ପୁଣି ଥରେ ପରଦାକୁ ଆସିବ ଲୋକପ୍ରିୟ ହାସ୍ୟ ଧାରାବାହିକ ‘ଦ କପିଳ ଶର୍ମା ସୋ’

Published: Jul 18, 2021, 11:09 pm IST

ମୁମ୍ବାଇ, ପୁଣିଥରେ ପରଦାକୁ ଆସିବ ଦେଶର ବେଶ ଲୋକପ୍ରିୟ କମେଡି ସିରିୟଲ ଦ କପିଲ ଶର୍ମା ସୋ ’ । ଆଜିଠାରୁ କପିଳ ଶର୍ମା ତାଙ୍କ କମେଡି ଟକ୍ ସୋ ର ସୁଟିଂ ଆରମ୍ଭ କରିଛନ୍ତି। ସୋ’ର ଆଗାମୀ ସିଜନରେ କପିଳଙ୍କ ପୁରୁଣା ବନ୍ଧୁ ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ସୁଦେଶ ଲେହେରୀ, କୃଷ୍ଣ ଅଭିଷେକ, କିକୁ ଶାରଦା, ଭାରତୀ ସିଂ ଏବଂ ଚନ୍ଦନ ପ୍ରଭାକର ଯୋଗ ଦେବେ।

ରବିବାର ଦିନ କପିଲ ଇନଷ୍ଟାଗ୍ରାମରେ ତାଙ୍କର ଟିମ ସହିତ ଅନେକ ଫଟୋ ସେୟାର କରିଛନ୍ତି। ଏଥିରେ ସମସ୍ତ କଳାକାର କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖାଯାଇଛି।

ଦେଶରେ ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ କମେଡି ସୋ ମଧ୍ୟରୁ ଅନ୍ୟତମ ହେଉଛି ଦ କପିଳ ଶର୍ମା ସୋ। ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୋ ବହୁତ ଦିନ ଧରି ପରଦାରେ ଚାଲିଆସୁଛି । ତେବେ ଚଳିତ ବର୍ଷ ପ୍ରାରମ୍ଭରେ କପିଳ, ତାଙ୍କ ପତ୍ନୀ ଏବଂ ନବଜାତ ପୁତ୍ର ତ୍ରିଶାନଙ୍କ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବହୁଦିନ ବିରତି ପରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଛି।

Related posts