Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ୭୫ଜଣ ସୃଜନଶୀଳ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ
ଆଜିର ଖବର

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ୭୫ଜଣ ସୃଜନଶୀଳ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

October 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅମୃତ କାଳରେ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର‌୍ୟ୍ୟନ୍ତ ଗୋଆଠାରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୨ତମ ସଂସ୍କରଣ ଆୟୋଜନ କରାଯିବ।

ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଆଇଏଫଏଫଆଇ ଏସିଆ ମହାଦେଶର ସବୁଠୁ ପୁରୁଣା ଏବଂ ସର୍ବବୃହତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ତେଣୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ମାଧ୍ୟମରେ ସାରା ଦେଶର ୭୫ ଜଣ ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର କଳା ଓ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ଆବଶ୍ୟକ ସୁଯୋଗ ପାଇପାରିବେ। ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ ଚୟନ କରାଯିବ। ସେମାନଙ୍କୁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରାଯିବ।

ଅତିକମରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର/ଅଡିଓ (ଫିଚର/ଅଣଫିଚର) ମାଧ୍ୟମରେ ଏହି ପ୍ରତିଭାମାନେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବେ। ଚଳଚ୍ଚିତ୍ର ନିର୍ଦ୍ଦେଶନା, ଏଡିଟିଂ, ସିନେମାଟୋଗ୍ରାଫୀ, ସାଉଣ୍ଡ ରେକର୍ଡିଂ, ଅଭିନୟ, ପ୍ରଚ୍ଛଦ ପଟ୍ଟ ଗାୟନ, ପ୍ରଡକ୍ସନ ଡିଜାଇନ କିମ୍ବା ଚିତ୍ରନାଟ୍ୟ ରଚନା କ୍ଷେତ୍ରରେ ସେମାନଙ୍କୁ ନିଜର ପ୍ରତିଭା ଓ କୌଶଳ ପ୍ରଦର୍ଶନ କରିବା ଲାଗି ସୁଯୋଗ ଦିଆଯିବ। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଶେଷ ତାରିଖ ଅର୍ଥାତ୍ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେମାନଙ୍କର ଆବେଦନପତ୍ର ପଠାଇପାରିବେ।

ଏଥିରେ ଭାଗ ନେବା ଲାଗି ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଛି। ବିଶିଷ୍ଟ ବିଚାରକମାନେ ଆବେଦନକାରୀମାନଙ୍କ ଆବେଦନର ବିଚାର କରି ପ୍ରତିଯୋଗିତା ନିମନ୍ତେ ଚୟନ କରିବେ। ଏ ସମ୍ପର୍କରେ ଅଧିକ ବିସ୍ତୃତ ବିବରଣୀ ଏବଂ ଆବେଦନପତ୍ର https://dff.gov.in/images/News/AZADI_KA_AMRIT_MAHOTSAV_INDIA@75.pdf  ରେ ଉପଲବ୍ଧ।

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସ୍ୱାଧୀନତାର ୭୫ତମ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026
Latest News

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.