ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ହାସ୍ୟ ଅଭିନେତା କପିଳ ଶର୍ମା, ଅଭିନେତ୍ରୀ ନନ୍ଦିତା ଦାସ

Published: Mar 18, 2022, 10:20 am IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କମେଡି କିଙ୍ଗ୍ ତଥା କପିଳ ଶର୍ମା କମେଡି ସୋ ର ମୁଖ୍ୟ କପିଳ ଶର୍ମା। ଏଥିସହିତ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିଛନ୍ତି। ଉଭୟ ଏକ ଫିଲ୍ମ ସୁଟିଂ ପାଇଁ ଓଡିଶା ଆସିଛନ୍ତି। ଏହି ଅବସରରେ ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ସୌଜନ ସାକ୍ଷାତ କରିଛନ୍ତି।

ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏକ ହିନ୍ଦି ଚଳଚିତ୍ରରେ କପିଳ ଅଭିୟନ କରୁଛନ୍ତି। ଏଥିରେ କପିଲ ଜଣ ଡେଲିଭରୀ ବଏ ଭାବେ ଅଭିନୟ କରୁଛନ୍ତି। ଏହି ଚଳଚିତ୍ରର ପ୍ରାୟ ଅର୍ଦ୍ଧାଧିକ ସୁଟିଂ ଓଡିଶାରେ କରାଯାଉଛି। ପୁରା ଟିମ ଓଡିଶାରେ ଦୀର୍ଘଦିନ ଧରି ସୁଟିଂ କରୁଛନ୍ତି।

Related posts