Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଗେମ୍ ସୋ “ଦାଦାଗିରି”
ଆଜିର ଖବର

ଜୀ ସାର୍ଥକରେ ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଗେମ୍ ସୋ “ଦାଦାଗିରି”

January 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜୀବନର ଛୋଟରୁ ଛୋଟ କାମ ବି ନିଏ ବିଶାଳ ରୂପ। ଯଦି ସେଥିରେ ଥାଏ, ହୃଦୟର ସ୍ପର୍ଶ। ଛୋଟରୁ ଛୋଟ ସ୍ଵପ୍ନ ଦିନେ ଛୁଏଁ, ସଫଳତାର ଶିଖର। ଯଦି ତାହା ଦେଖାହୁଏ ହୃଦୟରୁ। ଏକଥା ଅନୁଭବଙ୍କର ନୁହଁ… ତାଙ୍କ ମାଆଙ୍କର। ତେଣୁ ଆଜି ଯାଏଁ ଅନୁଭବ ଯାହା କିଛି କରିଛନ୍ତି ତାଙ୍କ ହୃଦୟରୁ। ଆଉ ଓଡ଼ିଶାର ପ୍ରତିଟି ପ୍ରାନ୍ତରେ ତାଙ୍କ ଭଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଦିନରାତି କାମ କରନ୍ତି ହୃଦୟରୁ।

ଏଭଳି ବ୍ୟକ୍ତିତ୍ଵଙ୍କୁ ନେଇ ପ୍ରଥମ ଥର ଓଲିଉଡ ସୁପର୍‌ଷ୍ଟାର୍ ଅନୁଭବ ଆସୁଛନ୍ତି। ଓଡ଼ିଶା ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ମନୋରଞ୍ଜନ ଭରା ରିୟାଲିଟି ଶୋ’ ‘ଦାଦାଗିରି’ରେ। ଯେଉଁଠି ଅନୁଭବଙ୍କ ସହିତ ଭାଗନେବେ ଓଡ଼ିଶାର ୩୦ଟି ଜିଲ୍ଲା ଏବଂ ତାଙ୍କ ସହିତ କରିବେ ଦାଦାଗିରି ହୃଦୟରୁ।

ଜୀସାର୍ଥକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଦର୍ଶକମାନଙ୍କୁ ସାଥୀରେ ସବୁବେଳେ ଥାଏ। ଦର୍ଶକମାନଙ୍କ ପାଇଁ ଦର୍ଶକମାନଙ୍କ ସହ ମିଶି ଏହିପରି ଏକ ନୂଆ ମେଗା ରିଅଲିଟି ଶୋ’ ‘ଦାଦାଗିରି’ର ପରିକଳ୍ପନା କରିଛି।

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ସୁପର୍‌ଷ୍ଟାର୍ ଅନୁଭବ କରିବେ ଦାଦାଗିରି। ଆଉ କାହା ସହ ନୁହେଁ, ଜୀସାର୍ଥକର ଦର୍ଶକମାନଙ୍କ ସହ।

ଆସନ୍ତା ଜାନୁଆରୀ ୧୫ ତାରିଖ ରାତି ୯ଟା ରେ ଜୀସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ଏହି ନିଆରା କାର୍ଯ୍ୟକ୍ରମ। ଯେଉଁଥିରେ ଦାଦାଗିରି ଦେଖାଇବେ ଦମଦାର ଅଭିନେତା ଅନୁଭବ। ସବୁରି ପ୍ରିୟ ମେଳାପି, ବନ୍ଧୁ ବତ୍ସଳ ଅନୁଭବ ଏଥର ଦର୍ଶକମାନଙ୍କ ହୃଦୟରେ କରିବେ ରାଜ୍। ସେଥିପାଇଁ ଉତ୍ସାହିତ ଅନୁଭବପ୍ରେମୀ।

ସବୁବେଳେ ବଡ଼ ପରଦାରେ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖୁଥିବା ଦର୍ଶକ ଏବେ ଛୋଟ ପରଦାରେ ସେ ସୁଯୋଗ ପାଇବେ। ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟଚୌଧୂରୀ ଏହି କାଯ୍ୟକ୍ରମ ପ୍ରସାରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଯେ “ଏହି ନିଆରା ରିଆଲିଟି ଗେମ ଶୋ “ଦାଦାଗିରି” ହୃଦୟରୁ ଏହି କାର୍ଯ୍ୟକ୍ରମ ନିଶ୍ଚିତଭାବରେ ଦର୍ଶକଙ୍କମନକୁ ଛୁଇଁବ ଓ ପ୍ରଭାବିତ କରିବ। ଜୀ ସାର୍ଥକ ତାର ଅଗଣିତ ଦର୍ଶକଙ୍କ ମନୋରଞ୍ଜନ ସକାଶେ ନିରନ୍ତନ ଉଦ୍ୟମ କରିଆସିଛି ଏବଂ ଆଗମୀଦିନରେ ଏହି ପ୍ରୟାସ ଜାରୀ ରହିବ।

ଅନୁଭବ ମହାନ୍ତି ଜୀ ସାର୍ଥକ ଦାଦାଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.