ଟୁଇଟରକୁ କେନ୍ଦ୍ର ଦେଲା ଅନ୍ତିମ ଚେତାବନୀ: ନୂଆ ନିୟମ ଲାଗୁ ନକଲେ, ପରିଣାମ ପାଇଁ ରୁହ ପ୍ରସ୍ତୁତ

Published: Jun 5, 2021, 5:51 pm IST

ନୂଆଦିଲ୍ଲୀ: ଟୁଇଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ବିବାଦ କମିବାରେ ନାଁ ନେଉନାହିଁ। ନୂଆ ଡିଜିଟାଲ ନିୟମ ତୁରନ୍ତ ଲାଗୁ କରିବା ଲାଗି ଟୁଇଟରକୁ କେନ୍ଦ୍ର ସରକାର କହିଛି। ନଚେତ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଟୁଇଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଥିଲା। କିଛି ସମୟ ପରେ ପୁନଶ୍ଚ ବ୍ଲୁ ଟିକ୍ କୁ ଫେରାଇଦେଇଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ତିନି ଜଣ ବଡ ନେତାଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଛି। ଯାହାଫଳରେ କେନ୍ଦ୍ର ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢି ଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସରକାର ଚେତାବନୀ ଦେବା ପରେ ସଂଘ ନେତାମାନଙ୍କର ବ୍ଲୁ ଟିକ୍ କୁ ଟୁଇଟର ପୁନଶ୍ଚ ଫେରାଇଦେଇଛି।

Related posts