Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଞ୍ଚାଲଙ୍କାରେ ପପୁଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”
ଆଜିର ଖବର

କଞ୍ଚାଲଙ୍କାରେ ପପୁଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

April 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ। କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ପୂର୍ବରୁ ପପୁଙ୍କ ଅଭିନୀତ “ହ୍ୟାଲୋ ରାବଣ”କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା। ତେବେ ପମ୍‌ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି।

ସମାଜରେ ଘଟୁଥିବା କିଛି ନିଛକ ସତକଥାକୁ ନେଇ “ଟାଉଟର ପ୍ରୋ” ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଚୋରିରୁ ଆରମ୍ଭ ହୋଇଛି କାହାଣୀ। ଅବନୀ ଷଢ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଏନେଇ ଥାନାରେ ଏଫଆଇଆର ଦେଉଛନ୍ତି ଓ ପୁଲିସ ତଦନ୍ତ କରିବାକୁ ଅଭିଯୋଗକାରୀ ଗୁହାରୀ କରିଛନ୍ତି। ଆବାସ ଯୋଜନାରେ ମିଳିଥିବା ଘରଟି ତିଆରି ସରିଥିବା ଅଭିଯୋଗକାରୀ ପ୍ରମାଣିତ କରିବା ପରେ ସମ୍ପୃକ୍ତ ସ୍ଥାନରୁ ଘରଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ପୁଲିସ ତଦନ୍ତ ବେଳେ କଣ ସବୁ ପ୍ରମାଣ ପାଉଛି ଓ ଏହି ମାମଲାର ବିଚାର କିଭଳି ହେଉଛି ତାକୁ ନେଇ କାହାଣୀ ଟି ଆଗକୁ ବଢ଼ିଛି।

ଏହି ୱେବ ସିରିଜ୍ ଅପ୍ରେଲ ୧୫ଠାରୁ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ପପୁ ପମପମଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ନଜର ଆସିଛନ୍ତି। ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିିତ ଟାଉଟର ପ୍ରୋରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଂଗୀତା ଶତପଥୀ। କାହାଣୀ ନିଜେ ପପୁ ଲେଖିଥିବା ବେଳେ ଚିତ୍ରନାଟ୍ୟ ମଧ୍ୟ ଦେଖିଛନ୍ତି। ରୁପସାଗର ଏହାର ଡାଇଲଗ୍ ଦେବା ସହ ଭାଗ୍ୟଧର ପାଣି କଞ୍ଚାଲଙ୍କା କ୍ରିଏଟିଭ୍ ହେଡ ଅଛନ୍ତି। ଏହି ୱେବସିରିଜରେ ଦର୍ଶକେ ଭରପୁର କମେଡି ପାଇବେ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ଆଶା ପ୍ରକଟ କରିଛି।

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.