ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଖାରିଜ କଲେ ହାଇକୋର୍ଟ: ଲଗାଇଲେ ୨୦ ଲକ୍ଷ ଜରିମାନା

Published: Jun 4, 2021, 6:22 pm IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ ଜି ସମ୍ପର୍କିତ ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସଂପୂର୍ଣ୍ଣ ହେଲା ପରେ ଜୁହିଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ତେବେ ଏହି ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ଏହି ଆବେଦନରେ କୌଣସି ଆଧାର ନାହିଁ। ଜୁହି ଆଇନ ପ୍ରକ୍ରିୟାକୁ ଅପବ୍ୟବହାର କରିଛନ୍ତି। କୋର୍ଟର ମୂଲ୍ୟବାନ ସମୟକୁ ଆବେଦନକାରୀ ନଷ୍ଟ କରିଛନ୍ତି। ଜୁହି ବିନା କାରଣରେ ଏହି ଆବେଦନ କରିଛନ୍ତି, ଯାହା ଏହା ଉପରେ ସେ ସରକାରଙ୍କୁ ଚିଠି କରିପାରିଥାନ୍ତେ। ସେଥିପାଇଁ ଜୁହିଙ୍କ ଉପରେ ହାଇକୋର୍ଟ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ୫ ଜି ଟେଷ୍ଟିଙ୍ଗକୁ ନେଇ ଜୁହି ବିରୋଧ କରିଥିଲେ। ସେ କହିଥିଲେ ଯେ, ୫ ଜି ଦ୍ଵାରା ଆରଏଫ ରେଡିଏସନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ରେଡିଏସନ ମଣିଷ ଶରୀର ଏବଂ ସୁରକ୍ଷା ପାଇଁ ଅନୁକୂଳ ନୁହେଁ। ଏଥିପାଇଁ ସରକାର ସୁନିଶ୍ଚିତ କରିବା ଅବାଶ୍ୟକ ଯେ, ଏହାର ଟେଷ୍ଟିଙ୍ଗରେ ଜୀବଜନ୍ତୁଙ୍କ ଉପରେ କୌଣସି କ୍ଷତି ହେବ ନା ନାହିଁ। ଯେପର୍ଯ୍ୟନ୍ତ ଏହାର ବ୍ୟବହାର ଯୋଗୁଁ ଜୀବଜନ୍ତୁଙ୍କ ଉପରେ କୌଣସି କ୍ଷତି ପହଞ୍ଚିବା ନେଇ ପ୍ରମାଣିତ ନହୋଇଛି, ସେପର୍ଯ୍ୟନ୍ତ ଦେଶରେ ଏହାର ବ୍ୟବହାର ଉପରେ ରୋକ ଲଗାଯିବା ଉଚିତ। ତେଣୁ ଏସମ୍ବନ୍ଧରେ ଜୁହି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଯାହା ହାଇକୋର୍ଟ ଆଜି ଖାରିଜ କରିଦେଇଛନ୍ତି।

Related posts