BIG BREAKING: ଟୁଇଟରକୁ ବ୍ୟାନ କରିବା ପାଇଁ ନିଷ୍ପତି କଲେ ଏହି ଦେଶର ରାଷ୍ଟ୍ରପତି

Published: Jun 6, 2021, 4:28 pm IST

Twitter Banned : ଭାରତରେ ଟୁଇଟର ଏବଂ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ସେପଟେ ନାଇଜେରିଆ ସରକାର ଏହାକୁ  ନିଷିଧ କରିଦେଇଛନ୍ତି। ରବିବାର ଦିନ ଏ ନେଇ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରୀ ଘୋଷଣା କରିଛନ୍ତି। ତେବେ ଏହି ସେବା ଅସ୍ଥାୟୀ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କୁହାଯାଇଛି।

ପୂର୍ବରୁ ନାଜେରିଆ ରାଷ୍ଟ୍ରପତି ଏବଂ ଟୁଇଟର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। କାରଣ ନାଇଜେରିଆ ରାଷ୍ଟ୍ରପତିଙ୍କ ଏକ ମେସେଜକୁ ଟୁଇଟର ଡିଲିଟ କରିଦେଇଥିଲା। ଏହାର କାରଣରେ ଟୁଇଟର ତରଫରୁ କୁହାଯାଇଥିଲା ଯେ ଏହା ଏକ ଗୋଷ୍ଠୀ ବିରୋଧରେ ଯାଉଛି।

ତେବେ ରାଷ୍ଟ୍ରପତିଙ୍କ ଅଫିସରୁ ଟୁଇଟରକୁ କୁହାଯାଇଥିଲା ଯେ ଯେଉଁ ଗୋଷ୍ଠୀ କଥା କୁହାଯାଉଛି ସେହି ଗୋଷ୍ଠୀ ନାଇଜେରିଆ ସରକାରଙ୍କ ବିରୋଧରେ ଯୁଦ୍ଧ କରୁଛି। ସେମାନଙ୍କ ଯୋଗୁଁ ନାଇଜେରିଆରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ସେମାନେ ଏହି ଦେଶଦ୍ରୋହ କାର୍ଯ୍ୟ କରୁଛନ୍ତି। ତେବେ ଟୁଇଟର ଏ କଥା ଗ୍ରହଣ ନ କରିବାରୁ ଆଜି ସରକାରଙ୍କ ତରଫରୁ ନାଇଜେରିଆରେ ଟୁଇଟର ବ୍ୟାନ ପାଇଁ ନିଷ୍ପତି ନେଇଛନ୍ତି।

ତେବେ ଗତକାଲି ଶନିବାର ଦିନ ନାଇଜେରିଆର ଟୁଇଟର ବ୍ୟବହାରକାରୀମାନେ ଏହାକୁ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏପରିକି ଦିନତମାମ ଟୁଇଟର ଖୋଲି ନ ଥିଲା କି ସେଥିରେ କିଛି ପୋଷ୍ଟିଂ କରାଯାଇ ପାରୁ ନ ଥିଲେ। ତେବେ ରବିବାରଦିନ ନାଇଜେରିଆ ସରକାର ଏହାକୁ ବ୍ୟାନ କରାଯାଇଛି ବୋଲି ଘୋଷଣା କରିଥିଲେ।

Related posts