଛି। ଏହାର ସଂଖ୍ୟା ପ୍ରାୟ 7500 ହେବ ବୋଲି ଆକଳନ କରାଯାଇଛି। ସେପଟେ ସେ ଟୁଇଟରକୁ ଅଧିଗ୍ରହଣ କରିବା ପରେ ମସ୍କ ତାଙ୍କ ଟୁଇଟର ଆକାଉଣ୍ଟରେ ‘ଟୁଇଟ ମୁଖ୍ୟ’ ବୋଲି ଲେଖିଛନ୍ତି। ତେବେ ସେ ପଇସା ପାଇଁ ନୁହେଁ, ମାନବିକତାକୁ ସାହାଯ୍ୟ କରିବା ପାଇଁ ଟୁଇଟରକୁ ଅଧିଗ୍ରହଣ କରିଛି ବୋଲି ମସ୍କ କହିଛନ୍ତି।

Related posts