Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପପେଟ ପକ୍ଷରୁ ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବ ଅନୁଷ୍ଠିତ
ଆଜିର ଖବର

ପପେଟ ପକ୍ଷରୁ ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବ ଅନୁଷ୍ଠିତ

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଅବସରରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିବା ଅନୁଷ୍ଠାନ ପପେଟ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବମାନ ଅନୁଷ୍ଠିତ ହେବା ସହ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।

ରାଜଧାନୀରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ଯୁବ, କ୍ରୀଡ଼ା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେଯେ, ସମାଜର ବହୁବିଧ ସମସ୍ୟା ଲୋକମାନଙ୍କ ନିକଟରେ ପହଞ୍ଚାଇବା ଓ ତାର ସମାଧାନ ପାଇଁ ସୂତ୍ର ପ୍ରଦର୍ଶନ କରାଯାଇଥାଏ ପଥପ୍ରାନ୍ତ ନାଟକ ମାଧ୍ୟମରେ। ତେଣୁ ସାମାଜିକ ସଚେତନତା ସୃଷ୍ଟି କରିବାରେ ପଥପ୍ରାନ୍ତ ନାଟକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଯୋଗ ଦେଇ କହିଲେ ଯେ, ନାଟକ ଜନମାନସକୁ ଆନନ୍ଦ ଦେବା ସହ ସମାଜର ସମସ୍ୟାକୁ ସମାଧାନ କରିବାରେ ବିଶିଷ୍ଟ ଭୂମିକା ତୁଲାଇଥାଏ। ପପେଟ ସମଗ୍ର ରାଜ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ କରିଥିବାରୁ ଅତ୍ୟନ୍ତ ଉଚ୍ଚକୋଟୀର କାର୍ଯ୍ୟ ଏକଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ।

ଏହି ମହୋତ୍ସବ କମିଟିର ସଭାପତି ତଥା ପ୍ରେରଣା ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ଆମର ଉଦ୍ଦେଶ୍ୟ ପଥପ୍ରାନ୍ତ ନାଟକକୁ ଲୋକପ୍ରିୟ କରିବା ସହ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ସମାଧାନର ସୂତ୍ର ସମ୍ପର୍କରେ ଅବଗତ କରିବା।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ସୁଦ୍ଧାନନ୍ଦ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ସୁନିଲ କୁମାର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ଶ୍ରୀଯୁକ୍ତ ଦୋଳଗୋବିନ୍ଦ ରଥ ପ୍ରମୁଖ ଯୋଗଦେଇ ପଥପ୍ରାନ୍ତ ନାଟକର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପପେଟର ସଭାପତି କୁବେର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ପପେଟର ପ୍ରତିଷ୍ଠାତା ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅଶ୍ରୁମୋଚନ ମହାନ୍ତିଙ୍କୁ କାଳୀଚରଣ ପଟ୍ଟନାୟକ ସ୍ମୃତି ସମ୍ମାନ, ଲାଲା ବୀରେନ ରାୟଙ୍କୁ କାର୍ତ୍ତିକ ରଥ ସ୍ମୃତି ସମ୍ମାନ, ସୀତାରାମ ଚୌଧୁରୀଙ୍କୁ ବାଞ୍ଛାନିଧି ସ୍ମୃତି ସମ୍ମାନ, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ ଅସମୀ ବସୁ ସ୍ମୃତି ସମ୍ମାନ, ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ (ହାଡୁ)ଙ୍କୁ ଗୋପୀକୃଷ୍ଣ ବେହେରା ସ୍ମୃତି ସମ୍ମାନ, ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କୁ ପାର୍ବତୀ ଘୋଷ ସ୍ମୃତି ସମ୍ମାନ, ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କୁ ଗାୟକ ସମ୍ରାଟ ବିଶ୍ୱନାଥ ପାଟ୍ଟଯୋଶୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ଏତଦ୍‌ବ୍ୟତୀତ ନବନିର୍ବାଚିତ ମେୟରଙ୍କୁ ସମ୍ମାନିତ କରାଯିବା ସହ ଏକାଙ୍କିକା ନାଟକ ପ୍ରଦର୍ଶନ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ପ୍ରେରଣା ପକ୍ଷରୁ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଏକ ସୁସଜ୍ଜିତ ରଥ ସହ କଳାକାରମାନେ ଲୋୟର ପିଏମ୍‌ଜି ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବା ପରେ ସେଠାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ, କୃଷିର ବିକାଶ, ଏବେ ବି କରୋନା ବଞ୍ôଚଛି ଆଦି ରାଜଧାନୀର ୧୦ଟି ସ୍ଥାନରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.