Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ସ ଚଳଚ୍ଚିତ୍ର ମହୋତ୍ସବ: ଚଳିତ ଥର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଇବେ ଦେଶର ଏହି ଚଳଚ୍ଚିତ୍ର ତାରକା, ଜାଣନ୍ତୁ କିଏ?
ଆଜିର ଖବର

କାନ୍ସ ଚଳଚ୍ଚିତ୍ର ମହୋତ୍ସବ: ଚଳିତ ଥର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଇବେ ଦେଶର ଏହି ଚଳଚ୍ଚିତ୍ର ତାରକା, ଜାଣନ୍ତୁ କିଏ?

May 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ। ଦେଶରେ ସଙ୍ଗୀତ ଶିଳ୍ପର ଅନେକ ଏହି ପ୍ରତିନିଧି ଦଳରେ ରହିବେ।

ନିମ୍ନୋକ୍ତ ପ୍ରତିଷ୍ଠିତ କଳାକାରମାନେ ଏହି ପ୍ରତିନିଧି ଦଳରେ ଅଛନ୍ତି। ସେମାନେ ହେଲେ…

୧. ଅକ୍ଷୟ କୁମାର (ଅଭିନେତା ଓ ପ୍ରଯୋଜକ, ବଲିଉଡ)

୨.ଏ.ଆର ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ)

୩. ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ)

୪. ନୱାଜ ଉଦ୍ଦିନ ସିଦ୍ଦିକ(ଅଭିନେତା, ବଲିଉଡ)

୫. ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ)

୬. ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦି, ତେଲୁଗୁ)

୭. ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫସି)

୮.ଆର ମାଧବନ (ଅଭିନେତା ଓ ପ୍ରଯୋଜକ) ୱାର୍ଲଡ ପ୍ରିମିୟମ ଅଫ ରକେଟେରୀ ଆଟ କାନ୍ସ

୯. ରିକି କେଜ (ସଙ୍ଗୀତ ପ୍ରଯୋଜକ)

୧୦. ଶେଖର କପୁର (ଚଳଚ୍ଚିତ୍ର ନିର୍ମାତା)

୧୧. ତମନ୍ନା ଭାଟିଆ(ଅଭିନେତ୍ରୀ ହିନ୍ଦି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର)

୧୨. ବାଣୀ ତ୍ରିପାଠୀ (ଅଭିନେତ୍ରୀ)

ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି। ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି।

ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୫୨ତମ ଭାରତ, ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ ତଥା ନେଟଫ୍ଲିକ୍ସ, ଆମାଜନ ଭଳି ଓଟିଟି ଫ୍ଲାଟଫର୍ମର ସହଯୋଗ, ଆଗାମୀପିଢିର ୭୫ ସୃଜନଶୀଳ ବ୍ୟକ୍ତିତ୍ୱ ଓ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଇତ୍ୟାଦିର ବିଶ୍ଳେଷଣରେ ଅନେକ ନୂତନ ପଦକ୍ଷେପମାନ ମଧ୍ୟ ନିଆହୋଇଛି। ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ। ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବାବେଳେ, ଏହା ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି। ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।

ଅନୁରାଗ ଠାକୁର କାନ୍ସ ଚଳଚ୍ଚିତ୍ର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.