Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ
ଆଜିର ଖବର

ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ

March 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ଓ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ୨୦୨୦ ମସିହାରେ ମୁମ୍ବାଇ ଗ୍ଲାବାଲ ଇଣ୍ଡିଆ ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ବ୍ରାଣ୍ଡ ଅମ୍ବାଶୋଡ଼ର ହେବା ସହ ମହାତ୍ମା ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ମସିହାର ଓଡିଶା ଏପିଟମ ଆୱାର୍ଡକୁ ବ୍ରହ୍ମପୁର ଗୋପଲପୁରରେ ଆୟୋଜନ କରି ଅନେକ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଦିଗରେ କଳାଞ୍ଜଳୀ ଅନୁଷ୍ଠାନ ଏକ ସ୍ୱତନ୍ତ୍ରତା ହାସଲ କରି ପାରିଛି।

ଏହା ସହ କୋଭିଡର ଦ୍ଵିତୀୟ ଲହରୀ କାଳରେ ହଜାର ହଜାର ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସେ ସମାଜ ସେବା ସହ ଏକ ସୁନ୍ଦର ହୃଦୟାବନ ନାରୀ ଭାବରେ ସାରା ଓଡ଼ିଶାରେ ଆଜି ଏକ ନୁଆଁ ପରିଚୟର ଅଧିକାରୀଣି ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ଚଳିତ ବର୍ଷ ଜି-ଟାଉନ ନାମକ ଏକ ଜାତୀୟ ପତ୍ରିକାରେ ସଦ୍ୟ ପ୍ରକାଶିତ ସଂସ୍କରଣରେ ଜାତୀୟ ସ୍ତରରେ ଓଡ଼ିଶାରୁ ଏକ ମାତ୍ର ଝିଅ ଭାବରେ ପ୍ରତିନିଧିତ୍ଵ କରିବା ସହ ଆଗାମୀ ଦିନ ମାନଙ୍କରେ ଏହାର କଭର ପେଜରେ ସ୍ଥାନିତ ହେବାକୁ ଯାଉଛି ଓଡ଼ିଆ ଝିଅ ବ୍ରହ୍ମପୁର ସହର ବୋହୁ ରାମେଶ୍ୱରୀ।

କେବଳ ଏତିକି ନୁହେଁ ଦେଶର ରାଜଧାନୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେବା ଅନୁଷ୍ଠାନ ତରଫରୁ ଏସିଆ ପେସିଫିକ ଆୱାର୍ଡ ବିଶିଷ୍ଠ ଅଭିନେତ୍ରୀ ଅମିଶା ପଟେଲଙ୍କର କରକମଳରୁ ଗ୍ରହଣ କରି ଏକ ପୁନଃ ବ୍ରହ୍ମପୁର ମାଟି ପାଇଁ ଏକ ଅନନ୍ୟ ଉପଲବ୍ଧିକୁ ଆଣିଦେଇ ପାରିଛନ୍ତି ଶ୍ରୀମତୀ ନନ୍ଦ। ଏହା ସହ ଚଳିତ ବର୍ଷ ସେ ଏବଂ ତାଙ୍କର ଅନୁଷ୍ଠାନ କଳାଞ୍ଜଳୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତା ସହ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ପୁନଃ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ବିଶ୍ଵଦରବାରେ ଓଡ଼ିଆଙ୍କୁ ପ୍ରତିନିଧିତ୍ଵ କରିବାର ଏକ ସୁଯୋଗ ବୋଲି କହିଛନ୍ତି ରାମେଶ୍ୱରୀ।

ତେବେ ଆଜି ତାଙ୍କର ସଫଳତା ପାଇଁ ତାଙ୍କର ସ୍ୱାମୀ ଅର୍ଦ୍ଧେନ୍ଦୁ ଶେଖର ପଣିଗ୍ରାହୀ ସମେତ ତାଙ୍କର ପରିବାର ବନ୍ଧୁ ତଥା ସହକର୍ମୀଙ୍କର ଅଶୀର୍ଵାଦ ଏବଂ ପ୍ରେରଣା ପାଇଁ ଆଜି ଏ ସବୁ ସମ୍ଭବ ହୋଇପାରିଛି ବୋଲି ଶ୍ରୀମତୀ ନନ୍ଦ କହିଛନ୍ତି।

ଏହି ଅବସରରେ ସିନେ ନିର୍ଦ୍ଦେଶକ ଓ ଓଡ଼ିଶା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ଶ୍ବେତ କୁମାର ଦାସ, କଳାଞ୍ଜଳୀ ଆର୍ଟିଷ୍ଟର ପ୍ରତିଷ୍ଠାତ୍ରୀ ରାମେଶ୍ବରୀ ନନ୍ଦ, ଜାତୀୟ ଫ୍ୟାସନ କୋରିଓଗ୍ରାଫର ମନପ୍ରୀତ କୌର, ମିସେସ୍ ଓଡ଼ିଶାର ବିଜେତା ଶିଖା ଗାୟତ୍ରୀ, ସନ୍ୟା ଗାହିର, ପ୍ରଲୁବ୍ଧା ଦାସ, ରଶ୍ମିତା ଧନ୍ୟବାଦ, ମିସେସ ଓଡ଼ିଶାର ୨ୟ ରନର୍ସ ଅପ୍ ଲୀନା ସ୍ବାଇଁ ସମେତ ଜାତୀୟ ସ୍ତରରେ ପ୍ରଶଂସିତ ମେକଅପ୍ ଆର୍ଟିଷ୍ଟ ବିଜୟ ଲକ୍ଷ୍ମୀ ଦାସ, ବିଷ୍ନୁପ୍ରିୟା ନନ୍ଦ, ଶୁଭ ଲକ୍ଷ୍ମୀ ପାଢ଼ୀ, ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଆ ଝିଅ ଜାତୀୟ ସ୍ତର ରାମେଶ୍ୱରୀ ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026
Latest News

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.