ରାକ୍ଷୀ ସାୱନ୍ତଙ୍କ ଜୀବନରେ ପୁଣି ଥରେ ଆସିଲା ପ୍ରେମ, ଭିଡିଓ ସେୟାର କରି ଜଣାଇଲେ ଏହି ବିଶେଷ କଥା

Published: May 17, 2022, 1:11 pm IST

ମୁମ୍ବାଇ: ରାକ୍ଷୀ ସାୱନ୍ତ ତାଙ୍କର ବିବାଦୀୟ ବିବୃତ୍ତି ଏବଂ ସମ୍ପର୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ‘ବିଗ୍ ବସ୍ ୧୫’ରେ ସେ ତାଙ୍କ ସ୍ୱାମୀ ରିତେଶ ସିଂଙ୍କୁ ସାମ୍ନାକୁ ଆଣିଥିଲେ। କିନ୍ତୁ ଶୋ’ ପରେ ସେମାନେ ଅଲଗା ହୋଇଯାଇଥିଲେ। ଯାହା ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ବର୍ତ୍ତମାନ ରାକ୍ଷୀ ସାୱନ୍ତ ତାଙ୍କ ନୂଆ ପ୍ରେମିକ ବିଷୟରେ ଆଲୋଚନା କରୁଛନ୍ତି। ଏହି ଅଭିନେତ୍ରୀଜଣଙ୍କ କହିଛନ୍ତି ଯେ, ସେ ଆଦିଲ ଖାନ ଦୁରାର୍ନିଙ୍କୁ ଡେଟ କରୁଛନ୍ତି।

https://www.instagram.com/p/CdiFOp_M-om/?utm_source=ig_embed&utm_campaign=embed_video_watch_again

ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆଦିଲଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି। ନିକଟରେ ରାକ୍ଷୀଙ୍କୁ ବିଏମଡବ୍ଲୁ ଚଳାଉଥିବା ଦେଖାଯାଇଥିଲା। କୁହାଯାଉଛି ଯେ, ଏହି ବିଳାସପୂର୍ଣ୍ଣ କାରକୁ ତାଙ୍କ ପ୍ରେମିକ ଅର୍ଥାତ୍ ଆଦିଲ ଖାନ ତାଙ୍କୁ ଉପହାର ଦେଇଛନ୍ତି। ରାକ୍ଷୀ ସାୱନ୍ତ ଲେଖିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ଶୈଳୀ ଲାଥର ରାଜ ଭାଇ ଏବଂ ଆଦିଲଙ୍କୁ ଏତେ ବଡ଼ ଆଶ୍ଚର୍ଯ୍ୟକରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଏହି ଉପହାରଟି ମୋ ପାଇଁ ବହୁତ ମହତ୍ତ୍ଵ ରଖେ। ଭଗବାନ଼ ଆପଣଙ୍କର ମଙ୍ଗଳ କରନ୍ତୁ।

Related posts